ଅମୃତଭଣ୍ଡା ଚାଷ ବନେଇ ଦେବ ମାଲାମାଲ, ଅଳ୍ପ ଟଙ୍କା ଲଗେଇ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିପାରିବେ ରୋଜଗାର…

ଭାରତ ଗୋଟିଏ କୃଷି ପ୍ରଧାନ ଦେଶ ଅଟେ। ଯେଉଁଠାରେ ଆଜି ମଧ୍ୟ ଅନେକ ଲୋକ ଚାଷ କରି ନିଜ ପେଟ ପୋଷିଥାନ୍ତି।ଯଦି ଆପଣ ମଧ୍ୟ ଚାଷର ସଉକ ରଖୁଛନ୍ତି ତାହେଲେ ଅମୃତଭଣ୍ଡା ଚାଷ କରି ବହୁତ ଭଲ ରୋଜଗାର କରିପାରିବେ। ଏଥିରେ ଆପଣଙ୍କୁ ଅଳ୍ପ ମୂଲ୍ୟରେ ଅଧିକ ଲାଭ ମିଳିଥାଏ। ତାହେଲେ ଚାଲନ୍ତୁ ଅମୃତଭଣ୍ଡା ଚାଷ ସହିତ ଯୋଡା କିଛି ଆକର୍ଷଣୀୟ କଥା ଜାଣିବା।

ପୂରା ବର୍ଷ କରିପାରିବେ ଚାଷ

ଅମୃତଭଣ୍ଡା ଚାଷର ସବୁଠାରୁ ବଡ଼ ଲାଭ ଏହା ହୋଇଥାଏ କି ଆପଣ ଏହାକୁ ଚାଷ ପୂରା ବର୍ଷ କରି ପାରିବେ।ଏହାର ଅନେକ ପ୍ରକାରର କିସମ ଆସିଥାଏ,ଯାହାର ଉତ୍ପାଦନ ୧୨ମାସ ପର୍ଯ୍ୟନ୍ତ କରାଯାଇ ପାରିବ। ଅମୃତଭଣ୍ଡା ମଞ୍ଜିକୁ ମୁଖ୍ୟ ରୂପରେ ସେପ୍ଟେମ୍ବର ଏବଂ ମାର୍ଚ୍ଚ ଏବଂ ଅପ୍ରେଲର ମାସରେ ଚାଷ କରା ଯାଇଥାଏ।ଏହି କାରଣରୁ ଏହି ଫସଲର ଚାଷ ସାରା ବର୍ଷ କରାଯାଇ ପାରିବ।

ଏମିତି ଲଗା ଯାଇଥାଏ ଅମୃତଭଣ୍ଡା ଚାରା

ଅମୃତଭଣ୍ଡା ଗଛକୁ ଛୋଟଛୋଟ କିଆରି କରି ଲଗା ଯାଇଥାଏ।ମଞ୍ଜି ବୁଣିବାର ପାଖାପାଖି ଦଶରୁ ବାର ଦିନ ପରେ ଏହା ଜମି ଯାଇଥାଏ। ଯେତେବେଳେ ଏହି ଗଛ ବଡ଼ ହୋଇଯିବ ତ ଏହାର ରୋପଣ ଅନ୍ୟ ଗୋଟିଏ ସ୍ଥାନରେ କରାଯାଇ ପାରିବ। ଅମୃତଭଣ୍ଡା ଗଛକୁ ଜଳ ଏବଂ ସୂର୍ଯ୍ୟକିରଣର ଅଧିକ ଆବଶ୍ୟକତା ହୋଇଥାଏ।

ଏଥିପାଇଁ ତାକୁ ସେହି ଜମିରେ ଲଗାନ୍ତୁ ଯେଉଁଠାରେ ପାଣି ଏବଂ ସୂର୍ଯ୍ୟକିରଣ ସହଜରେ ଉପଲବ୍ଧ ହେଉଥିବ।ଏହାର ଚାଷ ପାଇଁ ଅଧିକତର ତାପମାତ୍ରା ୩୮ଡିଗ୍ରୀରୁ ୪୪ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିବା ଉଚିତ। ସେଠାରେ ଲୁ ଏବଂ ପାଲା ଏହି ଫସଲକୁ କ୍ଷତି ପହଞ୍ଚେଇ ଥାଏ।

ଭାରତର ଏହି ରାଜ୍ୟ ମାନଙ୍କରେ ହୋଇଥାଏ ଅମୃତଭଣ୍ଡା ଚାଷ

ବିହାର, ଆସାମ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଞ୍ଜାବ, ହରିୟଣା, ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଉତ୍ତରାଖଣ୍ଡ କିଛି ଏମିତି ରାଜ୍ୟରେ ଯେଉଁଠାରେ ଅମୃତଭଣ୍ଡାର ଚାଷ ସବୁଠାରୁ ଅଧିକ ମାତ୍ରାରେ କରା ଯାଇଥାଏ।

ଅମୃତଭଣ୍ଡା ଗଛରୁ ବହୁତ ଶୀଘ୍ର ମିଳିଥାଏ ଫଳ

ଅମୃତଭଣ୍ଡା ଗଛକୁ ଅଧିକ ଉର୍ବର ଜମି ଉପରେ ଲଗାଯିବ ତ ଏହା ବହୁତ ଶୀଘ୍ର ଫଳ ଦେବାକୁ ଲାଗିଥାଏ। ଏଥିରେ ଦେସୀ ଖତ, ବିଶେଷ କରି ଗୋବର ଖତର ବ୍ୟବହାର ଅଧିକ ଲାଭଦାୟକ ରହିଥାଏ। ଏଥିରେ ଅଧିକ ଖତ ମଧ୍ୟ ଲାଗିନଥାଏ,କେବଳ ଦୁଇରୁ ତିନିଥର ଏହାକୁ ଖତ ଦେବାର ଆବଶ୍ୟକତା ପଡ଼ିଥାଏ।

କେବେ ଭାଙ୍ଗିବେ ଅମୃତଭଣ୍ଡା ଫସଲ?

ଯଦି ଆପଣ କଞ୍ଚା ଅମୃତଭଣ୍ଡା ଚାହୁଁଛନ୍ତି ତା’ହେଲେ ଏହାକୁ ସବୁଜ ହେବାପରେ ଏବଂ ଫଳର ଆକାର ବଡ଼ ହେବା ପରେ ଭାଙ୍ଗି ପାରିବେ। ସେଠାରେ ପାଚିଲା ଅମୃତଭଣ୍ଡା ହଳଦିଆ ହେବାଦ୍ବାରା ଡାଳ ସହିତ ତୋଳିବେ।

ଗୋଟିଏ ଗଛରେ କେତେ କିଲୋ ଅମୃତଭଣ୍ଡା ହୋଇଥାଏ?

ଅମୃତଭଣ୍ଡାର ଗୋଟିଏ ଗଛ ଆପଣଙ୍କୁ କମ ସେ କମ ୫୦ କିଲୋ ଅମୃତଭଣ୍ଡା ଦେଇଥାଏ। ଅମୃତଭଣ୍ଡା ପ୍ରତି ହେକ୍ଟର ରାଷ୍ଟ୍ରୀୟ ସ୍ତରରେ ଉତ୍ପାଦକତା ୩୧୭ କ୍ଵିଣ୍ଟାଲ ଅଟେ। ଯଦି ଆପଣଙ୍କ ପାଖରେ ଏକ ଏକର ଜମି ଅଛି ତାହେଲେ ଆପଣ ଏହା ଉପରେ ଦୁଇହଜାର ଚାରା ଲଗାଇ ପାରିବେ।

ଏତିକି ହେଉଛି ରୋଜଗାର

ଯଦି ବଜାରରେ ଆପଣଙ୍କୁ ଭଲ ମୂଲ୍ୟରେ ମିଳିଯିବ ତାହେଲେ ଏକ ଏକର ଜମିରୁ କମ ସେ କମ ୫ ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇ ପାରିବ। ଯେହେତୁ ଅମୃତଭଣ୍ଡା ଚାଷରେ ମୂଲ୍ୟ କମ ଲାଗିଥାଏ, ଏଥିପାଇଁ ଏଥିରୁ ଲାଭ ବହୁତ ଭଲ ମିଳିଥାଏ। ହେଲେ ଯଦି ଗଛରେ କୈାଣସି ରୋଗ ଲାଗିଯିବ ତାହେଲେ କୀଟନାଶକର ବ୍ୟବହାର କରିବା ପାଇଁ ପଡିଥାଏ। ପୁଣି ଏହାର ମୂଲ୍ୟ ବଢି ଯାଇଥାଏ।

Leave a Reply

Your email address will not be published. Required fields are marked *