ମହିଳାମାନଙ୍କୁ ମିଳିବ ମାଗଣା ସିଲାଇ ମେସିନ, କେନ୍ଦ୍ର ସରକାରଙ୍କ ବଡ ଘୋଷଣା….

କେନ୍ଦ୍ର ସରକାର ବର୍ଷକ ମଧ୍ୟରେ ପ୍ରାୟ ଅନେକ କିଛି ଯୋଜନା ଲୋକଙ୍କ ସହାୟତା ଦିଗରେ କାର୍ଯ୍ୟକାରୀ କରୁଛନ୍ତି । ଯାହାଦ୍ୱାରା ଅନେକ ଲୋକ ଉପକୃତ ହେଉଛନ୍ତି । ପୁଣି ବର୍ତ୍ତମାନ ସରକାର ଆଉ ଏକ ଯୋଜନା ର ଆରମ୍ଭ କରିଛନ୍ତି ଯାହା ଅନୁଯାୟୀ ମହିଳା ମାନେ ମାଗଣାରେ ସିଲାଇ ମେସିନ ପାଇ ପାରିବେ । ତେବେ ଏହା ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ କରାଯାଇଥବା ସରକାର କହିଛନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହି ଯୋଜନାର ଲାଭ ଉଠାଇବା ପାଇଁ କଣ କରିବାକୁ ପଡ଼ିବ ସେହି ସମ୍ବନ୍ଧରେ କହିବୁ ।

ତେବେ ପ୍ରଥମେ ଜାଣି ରଖନ୍ତୁ ଯେ ସରକାରଙ୍କର ଏହି ଯୋଜନା ଦ୍ୱାରା ପ୍ରାୟ ପ୍ରତ୍ୟେକ ରାଜ୍ୟରେ ୫୦ ହଜାର ମହିଳା ଉପକୃତ ହେବେ ବୋଲି ଆଶା କରାଯାଉଛି । ଏହି ପରିପ୍ରେକ୍ଷୀରେ ୨୦୨୨ ରେ ମୋଦୀ ସରକାର ଫ୍ରି ରେ ସିଲାଇ ମେସିନ ଯୋଗାଇ ଦେବାକୁ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏଥିପାଇଁ ମହିଳାଙ୍କୁ ଆବେଦନ କରିବାକୁ ପଡ଼ିବ ଏବଂ ୨୦ ରୁ ୪୦ ବର୍ଷ ର ମହିଳା ମାନେ ଏହାର ଲାଭ ଉଠାଇ ପାରିବେ । ରାଜ୍ୟ ସରକାର କହିଛନ୍ତି ଯେ ଏହି ଯୋଜନା ଦ୍ୱାରା ଅଧିକାଂଶ ମହିଳା ଆତ୍ମନିର୍ଭରଶୀଳ ହୋଇ ପାରିବେ ।

କିଏ କରି ପାରିବେ ଏବଂ କିପରି ଆବେଦନ କରିବେ :-

୨୦ ରୁ ୪୦ ବର୍ଷୀୟ ସମସ୍ତ ମହିଳା ଏଥିପାଇଁ ଆବେଦନ କରି ପାରିବେ । ଗାଁ କିମ୍ବା ସହରର ମହିଳା ମାନେ ସମସ୍ତେ ଏଥିପାଇଁ ଆବେଦନ କରି ପାରିବେ । ତେବେ ଆବେଦନ ପାଇଁ ଡକ୍ୟମେଣ୍ଟ ଭାବରେ ଆଧାର କାର୍ଡ଼ , ମୋବାଇଲ ନମ୍ବର , ଜନ୍ମ ତିଥି ପ୍ରମାଣ ପତ୍ର , ବୟସ ପ୍ରମାଣ ପତ୍ର , ପାସପୋର୍ଟ ସାଇଜ ଫୋଟ ଏବଂ ଦିବ୍ୟଙ୍ଗ ଏବଂ ବିଧବା ଙ୍କ ପ୍ରମାଣ ପତ୍ର ଆବଶ୍ୟକ ହେବ ।

ଏଥିରେ ଆବେଦନ ପାଇଁ ସର୍ବପ୍ରଥମେ ଏହାର ଅଫିସିଆଲ ୱେବସାଇଟ www.india.gov.in କୁ ଯାଇ ହୋମ ପେଜ ରେ ଫ୍ରି ସପ୍ଲାଇ ଆବେଦନ ପତ୍ର ଉପରେ କ୍ଲିକ କରି ଆବେଦନ ପତ୍ରକୁ ପିଡ଼ିଏଫ ଫର୍ମାଟ କରି ପ୍ରିଣ୍ଟ ଆଉଟ ବାହାର କରି ନିଅନ୍ତୁ । ଏହାପରେ ଏହି ଫର୍ମ କୁ ପୂରଣ କରି ନିଜର ଆବଶ୍ୟକୀୟ ଡକ୍ୟୁମେଣ୍ଟ କୁ ଭଲ ଭାବରେ ସଂଯୋଗ କରି ନିଅନ୍ତୁ । ଆବେଦନ ପରେ ଏହା କାର୍ଯ୍ୟାଳୟ ଅଧିକାରୀଙ୍କ ଦ୍ଵାରା ଯାଞ୍ଚ ହେବା ପରେ ସିଲାଇ ମେସିନ ପାଇବାକୁ ଯୋଗ୍ୟ ମହିଳା ସିଲାଇ ମେସିନ ପାଇ ପାରିବେ ।

Leave a Reply

Your email address will not be published. Required fields are marked *