ଅନ୍ତ-ରଙ୍ଗ ମୁହୂର୍ତ୍ତର କଳା କାହାଣୀ ସାମ୍ନାକୁ ଆସିବା ଭୟରେ ଥରୁଛନ୍ତି ଧନୀ ବ୍ୟକ୍ତି।

ଅର୍ଚ୍ଚନା ତୁମେ କଷ୍ଟ ପାଉଛ ଆମକୁ ବି କଷ୍ଟ ହେଉଛି। ତୁମେ ଜେଲର ଚାରି କାନ୍ଥ ଭିତରେ ଅଛ ତୁମ କଥା ଖୁବ ମନେ ପଡୁଛି। ତୁମକୁ ଦେଖା କରିବାକୁ ବି ମନ ହେଉଛି ହେଲେ କଣ କରାଯାଇ ପାରିବ। ସମ୍ମାନ ଭୟରେ ଆଉ ତୁମକୁ ଦେଖା କରିବାକୁ ଗଲେ ଆମ କଳା ଚେହେରା ପଦାକୁ ଆସିବା ଭୟରେ ଇଚ୍ଛା ଥିଲେ ବି ତୁମକୁ ଦେଖିବାକୁ ଆସି ପାରୁ ନାହୁଁ।

ପାରିବ ତ ଜେଲ ରେ ଥାଇ କ୍ଷମା କରିଦେବ। ତୁମେ ଜେଲ ରୁ ଆସିଲେ ଆମେ ତୁମକୁ ଦେଖା କରିବାକୁ ଯିବୁ ଆଉ ତୁମର ସେ ଗୋରା ତକ ତକ ଚେହେରା ଉପରେ ଟିକିଏ ଦୃଷ୍ଟି ମଧ୍ୟ ପକାଇବୁ। ଅର୍ଚ୍ଚନା ଏବେ ବିଳାସ ପୂର୍ଣ୍ଣ ଜୀବନ ଅତି ବାହିତ କରିବା ପରିବର୍ତ୍ତେ ଜେଲର ଚାରି କାଂଥ ଭିତରେ ଚୁପ ହୋଇ ବସି ରହୁଛନ୍ତି। ଆଉ ଅର୍ଚ୍ଚନାଙ୍କ ସହ ସମ୍ପର୍କ ରଖିଥିବା ନେତା ମନ୍ତ୍ରୀ ଅର୍ଚ୍ଚନାଙ୍କୁ ଭେଟୁ ନାହାଁନ୍ତି ଘରେ ରହି ନିହାତି ଭାବୁଥିବେ ଅର୍ଚ୍ଚନା ଫେରିଲେ ଲୁଚି ଲୁଚି ଯାଇ ଭେଟି ଆସିବୁ । ଏ କଥା ଆମେ ନୁହଁ ଲୋକେ କହୁଛନ୍ତି।

ଭାବୁଛନ୍ତି ସମସ୍ତେ ଧୋକେବାଜ ଭଲ ସମୟରେ ସମସ୍ତେ ତାଙ୍କ ପାଖରେ ଥିଲେ ସମସ୍ତେ ଚାହୁଁଥିଲେ ଅର୍ଚ୍ଚନା ସହିତ ନିରୋଳାରେ ଟିକିଏ ସମୟ ବିତାଇବାକୁ ହେଲେ ଏବେ ସମୟ ସବୁ କିଛି ବଦଳାଇ ଦେଇଛି। ଅର୍ଚ୍ଚନା ଏବେ ଏକା ଏତେ ଏତେ ସମୟ ନିରୋଳାରେ ବିତାଉ ଥିବା ବେଳେ ଦିନେ ଯେଉଁ ବ୍ୟକ୍ତି ମାନେ ତାଙ୍କ ଘର ଆଗରେ ଲମ୍ବା ଧାଡି ଲଗାଉଥିଲେ ସେମାନେ ନିଜ ସ୍ଵଛ ଭାବ ମୂର୍ତ୍ତି ବଜାୟୀ ରଖିବା ପାଇଁ ଅର୍ଚ୍ଚନାଙ୍କୁ ଭେଟି ଆସୁ ନାହାଁନ୍ତି। ନା ନେତା ନା ମନ୍ତ୍ରୀ ନା ଅଫିସର ନା ସିନେ ପ୍ରଯୋଜକ ଏପରିକି ନିଜ ସ୍ୱାମୀ ମଧ୍ୟ ନିଜକୁ ଗୋପନରେ ରଖିଛନ୍ତି। ଆଉ ଅର୍ଚ୍ଚନା ଜେଲ ରେ ଥାଇ ନା କାହା ସହିତ କଥା ହେଉଛନ୍ତି ନା କେହି ତାଙ୍କୁ ଭେଟିବାକୁ ଆସୁଛନ୍ତି।

ଶୁଣିବାକୁ ମିଳୁଛି କି କୁଆଡେ ଅର୍ଚ୍ଚନାଙ୍କୁ ଭେଟିବାକୁ ତାଙ୍କ ବାପା ଆସିଥିଲେ ଆଉ ଗଣମାଧ୍ୟମର ପ୍ରଶ୍ନକୁ ଭୟ କରି ସେ କୁଆଡେ ଲୁଚିକି ଚାଲିଯାଇଥିଲେ। ଲଗଜୁରିଅସ ଜୀବନ ବିତାଉ ଥିବା ଅର୍ଚ୍ଚନା ଏବେ ଜେଲ ଖାଇବା ଇଚ୍ଛା ନଥିଲେ ବି ଖାଉଛନ୍ତି। ପ୍ରଥମେ ପ୍ରଥମେ ଇଚ୍ଛା ହେଉନଥିଲା ହେଲେ ଏହାରି ଭିତରେ ଅର୍ଚ୍ଚନାଙ୍କ ଗିରଫ ହେବାକୁ ସାତ ଦିନ ବିତି ଗଲାଣି ଆଉ ଅର୍ଚ୍ଚନା ବାଧ୍ୟ ହୋଇ ଜେଲ ଖାଇବା ଖାଇବାକୁ ମଧ୍ୟ ଆରମ୍ଭ କଲେଣି। ଅର୍ଚ୍ଚନା ଭାବୁଛନ୍ତି ତାଙ୍କ ସହ ଏତେ ଏତେ ସମୟ ବିତାଇ ମଜା ନେଉଥିଲେ ସମସ୍ତେ ।ହେଲେ ସମସ୍ତେ ନିଜକୁ ଖସାଇ ଦେଲେ ଆଉ ତାର ସଜା କେବଳ ଅର୍ଚ୍ଚନା ନିଜେ ଏକା ଭୋଗୁଛନ୍ତି।

ଯେଉଁ ଲକ୍ଷପତି ମାନେ ଅର୍ଚ୍ଚନାଙ୍କ ସହ ରାତି ବିତାଉ ଥିଲେ ଅର୍ଚ୍ଚନା ଗିରଫ ହେବା ପରେ ସେମାନେ କୁଆଡେ ରାତିରେ ଭଲ ଭାବେ ସୋଇ ପାରୁ ନଥିବେ ବୋଲି ଲୋକେ କହୁଛନ୍ତି। କାରଣ ସେମାନଙ୍କ ମନରେ ଭୟ କି ସବୁ ସତ ଯଦି ସାମ୍ନାକୁ ଆସିଯିବ ତାହାଲେ ଅର୍ଚ୍ଚନା ଙ୍କ ସହ ହୁଏତ ସେମାନେ ବି ଫସି ଯାଇ ପାରନ୍ତି। କେବଳ ଏତିକି ନୁହେଁ ଯେଉଁ ରାଜନେତା ମନ୍ତ୍ରୀ ମାନେ ଅର୍ଚ୍ଚନାଙ୍କ ସହ ସମୟ ବିତାଉଥିଲେ। ସେମାନେ ଏବେ କୁଆଡେ ଭୟ କରୁଛନ୍ତି କି ସେମାନଙ୍କ ସ୍ୱଚ୍ଛ ଭାବ ମୂର୍ତ୍ତି ଖରାପ ହୋଇଯିବ ବୋଲି। ତେବେ ଜେଲରେ ଅର୍ଚ୍ଚନା ଅନୁତାପ କରୁଥିବା ବେଳେ ବାହାରେ ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଥିବା ନେତା ମନ୍ତ୍ରୀ ମାନେ କୁଆଡେ ଭୟରେ ଥର ହର ହେଉଛନ୍ତି।

Leave a Reply

Your email address will not be published. Required fields are marked *