ବାପାଙ୍କ ମୃ-ତ୍ୟୁ ପରେ ଜନ୍ମ କଲା ପୁଅକୁ ଛାଡ଼ି ଅନ୍ୟ ପୁରୁଷ ସହ ଫେ-ରାର ହେଲା ମା’

ଆମ ଦେଶ ବିଷୟରେ କହିବାକୁ ଗଲେ ଏମିତି ଦୁନିଆରେ ଅନେକ ପିଲା ଅଛନ୍ତି ଯେଉଁମାନେ ବାପା ମା’ ଛେଉଣ୍ଡ । ସେଥିମଧ୍ୟରୁ କିଏ ଜନ୍ମରୁ ଆଉ କିଏ ଜନ୍ମ ହେବା ପରେ ବାପା ମା’ ଥାଇ ବି ଅନାଥ ହୋଇଥାନ୍ତି । କିଛି ପିଲାଙ୍କ ଭାଗ୍ୟ ସେତେବେଳେ ବଦଳି ଯାଏ ଯେତେବେଳେ ତାକୁ ବାପା ମା’ ର ସ୍ନେହ ଏବଂ ପରିବାର ମିଳିଯାଏ । ତେବେ ଆଜି ମଧ୍ୟ ଆମେ ଆପଣଙ୍କୁ ବାପା ମା’ ଛେଉଣ୍ଡ ଜଣେ କୁନି ପୁଅର ଦୁଃ-ଖଦ ଘଟଣା କହିବୁ । କହିବାକୁ ଗଲେ ହୁଏତ ପିଲାଟିର ଜନ୍ମ ପରେ ବାପା ଚାଲି ଯାଇଥିଲେ । କିନ୍ତୁ ମା’ ବି ଅନ୍ୟ ପୁରୁଷ ସହିତ ପଳାଇ ଯାଇଥିଲା । ଆଉ ସେମିତି ନାରୀକୁ ମା’ ନାମରେ କଳଙ୍କ ବୋଲି କୁହାଯାଇଥାଏ ।

ତେବେ ସୂଚନା ଅନୁଯାୟୀ କୁନି ପିଲାଟି ଜୀବନରେ ବହୁତ ଦୁଃଖ ଯାଇଛି । କିନ୍ତୁ ଭଗବାନବି ତା ଜୀବନରେ ଖୁସି ଆଣିଛନ୍ତି । ବେସାହାରା ଦିବ୍ୟକୁ ମିଳିଛି ତାର ଏକ ନୂଆ ପରିଚୟ । ପୁଣିଥରେ ଜଣେ ଓଡ଼ିଆ ପୁଅ ବିଦେଶ ଯିବେ । ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୫ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବରେ ଇଟାଲୀ ଦେଶର ଜଣେ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ତେବେ ବର୍ତ୍ତମାନ ସେହି ପିଲାଟିକୁ ଦୁଇ ବିଦେଶୀ ଦମ୍ପତ୍ତି ସନ୍ତାନ ଭାବରେ ଗ୍ରହଣ କରିଥିବା ଶୁଣିବାକୁ ମିଳିଛି ।

ପ୍ରାୟ ପାଞ୍ଚ ବର୍ଷ ତଳେ ଏହି ପିଲାଟିକୁ ସେ ମୋହନା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ସୁର-କ୍ଷା ୟୁନିଟ ଏବଂ ଚାଇଲଡ଼ ଲାଇନ ଉଦ୍ଧାର କରି ବେଷ୍ଟ ଷ୍ଟାର ହୋମ ଏବଂ ମୋହନା ଶିଶୁ ଯତ୍ନ ଅନୁଷ୍ଠାନରେ ରଖି ତାର ସମସ୍ତ ଯତ୍ନ ଏବଂ ସୁର-କ୍ଷା ଗଜପତି ଜିଲ୍ଲା ଅନୁଷ୍ଠାନ ଦେଇ ଆସୁଥିଲା । କୁନି ପୁଅଟିର ବାପାଙ୍କର କୌଣସି କାରଣରୁ ମୃ-ତ୍ୟୁ ହୋଇଥିବା ବେଳେ ମା’ ଛୋଟ ପିଲାକୁ ଛାଡ଼ି ଦେଇ ଅନ୍ୟତ୍ର ବାହା ହୋଇ ଯାଇଥିଲା । ଏହାପରେ ଅସହାୟ ପିଲାଟି ଜୀବନ ବଞ୍ଚାଇବା ପାଇଁ ଅହରହ ସଂଘର୍ଷ କରି ଆସୁଥିଲା । ମାତ୍ର ଏବେ ତାକୁ ବଞ୍ଚିବାର ଏକ ନୂଆ ରାହା ମିଳି ଯାଇଛି ।

ଏବେ ଦିବ୍ୟ ନୂଆ ବାପା ମା’ଙ୍କ ସହିତ ଇଟାଲୀରେ ରହି ନୂଆ ଏକ ଜୀବନ ଗଢ଼ିବ । ତେବେ ପିଲାଟିର ଜୀବନରେ ଏପରି ଏକ ବଡ଼ ପରିବର୍ତ୍ତନ ହୋଇଥିବାରୁ ସମସ୍ତେ ଖୁସି ଅଛନ୍ତି ଏବଂ ଦିବ୍ୟ ମଧ୍ୟ ଖୁବ ଖୁସି ଅଛନ୍ତି । ତେବେ କହିରଖିବୁ ଯେ ଯେଉଁ ମା’ ନିଜ ଜନ୍ମ କଲା ସନ୍ତାନକୁ ଛାଡ଼ି ଦେଇ ଅନ୍ୟ ପୁରୁଷ ସହ ଚାଲିଯାଇ ପାରେ ତାର ମା’ ହେବାର ଯୋଗ୍ୟତା ହିଁ ନାହିଁ । ଏମିତି କାମନାରେ ବଶବର୍ତ୍ତୀ ହୋଇ ନିଜ ଜନ୍ମକଲା ପିଲାକୁ ଛାଡ଼ି ଯାଉଥିବା ସ୍ତ୍ରୀ କେବେ ମା’ ନୁହେଁ ବରଂ ରା-କ୍ଷସୀ କୁହାଯାଇ ପାରିବ ।

Leave a Reply

Your email address will not be published. Required fields are marked *