ଜେଲ ଭିତରେ ଜଗୁ ଉପରେ ରାଗିଲେ ଅର୍ଚ୍ଚନା।

ପୁଣିଥରେ ଆସିଥିଲା ରବିବାର। ଆଉ ଜେଲ ଭିତରେ ମିଳନ ହୋଇଥିଲା ଅର୍ଚ୍ଚନା ସହ ଜଗବନ୍ଧୁଙ୍କର। ପୁଣି ଏକ ସପ୍ତାହ ପରେ ରବିବାର ଦିନ ଜେଲ ଭିତରେ ଯେତେବେଳେ ଦୁହେଁ ସାମ୍ନା ସାମ୍ନୀ ହୋଇଥିଲେ ସେତେବେଳେ ପ୍ରଥମେ ଅର୍ଚ୍ଚନା ଆଗ କାନ୍ଦି ପକାଇଥିଲେ। ଆଉ କାନ୍ଦି କାନ୍ଦି ପଚାରି ଥିଲେ ଧନ ତୁମେ ଠିକ ଅଛ ତ ? ଜଗବନ୍ଧୁ କହିଥିଲେ ଠିକ କଣ ମତେ କିଛି ଭଲ ଲାଗୁନି ହେଲେ ଭଲ ନ ଲାଗିଲେ ବି କିଛି ଉପାୟ ନାହିଁ ବାଧ୍ୟରେ ଏ ଅନ୍ଧାର କଠୋରି ଭିତରେ ରହିବା କଥା। ଜାଣିଛ ଅର୍ଚ୍ଚନା ମୁଁ ଦିନ ଗଣୁଛି ହେଲେ କଣ କରିବି କହିଲ ମତେ ଏଠାରେ ଆଦୌ ଭଲ ଲାଗୁନି ମୁଁ ଏ ଜେଲ ଭିତରେ ଅଣ ନିଶ୍ୱାସୀ ହୋଇ ଯାଉଛି। ଜଗବନ୍ଧୁଙ୍କ ଠାରୁ ଏହି କଥା ଶୁଣି ରାଗିଗଲେ ଅର୍ଚ୍ଚନା। ତୁମକୁ ଭଲ ଲାଗୁନି ତୁମେ କଣ ଭାବୁଛ ମତେ ଭଲ ଲାଗୁଛି।

ମୁଁ ତ ଏଠାରେ ଠିକରେ ସୋଇ ପାରୁନି କି ଭଲରେ ଖାଇ ପାରୁନି। ଜଗୁ ଆମର ଏତେ ପାୱାର ଫୁଲ ନେତା ମନ୍ତ୍ରୀ ମାନେ ଚିହ୍ନା ଥିଲେ ସେମାନେ କଣ ଥରେ ହେଲେ କଲ କରୁ ନାହାଁନ୍ତି। ସେମାନେ କଣ ଥରେ ହେଲେ ଆମ କଥା ଭାବୁ ନାହାଁନ୍ତି। କେତେ ଖୁସି ଦେଉଥିଲେ ଆମେ ତାଙ୍କୁ। ଦିନ ରାତି ଆମ ପାଖକୁ ଆସିବାକୁ ସେମାନେ ଲମ୍ବା ଲାଇନ ଲଗାଉଥିଲେ ହେଲେ ଏବେ କେହି ହେଲେ କିପରି ଥରେ କଲ କରୁ ନାହାଁନ୍ତି। ଆମେ ଫସିଲେ ବେଳେ ବେଳେ ମତେ ରାଗ ଲାଗୁଛି ସବୁ ସତ କହି ତାଙ୍କୁ ବି ଫସାଇ ଦିଅନ୍ତି। ତାଙ୍କୁ ଫସାଇ ଦେଲେ ତା ପରେ ବୁଝି ପାରନ୍ତେ ଜେଲ ଭିତରେ ରହିବା କେତେ କଷ୍ଟ। ଛାଡ଼ ତୁମେ ଶାନ୍ତ ହୁଅ ଅର୍ଚ୍ଚନା ମୁଁ ତୁମ ପାଖରେ ଅଛି ବେସ୍ତ ହୁଅନି କିଛି ଗୋଟେ ସମାଧାନ କରିବି।

ହେଲେ ତୁମେ ତୁମର ଯତ୍ନ ନେଉଥିବ। ଭାବୁଛି ଆଉ କଥା ହେଉଛି ଯେତେ ଶୀଘ୍ର ହେବ ବେଲ ରେ ଆମେ ଜେଲ ରୁ ବାହାରି ଯିବା ସେତେଦିନ ପର୍ଯ୍ୟନ୍ତ ଟିକେ ଧର୍ଯ୍ୟ ଧର। ଶୁଣ ଆଦୌ ମନ ଦୁଃଖ କରନି କି କେଉଁ ନେତା ମନ୍ତ୍ରୀ ମାନଙ୍କ ଉପରେ ରାଗିକି ନିଜକୁ ମଧ୍ୟ କଷ୍ଟ ଦିଅନି। ଆମେ ଜେଲ ଭିତରୁ ବାହାରିଲେ ତାଙ୍କ କଥା ବୁଝିବା। ଶୀତ ଧୀରେ ଧୀରେ ବଢୁଛି ତୁମେ ଯଦି ଏମିତି ସବୁବେଳେ କାନ୍ଦିବ ତାହାଲେ ତୁମ ଦେହ ଖରାପ ହୋଇଯିବ। ଗୋଟେ କାମ କର ଏଠି ତ ଭଲ କମଳ ମିଳୁନି ହେଲେ ବି ଏଇ କିଛି ଦିନ ନିଜର ଯତ୍ନ ନେଇ ଜେଲ କମଳ ଘୋଡେଇ ହୋଇ ଶୋଇ ପଡ। ଜଗୁ ମୁଁ ଆଉ ପାରୁନି କିଛି ଦିନ କିଛି ଦିନ କହି କହି ଅନେକ ଦିନ ହେଲାଣି ମୁଁ ଜେଲ ଭିତରେ ଅଛି କେ ଜାଣି କେଉଁ ଦିନ ଏ ଚାରି କାନ୍ଥ ଭିତରୁ ବାହାରିବି।

ଜେଲ ଭିତରେ ଅର୍ଚ୍ଚନା ଆଉ ଜଗବନ୍ଧୁ ଏହି ରବିବାର ଦିନ ଦୁହେଁ ଦୁହିଁଙ୍କୁ 15 ମିନିଟ ପାଇଁ ଭେଟିଥିବା ବେଳେ ଅର୍ଚ୍ଚନା ଜଗବନ୍ଧୁଙ୍କୁ ଦେଖି ଜୋରେ କାନ୍ଦିବାକୁ ଲାଗିଲେ। ଆଉ ଜଗବନ୍ଧୁ ଅର୍ଚ୍ଚନାଙ୍କୁ ବୁଝାଇବାକୁ ଯାଇ ଅନେକ ଶାନ୍ତନା ଦେଲେ। ହେଲେ ଅର୍ଚ୍ଚନା ନେତା ମନ୍ତ୍ରୀ ମାନଙ୍କ ଉପରେ ମନେ ମନେ ଏବେ ରାଗୁଥିବା ଲୋକେ ଆଲୋଚନା କରୁଛନ୍ତି। ଆଉ ଲୋକେ କହୁଛନ୍ତି କି ଜେଲ ଭିତରେ ଅର୍ଚ୍ଚନା ଯେତେବେଳେ ଜଗବନ୍ଧୁଙ୍କୁ ଦେଖୁଛନ୍ତି ନିଜ କୋହକୁ ଚାପି ଧରି ପାରୁ ନାହାଁନ୍ତି ଆଉ ଜଗବନ୍ଧୁଙ୍କ ଆଗରେ ଭୋ ଭୋ ହୋଇ କାନ୍ଦି ସବୁକଥା କହି ଦେଉଥିବା ବେଳେ 15 ମିନିଟର ସମୟ ସରିଯାଉଛି। ଆଉ ଦୁହେଁ ଦୁହିଁଙ୍କ ପାଖରୁ ବିଦାୟ ନେଉଥିବା ବେଳେ ଜଗବନ୍ଧୁ ଓ ଅର୍ଚ୍ଚନା ଦୁହିଁଙ୍କ ଆଖିରେ ଜକେଇ ଆସୁଛି ଧାରା ଶ୍ରାବନର ଲୁହ।

Leave a Reply

Your email address will not be published. Required fields are marked *