ଦାଣ୍ଡରେ ବସିଛନ୍ତି ଯାତ୍ରା ମାୟାନଗରୀର କଳାକାର , କହିଲେ ମ୍ୟାନେଜର ଆମକୁ ଫସାଇ ଦେଲେ

ରାତି ହେଲେ ଯେଉଁ ମାନେ ନ ଶୋଇ ଆଉ ନ ଥକି ନିଜର କଳା ବଳରେ ହଜାର ହଜାର ଲୋକଙ୍କୁ ଆକ-ର୍ଷିତ କରି ରଖିଥାନ୍ତି , ସେମାନେ ହେଉଛନ୍ତି ଯାତ୍ରା କଳାକାର । ସବୁ କଷ୍ଟ ଆଉ ଦୁଃ-ଖ ଭୁଲି ଯାଇ ସେମାନେ ହଜାର ହଜାର ଲୋକଙ୍କ ଆଗରେ ହସି ହସି ଅଭିନୟ କରିଥାନ୍ତି । ଆଉ ଲୋକେ ସେମାନଙ୍କର ଅଭିନୟ ଦେଖିବା ପାଇଁ ରାତି ରାତି ଅନିଦ୍ରା ରହି ଯାଇଥାନ୍ତି । ତେବେ ଏହାପରେ ସେହି କଳାକାର ମାନେ ମାତ୍ର କିଛି ଟଙ୍କା ନେଇ ଘରକୁ ଫେରି ଯାଇଥାନ୍ତି । ଏହାରି ମଧ୍ୟରେ ଯଦି ସେମାନଙ୍କ ଠାରୁ ସେମାନଙ୍କ ଜୀବିକା ଜୀବନ ଛଡ଼ାଇ ନିଆଯାଏ , ତେବେ ଆଉ କଣ କରା ଯାଇପାରେ । ସେମାନଙ୍କୁ କିପରି ଅନୁଭବ ହେଉଥିବ , ଆଉ କିପରି ଲାଗୁଥିବ ସେ କଥା କେବଳ ସେମାନେ ଜାଣିଥିବେ ।

ତେବେ ବର୍ତ୍ତମାନ ସମୟରେ ଏପରି ଏକ ସମୟ ଆସିଛି ସବୁବେଳେ ଚର୍ଚ୍ଚାରେ ରହୁଥିବା ଯାତ୍ରା ମାୟାନଗରିର ଯାତ୍ରା କଳାକାର ମାନଙ୍କର । ରାତି ହେଲେ ମୁଁହରେ ଧଳା ବୋଳି ଯାତ୍ରା କରୁଥିବା କଳାକାର ମାନଙ୍କର ଜୀବନ ବର୍ତ୍ତମାନ ଅଭିନୟ ପାଲଟି ଯାଇଛି । ଦାଣ୍ଡରେ ବସି ଖାଇବାକୁ ପାଉ ନାହାଁନ୍ତି ସେମାନେ । ଆଉ ଏସବୁ ପଛରେ ଦାୟୀ ସେମାନଙ୍କର ଯାତ୍ରା ମ୍ୟାନେଜର ବୋଲି କହିଛନ୍ତି ଜଣେ କଳାକାର । ନାମଟି ତାଙ୍କର ସଞ୍ଜୁ । ଯାତ୍ରା ପେଣ୍ଡାଲ ଉପରେ ସମସ୍ତଙ୍କୁ ହସାଉଥିବା ସଞ୍ଜୁଙ୍କ ଜୀବନ ବର୍ତ୍ତମାନ ସମୟରେ ଲୁ-ହରେ ଭରି ଯାଇଛି । ତେବେ ସଞ୍ଜୁଙ୍କ କହିବା ଅନୁଯାୟୀ , ଏପରି ଏକ ଦିନ ଥିଲା ଯେତେବେଳେ ତାଙ୍କ ଯାତ୍ରା ସବୁଆଡେ ଚର୍ଚ୍ଚା ସାଉଁଟି ଆଣୁଥିଲା । ସମସ୍ତେ ତାଙ୍କ ଯାତ୍ରାକୁ ବହୁତ ଭଲ ପାଉଥିଲେ । ଆଉ ଯେଉଁଠି ବି ଯାତ୍ରା ହେଉଥିଲା , ସେଠାରେ ହଜାର ହଜାର ଲୋକଙ୍କ ଭଲ ପାଇବା ମିଳି ଯାଉଥିଲା ।

କିନ୍ତୁ ବର୍ତ୍ତମାନ ଆଉ ସେ ଖୁସି ନାହିଁ । ସୂଚନା ଅନୁଯାୟୀ , ନୟାଗଡ଼ରେ ଯାତ୍ରା ହେବ ବୋଲି କହି ସେମାନଙ୍କୁ ଅଣା ଯାଇଥିଲା । କିନ୍ତୁ କିଛି ବି ହୋଇନଥିଲା । ସେମାନଙ୍କୁ ଅନୁଗୁଳ ଆଣି ଛାଡି ଦିଆ ଯାଇଥିଲା ଆଉ କୁହା ଯାଇଥିଲା କି , ସେଠାରେ ଯାତ୍ରା ହେବ । ତେବେ ଏହାପରେ କିଛି ବି ହୋଇନଥିଲା । ତାଙ୍କ ମ୍ୟାନେଜର ଆଉ ତାଙ୍କ ଫୋନ୍ ଉଠାଇ ନଥିଲେ । ଆଉ ଏପରିକି ସେମାନଙ୍କର ବାକି ରହିଥିବା ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଦେଇ ନଥିଲେ । ତେବେ ବର୍ତ୍ତମାନ ସମୟରେ ଅନୁଗୁଳ ଥରେ ଫ-ସି ରହିଛନ୍ତି ସମସ୍ତ ଯାତ୍ରା କଳାକାର । ପାଖରେ ସେମାନଙ୍କର ଟଙ୍କା ନାହିଁ । ଭୋକ ଉପାସରେ ସେମାନେ ସେଠାରେ ପଡ଼ି ରହିଛନ୍ତି । ସଞ୍ଜୁଙ୍କ କହିବା ଅନୁଯାୟୀ , ତାଙ୍କ ମ୍ୟାନେଜର ତାଙ୍କୁ କିଛି କଷ୍ଟ୍ୟୁମ ଦେଇ ନାହାନ୍ତି । ଯାହା ବି ଦରକାର ହୋଇଥିଲା ଯାତ୍ରା ସମୟରେ ସମସ୍ତେ ନିଜ ନିଜ ଟଙ୍କା ଦେଇ ଆଣିଥିଲେ ଆଉ ଯାତ୍ରା କରିଥିଲେ ।

ତେବେ ଏପରି ପରିସ୍ଥିତିରେ ହଠାତ୍ କାହିଁକି ଯାତ୍ରା ମ୍ୟାନେଜର ସେମାନଙ୍କୁ ଧୋ-କା ଦେଇଦେଲେ ଆଉ ହଠାତ୍ ଯାତ୍ରା ବନ୍ଦ କରିଦେଲେ ସେ କଥା ସେମାନେ କହିପାରିବେ ନାହିଁ । ବାସ୍ ବର୍ତ୍ତମାନ ସମୟରେ ସେମାନଙ୍କ ଆଖିରୁ ଲୁ-ହ ଝରାଇବା ଛଡ଼ା ଆଉ କିଛି ଉପାୟ ନାହିଁ । ରାତି ଦିନ ସେମାନେ ଅନାଇ ବସିଛନ୍ତି ମ୍ୟାନେଜର ବାବୁ ଆସିବେ ଆଉ ସେମାନଙ୍କୁ ସେମାନଙ୍କର ଟଙ୍କା ଫେରାଇ ଦେବେ । କାହିଁକି ନା ଟଙ୍କା ନ ନେଇ ସେମାନେ ଘରକୁ କିପରି ବା ଯାଇପାରିବେ । ଅନ୍ୟ ପକ୍ଷରେ ଯଦି ମ୍ୟାନେଜରଙ୍କୁ ଫୋନ୍ କରାଯାଉଛି , ତେବେ ସେ କହି ଦେଉଛନ୍ତି କି ଏଠାକୁ ଆସ ଟଙ୍କା ନେଇ ଯିବ । ଆଉ ସେ ବିଷୟରେ ବସି କିଛି ଆଲୋଚନା କରାଯିବ କିନ୍ତୁ କଣ ସେ ସତ ନା ମି-ଛ କହିଛନ୍ତି ଏ କଥା ଜଣା ପଡୁନାହିଁ । ବର୍ତ୍ତମାନ ସମୟରେ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ କରିଛନ୍ତି ଯାତ୍ରା ମାୟାନଗରୀର କଳାକାର ।

Leave a Reply

Your email address will not be published. Required fields are marked *