ଡାକ୍ତରଙ୍କ ଭୁଲ ଇଞ୍ଜେକସନ ପାଇଁ ଚାଲିଗଲା ନିରୀହ ମହିଳାଙ୍କ ଜୀବନ , ଡାକ୍ତରଖାନା ଆଗରେ ମୁଣ୍ଡ ବାଡେଇ କା-ନ୍ଦୁଛନ୍ତି ସ୍ଵାମୀ

କାହାର ଜୀବନ କେତେବେଳେ ଚାଲିଯିବ ସେ କଥା କିଏ ବା ଜାଣିଛି । କୁହାଯାଏ ଭଗବାନ ଆମକୁ ଯେତିକି ଦିନ ପାଇଁ ଏ ଧରା ପୃଷ୍ଠକୁ ପଠାଇଛନ୍ତି ଆମେ ସେତିକି ଦିନ ରହି ଏ ଦୁନିଆଁରୁ ଚାଲିଯିବା । ସେତେବେଳେ ଆମକୁ କେହି ଅଟକାଇ ପାରିବେ ନାହିଁ । ତେବେ ଏ କଥା ସତ କାହାର ଜୀବନ ବିଷୟରେ କେହି ଜାଣି ନଥାନ୍ତି । ତେବେ ଅନ୍ୟ ପକ୍ଷରେ ଆମେ ଆମର ଜୀବନ ବଞ୍ଚାଇବା ପାଇଁ ଡାକ୍ତରଖାନା ଜାଇଥାଉ । ଆଉ ଆମେ ଡାକ୍ତରଙ୍କୁ ଭଗବାନ ଭାବରେ ବିବେଚନା କରିଥାଉ ।

କିନ୍ତୁ ଥରେ ଚିନ୍ତା କରନ୍ତୁ ତ , ଯଦି ସେହି ଡାକ୍ତର ମଣିଷ ମାନଙ୍କର ଜୀବନ ନେଇଯିବେ । ତେବେ ଏପରି କ୍ଷେତ୍ରରେ ମଣିଷ ଆଉ କାହାକୁ ବିଶ୍ୱାସ କରିବ । କେବଳ ନିଜ ମୁଣ୍ଡରେ ହାତ ଦେଇ କା-ନ୍ଦିବା ଛଡ଼ା ତା ପାଖରେ ଆଉ କିଛି ଉପାୟ ନାହିଁ । ତେବେ ଏପରି କିଛି ଘ-ଟଣା ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି , ଯାହା ଆପଣଙ୍କ ଛାତି ଥରାଇ ଦେବ । ଗୋଡ଼ରେ ସାମାନ୍ୟ କଣ୍ଟା ପଶି ଯିବାରୁ ଚାଲିଗଲା ମହିଳାଙ୍କ ଜୀବନ । ଡାକ୍ତରଙ୍କ ଭୁଲ ଇଞ୍ଜେ-କସନ ପାଇଁ ଗୋଟିଏ ପରିବାର ଉଜୁଡ଼ି ପଡ଼ିଲା ।

ଜଣେ ମହିଳା କେବଳ ନିଜ ଜ୍ଵର ଠିକ୍ କରିବା ପାଇଁ ଯାଇଥିଲେ ଡାକ୍ତରଖାନା କିନ୍ତୁ ଘରକୁ ଫେରିଲେ ଶ-ବ ହୋଇ । ତେବେ ଏପରି କିଛି ଘ-ଟଣା ଘ-ଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ମେଡିକାଲରେ । ତେବେ ସୂଚନା ଅନୁଯାୟୀ , ବହୁବନ୍ଦ ଗ୍ରାମର ରାଧିକା ମେରିଡ଼ିଆଙ୍କ ଗୋଡ଼ରେ ଏକ କ-ଣ୍ଟା ପଶି ଯାଇଥିଲା । ଆଉ ସେଥିପାଇଁ ତାଙ୍କୁ ବହୁତ ଜ୍ଵ-ର ମଧ୍ୟ ଆସୁଥିଲା । ତେବେ ସ୍ଵାମୀ ପୂର୍ଣ୍ଣଚନ୍ଦ୍ର ସ୍ତ୍ରୀଙ୍କ ଗୋଡ଼ରୁ କଣ୍ଟା ବାହାର କରିବା ପାଇଁ ଆଉ ଜ୍ଵ-ର ପାଇଁ ସ୍ତ୍ରୀଙ୍କୁ ମେଡିକାଲ୍ ନେଇ ଯାଇଥିଲେ ।

ତେବେ ସେଠାରେ ପହଞ୍ଚିବା ପରେ ଡ଼ାକ୍ତର ତାଙ୍କୁ କିଛି ମେଡ଼ିସିନ୍ ଲେଖି ଦେଇଥିଲେ । ଆଉ ତାଙ୍କୁ ୱାର୍ଡରେ ଆଡ଼ମିଶନ ହେବା ପାଇଁ କହିଥିଲେ । ତେବେ ୱାର୍ଡରେ ଆଡ଼ମିଶନ ହେବା ପରେ ଡାକ୍ତର ତାଙ୍କୁ ଦେଖିଥିଲେ । ଆଉ ତିନୋଟି ମେଡିସିନ ଦେବା ପାଇଁ କହିଥିଲେ । ତେବେ ମେଡ଼ିସିନ୍ ଦେବାର ୧୫ ରୁ ୨୦ ମିନିଟ ଭିତରେ ଚାଲି ଯାଇଥିଲା ରାଧିକାଙ୍କ ଜୀବନ । ହଠାତ ଏପରି କଣ ହୋଇଗଲା , ସେ କଥା କେହି ବିଶ୍ୱାସ କରି ପାରି ନଥିଲେ। ତେବେ ଏହାପରେ ପରିବାର ଲୋକ ଡାକ୍ତରଙ୍କୁ ଦାୟୀ କରିଥିଲେ ଆଉ ଡାକ୍ତରଖାନା ଆଗରେ ସ୍ଵାମୀ ମୁଣ୍ଡ ବାଡେଇ କା-ନ୍ଦିବାକୁ ଲାଗିଥିଲେ ।

Leave a Reply

Your email address will not be published. Required fields are marked *