ଯାଜପୁର ରେଳ ଦୁର୍ଘ-ଟଣା ! ଟ୍ରେନ ତଳେ ଥିଲେ ୧୮ ଶ୍ରମିକ । କିଭଳି ହେଲା ମୃ-ତ୍ୟୁ , ଖୋଲି କହିଲେ ଶ୍ରମିକ ।

ଓଡ଼ିଶା ଟ୍ରେନ ଟ୍ରାଜେଡ଼ି ଭଳି ଏକ ବଡ଼ ଦୁର୍ଘ-ଟଣାକୁ ଏକ ସପ୍ତାହବି ନପୁରୁଣୁ ବର୍ତ୍ତମାନ ସମୟରେ ଆଉ ଏକ ଦୁର୍ଘ-ଟଣା ସମସ୍ତଙ୍କ ହୋସ ଉଡ଼ାଇ ଦେଇଛି । ଚଳିତ ଦଶକ ମଧ୍ୟରେ ଯାହାକୁ ସବୁଠାରୁ ବଡ଼ ରେଳ ଦୁର୍ଘ-ଟଣା କୁହାଯାଉଛି । ତେବେ ସେହି ଘଟ-ଣାରେ ୩୦୦ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ମୃ-ତ୍ୟୁ ହୋଇଥିବା ବେଳେ ୧୦୦୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆ-ହତ ହୋଇଛନ୍ତି ।

ତେବେ ବର୍ତ୍ତମାନ ସମୟରେ କିନ୍ତୁ ଆଉ ଏକ ଘ-ଟଣା ସମସ୍ତଙ୍କୁ ଦୁଃ-ଖିତ କରିଛି । କାରଣ ଆଉ ଏକ ରେଳ ଦୁର୍ଘ-ଟଣା ସମସ୍ତଙ୍କ ପାଇଁ ଆ-ତଙ୍କ ସୃଷ୍ଟି କରିଛି । ଆହୁରି ୬ ଟି ପରିବାର ଏହି ଘଟ-ଣାରେ ଉଜୁଡ଼ି ଯାଇଛି । ଆଉ କାଳ ଏଭଳି ରୂପରେ ଯେ ଆସିବ ତାହା କେହିବି କଳ୍ପନା ସୁଦ୍ଧା କରିପାରି ନଥିଲେ ।

ଘୁର୍ଣ୍ଣିଝଡ଼ ପବନରୁ ବର୍ତ୍ତିବା ପାଇଁ ଆଶ୍ରୟ ନେବା ସମୟରେ ଯେ ଏଭଳି ଘ-ଟଣା ଘଟିଯିବ ତାହା କେହିବି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ । ଗତକାଲି ଯାଜପୁର ରୋଡ଼ ରେଳ ଷ୍ଟେ-ସନ ଚୁନଭାଟି ସ୍କୁଲ ସାମ୍ନାରେ ଏଭଳି ଏକ ଘ-ଟଣା ଘଟିଯାଇଛି । ଯେତେବେଳେ ଅପରାହ୍ନରେ ଜୋର ପବନ ହୋଇଥିଲା ସେତେବେଳେ ୧୮ ଜଣ ଶ୍ରମିକ ସେଠାରେ ରହିଥିବା ମାଲ ଗାଡ଼ି ତଳେ ଆଶ୍ରୟ ନେଇଥିଲେ ।

କିନ୍ତୁ ହଠାତ ଗାଡ଼ି ଚାଲିବାକୁ ଆରମ୍ଭ କରିଥିଲା ଏବଂ ସେହି ସମୟରେ ଗାଡ଼ି ତଳେ ଆଶ୍ରୟ ନେଇଥିବା ଶ୍ରମିକ ମାନଙ୍କ ଉପର ଦେଇ ଚଢ଼ି ଯାଇଥିଲା । ଘ-ଟଣା ସ୍ଥଳରେ ହିଁ ଚାରି ଜଣଙ୍କ ଜୀବନ ଯାଇଥିବା ଜଣେ ଶ୍ରମିକ କହିଛନ୍ତି । ଶ୍ରମିକଙ୍କ କହିବା ଅନୁଯାୟୀ ୧୮ ଜଣଙ୍କ ମଧ୍ୟରୁ ୭ ଜଣ ଟ୍ରେନ ତଳେ ଫସି ଯାଇଥିଲେ ଏବଂ ଆଉ ବାହାରି ପାରି ନଥିଲେ ।

ଆଉ କିଛି ଶ୍ରମିକ ବାହାରି ଆସିବାରେ ସଫଳ ହୋଇଥିଲେ । ତିନି ଜଣ ଗୁରୁ-ତର ଥିବାରୁ ସେମାନଙ୍କୁ ଯାଜପୁର ରୋଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲେ ହେଁ ଦୁଇ ଜଣଙ୍କୁ ଡାକ୍ତର ମୃ-ତ ଘୋଷିତ କରିଥିଲେ । ଅନ୍ୟ ଜଣେ ଗୁରୁ-ତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।

ତେବେ ଶ୍ରମିକଙ୍କ କହିବା ଅନୁଯାୟୀ ସେହି ରେଳ ଟ୍ରାକରେ ସବୁବେଳେ ମାଲ ଗାଡ଼ି ରହିଥାଏ । କିନ୍ତୁ ଗତକାଲି ମାଲ ଗାଡ଼ିକୁ ଲକ କରାଯାଇ ନଥିଲା । ଯେଉଁ କାରଣରୁ ଏଭଳି ଭାବରେ ୬ ଜଣଙ୍କ ଜୀବନ ଚାଲିଗଲା । ତେବେ ବର୍ତ୍ତମାନ ଏହି ଘ-ଟଣା ପାଇଁ ସବୁଠି ଚର୍ଚ୍ଚା ହେଉଥିବା ବେଳେ ରାଜ୍ୟ ସରକାର ମୃତ-କଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଦେଇଥିବା ଶୁଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *