କୁମ୍ଭୀର ପାଟିରେ ଯାଇଥାନ୍ତା ଆଉ ଏକ ନିରୀହ ଜୀବନ । ଅଳ୍ପକେ ବର୍ତ୍ତିଗଲେ ମହିଳା ।

ଗତ ଦୁଇ ମାସ ତଳେ କୁମ୍ଭୀରର ଯେଉଁ ଭଳି ପ୍ରକୋପ ଦେଖିବାକୁ ମିଳିଥିଲା ତାହା ବର୍ତ୍ତମାନ ସୁଦ୍ଧା କାହାରି ମନରୁ ଲିଭିନାହିଁ । କାରଣ ଯେଉଁଭଳି ଭ-ୟଙ୍କର ଭିଡ଼ିଓ ସେହି ସମୟରେ ଭାଇରଲ ହୋଇଥିଲା ତାହା ବିଶ୍ୱାସ କରିବା ଭଳି ନଥିଲା । କାରଣ ଏକାଧିକ ଲୋକଙ୍କ ସାମ୍ନାରେ ଜଣେ ମହିଳାଙ୍କ ଜୀବନ ଯାଉଥିଲା ।

କିନ୍ତୁ କେହିବି ଚାହିଁଲେବି ସାହାଯ୍ୟ କରି ପାରୁ ନଥିଲେ ଏବଂ ମହିଳାଙ୍କ ଜୀବନ ର-କ୍ଷା କରିପାରି ନଥିଲେ । ଶେଷରେ କୁମ୍ଭୀର ମୁହଁରେ ହିଁ ମହିଳାଙ୍କ ଜୀବନ ଚାଲି ଯାଇଥିଲେ । ମହିଳାଙ୍କୁ ସମ୍ପୂର୍ଣ୍ଣ ଭାବରେ ଖାଇ ଯାଇଥିଲା କୁମ୍ଭୀର । ଯେହେତୁ ମହିଳା ଜଣକ ନଦୀ ପାଖ ଲୋକ ଏବଂ ସେମାନେ ଜୀବିକା ପାଇଁ ନଦୀ ଉପରେ ହିଁ ସମ୍ପୂର୍ଣ୍ଣ ନିର୍ଭରଶୀଳ , ତେଣୁ ନଦୀକୁ ଯିବା ସ୍ୱାଭାବିକ ।

କିନ୍ତୁ ଏଭଳି ଭାବରେ କୁମ୍ଭୀର ଆ-ତଙ୍କ କେବେ ଦେଖା ଦେଇ ନଥିଲା ଯାହାକି ଚଳିତ ବର୍ଷ ଘଟୁଛି । ଆଉ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଗତକାଲି ମଧ୍ୟ ଏଭଳି ଏକ ଦୁର୍ଘ-ଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ମହିଳା । ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତ ନିକଟ କୃପାସିନ୍ଧୁ ହାଇସ୍କୁଲ ନିକଟସ୍ଥ ଖୋରସ୍ରୋତା ନଦୀରେ ଏଭଳି ଏକ ଦୁର୍ଘ-ଟଣା ହେଉ ହେଉ ବର୍ତ୍ତି ଯାଇଛି । ଘଟ-ଣା ଏହା ଯେ ସେହି ଗାଁର କବିତା ଏବଂ ଅନ୍ୟ କିଛି ମହିଳା ଗତକାଲି ନଦୀକୁ ଗାଧୋଇବାକୁ ଯାଇଥିଲେ । କିଛି ମାସ ପୂର୍ବରୁ ନଦୀକୁ ଯିବାକୁ ଲୋକଙ୍କୁ ଚେତା-ବନୀ ଦିଆଯାଇଥିଲା ।

କିନ୍ତୁ ଏତେ ଦିନ ପରେ ଆଉ କୁମ୍ଭୀର ନଥିବା ଭାବି ଲୋକେ ବେଶ ନଦୀକୁ ଯାଉଥିଲେ । କିନ୍ତୁ ଗତକାଲି କବିତ କୁମ୍ଭୀର ହାବୁଡ଼ରେ ପଡ଼ି ଯାଇଥିଲେ ।କୁମ୍ଭୀର ତାଙ୍କ ଶାଢ଼ୀ କାନିକୁ ଧରି ନେଇଥିଲା । ମାତ୍ର ମହିଳା ଜଣକ ଜାଣି ପାରି ହଠାତ ଚି-ତ୍କାର କରି ଡାକିବାରୁ ଦୁଇଜଣ ଯୁବକ ଆସି ମହିଳାଙ୍କୁ କୂଳକୁ ଘୋଷାରି ଆଣିଥିଲେ ଏବଂ ମହିଳାଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା ।

ତେବେ ଏହାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତାରେ ପଡ଼ିଛନ୍ତି । ପୂର୍ବରୁ ମଧ୍ୟ ବନବିଭାଗକୁ ଏହି ଭୟଙ୍କର ପରିସ୍ଥିତିକୁ ନେଇ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଥିଲେ ହେଁ ଏବେ ସୁଦ୍ଧା କୌଣସି କା-ର୍ଯ୍ୟାନୁ-ଷ୍ଠାନ ନିଆଯାଇ ନାହିଁ । ଯାହାକୁ ନେଇ ଲୋକେ ଉତ୍ୟକ୍ତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *