ଏକ୍ସଟ୍ରା ମ୍ୟାରେଟିଆଲ ଆଫେୟାର ଚଲେଇବାକୁ ମୋର କ’ଣ ଆଉ ବୟସ ଅଛି, ୨୪-୨୫ ବର୍ଷ ହେଉଛି କାହା ସହ ମୁଁ ଡ଼ାରେ ନାରେ ହେବି।

ହ୍ୟୁମାନ ସାଗର ୨୦୧୭ ମସିହାରେ ଶ୍ରୀୟା ମିଶ୍ରଙ୍କୁ ଭଲ ପାଇ ବାହା ହେଇଥିଲେ। କିଛି ଦିନ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଚାଲିଥିଲା। ହ୍ୟୁମାନ ଏବଂ ଶ୍ରୀୟାଙ୍କ ର ଗୋଟେ ଝିଅ ମଧ୍ୟ ଅଛି। କିନ୍ତୁ କିଛି ତଳେ ହେଲା ଶ୍ରୀୟା ପୋ-ଲିସ୍ ଆଗରେ ହ୍ୟୁମାନଙ୍କ ବିରୁ-ଦ୍ଧରେ ଅଭି-ଯୋଗ କରିଥିଲେ ଯେ ତାଙ୍କ ସ୍ଵାମୀ ତାଙ୍କୁ ଶାରୀରିକ ଏବଂ ମାନ-ସିକ ନିର୍ଯା-ତନା ଦେଇ ଧର୍ମ ପରିବର୍ତ୍ତନ କରିବାକୁ କହୁଛନ୍ତି। ତାପରେ ପୋ-ଲିସ୍ ତାଙ୍କୁ ୨ ଦିନ ସମୟ ଦେଇଥିଲା ସେଥିପାଇଁ ଆଜି ହ୍ୟୁମାନ ସାଗର ମିଡ଼ିଆ ଆଗରେ ନିଜର ପ୍ରତି-କ୍ରିୟା ପ୍ରକାଶ କରିଛନ୍ତି।

ସେ କହିଛନ୍ତି ସ୍ବାମୀ ସ୍ତ୍ରୀ ଭିତରେ ଝ-ଗଡା ହୁଏ କିନ୍ତୁ ସେମାନେ ନିଜ ଝ-ଗଡା ନିଜେ ସମାଧାନ କରିଦେବା କଥା। ସ୍ବାମୀ ସ୍ତ୍ରୀ ଭିତରେ ଆପସ ବୁଝାମଣା ରହିବା କଥା। ଯଦି ଆପଣମାନେ ଭାବୁଛନ୍ତି ମୁଁ ଏତେ ଖରାପ ତେବେ ମୋ ସେଲିବ୍ରେଶନ ର ଭିଡ଼ିଓ ଦେଖନ୍ତୁ ମୁଁ ମୋ ଝିଅ, ସ୍ତ୍ରୀ ଏବଂ ପରିବାର ଲୋକଙ୍କୁ କେତେ ଭଲ ପାଏ। ମୋ ପରିବାର ଆଗରେ ମୋ ପାଇଁ ଆଉ କିଛି ଅଧିକ ଜରୁରୀ ନୁହେଁ।

ତାଙ୍କ ବାପା ମୋ ନାଁ ରେ ବହୁତ୍ କିଛି କଥା କହିଲେ ସେଥିପାଇଁ ମୋ ମାଆ ମଧ୍ୟ ତାଙ୍କ ଝିଅ ନାଁରେ କହିଲା। ବାପା ବଞ୍ଚୁଥିବା ବେଳେ ସବୁ କିଛି ଠିକ୍ ଥିଲା କିନ୍ତୁ ବାପା ଗଲାପରେ ମାକୁ ବହୁତ୍ ଏକୁଟିଆ ଲାଗିଲା।ତାପରେ ଶ୍ରୀୟର ମ-ଦ ପିଇବା ବଢ଼ିଗଲା। ସେଥିପାଇଁ ଏତେ ସବୁ ଘ-ଟଣା ଘଟିଗଲା।

ଘର ଭିତରେ ଆମେ ଯେତେବେଳେ ଭଲରେ ରହୁ ସେ କଥା କେହି ଜାଣନ୍ତିନି କିନ୍ତୁ ଆଜି ଯେତେବେଳେ କିଛି ଗୋଟେ ଝ-ଗଡା ହେଇଗଲା ସେତେବେଳେ ଆପଣ ଏତେ ବଡ କରି କହୁଛନ୍ତି। ମୁଁ ୮୦୦-୯୦୦ ଗୀତ ବୋଲିଛି ଗୀତ ଯେତେବେଳେ ହିଟ ହୁଏ କେହି ଆସନ୍ତିନି ପଚାରିବାକୁ କିନ୍ତୁ ଆଜି ଘରର ଝ-ଗଡା ପାଇଁ ସମସ୍ତେ ଆସୁଛନ୍ତି।

ଶ୍ରୀୟା କହୁଛି ସେ ଆମ ଘରେ ସୁର-କ୍ଷିତ ମନେ କରୁନି ସେ କାହିଁକି ସୁର-କ୍ଷିତ ମାନେ କରୁନି ସେ ବିଷୟରେ ମୁଁ ଜାଣି ପାରୁନି। ଘରେ ମୋର ମାଆ ଏକା ରୁହନ୍ତି ମୁଁ ସବୁବେଳେ ସୁଟିଂ ରେ ବେସ୍ତରୁହେ ସେ ଆଉ ତା ଭାଇ ମଧ୍ୟ ଆମ ଘରେ ରୁହନ୍ତି ମୁଁ କେତେବେଳେ ମଦ ପିଇ ତାକୁ ବାଡେଇବାକୁ ଗୋଡେଇଲି କେହି ଜାଣି ପାରିଲେନି।

ତାଙ୍କ ଘର ଲୋକ କହୁଛନ୍ତି ଏକ୍ସଟ୍ରା ମ୍ୟାରେଟିଆଲ ଆଫେ-ୟାର ଚାଲିଛି। ମୋର ଆଉ ବୟସ ଅଛି ମତେ କଣ ୨୪-୨୫ ବର୍ଷ ହେଉଛି କାହା ସହ ଡ଼ାରେ ନାରେ ହେବି। ତାର ବହୁତ୍ ସାଙ୍ଗ ଅଛନ୍ତି ମୋର ବହୁତ୍ ସାଙ୍ଗ ଏବଂ ଚିହ୍ନା ଲୋକ ଅଛନ୍ତି ଆମେ କଥା ହଉ। ତା ମାନେ ନୁହଁ ସେ ଆଉ କାହାକୁ ଭଲ ପାଉଛି କି ମୁଁ ଆଉ କାହାକୁ ଭଲ ପାଉଛି। ମୁଁ କେବଳ ଏତିକି ଚାହିଁବି ସବୁ ସମାଧାନ ହେଇ ଯାଉ। ସ୍ଵାମୀସ୍ତ୍ରୀ ଙ୍କ ଭିତରୁ କିଏ ଯଦି କ୍ଷ-ମା ମାଗି ଦଉଛି କିଏ ଛୋଟ ହେଇ ଯିବେନି ସେଥିପାଇଁ ମୁଁ କ୍ଷ-ମା ମାଗିବାକୁ ରାଜି ଅଛି।

Leave a Reply

Your email address will not be published. Required fields are marked *