ଧରମ ବାପା ନିରୋଳାରେ ମୋ ଦେହରେ ହାତ ମାରୁଛନ୍ତି। ରାତିରେ ମତେ କୁଣ୍ଢେଇ…

ମୋ ନିଜର ବାପା ମା ନାହାଁନ୍ତି। ଛୋଟ ଦିନୁ ଧରମ ବାପାଙ୍କ ଘରେ ରହୁଥିଲି। ମୋ ବାପା ମା ମରିଯିବା ପରେ ସେ ମତେ ଝିଅ କରି ଘରକୁ ଆଣିଲେ ଆଉ ଝିଅ କରି ରଖିବେ ବୋଲି କହିଲେ। ଯେତେବେଳେ ମୁଁ ଟିକେ ବଡ଼ ହେଲି ସେତେବେଳେ ସେ ମୋ ଉପରେ ଖରାପ ନଜର ପକାଇଲେ। ନିରୋଳାରେ ମୋ ଦେହରେ ହାତ ମାରିଲେ। ଆଉ ମତେ ଏହା ଭାରି ଖରାପ ଲାଗିଲା।

ଯେତେବେଳେ ମୁଁ ତାଙ୍କ ସ୍ତ୍ରୀ ମାନେ ମୋ ଧରମ ବୋଉ କୁ ଏହି କଥା କହିଲି ସେ କହିଲା ହଁ ସେ ତ ନିଶାରେ ଏମିତି କରୁଛନ୍ତି ତୁ ସହିଯା। ହେଲେ ମତେ ଏ ସବୁ ବହୁତ ଖରାପ ଲାଗିଲା ତେଣୁ ମୁଁ ରାତିରେ ଘର ଛାଡ଼ି ପଳେଇଲି। ଆଉ ଘର ଛାଡ଼ି ଯାଇ ମୋ ଧରମ ବାପା ମୋ ସହ ଯାହା କରୁଥିଲା ମୁଁ ତାକୁ ମୋ ମାଉସୀ ଆଗରେ କହିଦେଲି। ତା ପରେ ମୋ ମାଉସୀ ସାହି ଲୋକଙ୍କୁ ଜଣାଇଲେ ଏବଂ ତା ପରେ ଆମେ ପୋଲିସରେ ଅଭିଯୋଗ କରିଲୁ।

ଛି ଛି ଛି ଧରମ ବାପା ହୋଇ ଝିଅ ସହ ଏ କି କାମ। ବାପା ଝିଅର ପବିତ୍ର ସମ୍ପର୍କର ମାନେ ଯଦି ତୁମେ ଜାଣି ନଥିଲ ତାହାଲେ ତୁମକୁ କିଏ କହୁଥିଲା ଏମିତି ପ୍ରହସନ କରିବାକୁ। କିଏ କହୁଥିଲା ମତେ ଝିଅ କରି ଆଣିବାକୁ। ଝିଅ କରି ଆଣିଲ ଆଉ ଗୋଟେ ଝିଅର ବାପା ମା ନଥିବା ସୁଯୋଗ ନେଇ ତା ଉପରେ ଲୋଲୁପ ଦୃଷ୍ଟି ପକାଇଲ।

ତୁମେ ବାପା ନା ଦେହ ମାଂସ ଲୋଭି ମଣିଷ। ତୁମକୁ ବାପା କହିବାକୁ ଆଜି ଝିଅକୁ ଲାଜ ଲାଗୁଛି। ବାପା ବୋଲି କହିଥିଲ ଛୁଆଟି ଦିନରୁ ମୁଁ ବି ତୁମକୁ ବାପା ବୋଲି ଭାବୁଥିଲି ହେଲେ ତୁମେ କିନ୍ତୁ ବୋଧେ ହୁଏ ମତେ କେବେ ଝିଅ ବୋଲି ନଥିଲ। ତୁମ ଉଦ୍ୟଶ ଥିଲା କିଛି ଭିନ୍ନ। ତୁମେ ଜାଣିନ ବାପା ଝିଅର ସମ୍ପର୍କର ମାନେ।

ନିଜର ଦେହର ସୁଖ ପାଇଁ ତୁମେ ମତେ ଆଣିଥିଲ। ନହେଲେ କେଉଁ ବାପା କଣ ତା ଝିଅ ସାଥିରେ ଏପରି ବ୍ୟବହାର କରିପାରେ। କେଉଁ ବାପା କଣ ତା ଝିଅ ପ୍ୟାଂଟ ଖୋଲି ହାତ ପୁରାଇବାକୁ ଚେଷ୍ଟା କରେ। କେଉଁ ବାପା କଣ ଝିଅ ଦେହରେ ହାତ ମାରି ନିଜ ଦେହର ଭୋକ ମେଣ୍ଟାଇବାକୁ ଚେଷ୍ଟା କରେ।

ତୁମେ ବାପା ନୁହେଁ ତୁମେ ବାପା ନାଁରେ କଳଙ୍କ। ତୁମ ପରି ବାପା କେଉଁ ଝିଅକୁ ନ ମିଳନ୍ତୁ। ମୋ ବାପା ମା ଚାଲିଗଲା ପରେ ମୁଁ ଏକା ଏକା ଜୀବନ ବିତେଇ ଥାନ୍ତି ଭଲ ହୋଇଥାନ୍ତା ହେଲେ ତୁମ ସାଥିରେ ଆସି ମୁଁ ଭୁଲ କରିଦେଲି ବୋଲି ଅନୁତାପ କରୁଛି। ଖାଇବାକୁ ନ ପାଇ ଉପାସ ରେ ରହିଯାଇ ଥାନ୍ତି ପଛେ ଭଲ ହୋଇଥାନ୍ତା ହେଲେ କାହିଁକି ତୁମ ଝିଅ ହୋଇ ତୁମ ଘରକୁ ଆସୁଥିଲି ଭାବିଲେ ନିଜ ଉପରେ ରାଗ ଲାଗୁଛି।

ବନ୍ଧୁଗଣ ବାପା ହୋଇଥିଲେ ଧରମ ବାପା। ଝିଅର ବାପା ମା ଚାଲିଯିବା ପରେ ଧରମ ବାପା ହୋଇ କହିଥିଲେ ଝିଅକୁ ପାଳି ପୋଷି ବଡ଼ ମଣିଷ କରିବେ। ମାତ୍ର ବଡ଼ ମଣିଷ କରିବେ କଣ ଘଟଣା କିଛି ଭିନ୍ନ ଘଟିଥିଲା। ଯାହା ବର୍ତ୍ତମାନ ଝିଅ ଜଣଙ୍କ କାନ୍ଦି କାନ୍ଦି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ଝିଅ କହିଛନ୍ତି କି ତାଙ୍କ ଧରମ ବାପା ଫାଙ୍କା ଜାଗା ଦେଖିଲେ ତାଙ୍କ ଡ୍ରେସ କୁ ଟଣା ଟଣି କରୁଥିଲେ ଆଉ ଏ କଥା ତାଙ୍କ ଧରମ ମା ଙ୍କୁ କହିଲେ ସେ କଥାକୁ ଆଡେଇ ଦେଇ ଝିଅକୁ ବୁଝାଇ ଦେଉଥିଲେ।

ମାତ୍ର ଝିଅ ଜଣଙ୍କ ଏବେ ସୈତାନ ଧରମ ବାପା କବଳରୁ ଖସି ଆସି ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି କହିଛନ୍ତି କି ତାଙ୍କୁ ନ୍ୟାୟ ଦରକାର। କାରଣ ତାଙ୍କ ବାପା ତାଙ୍କୁ ଝିଅ କରି ଆଣି ତାଙ୍କ ଇଜତ ଲୁଟିବାକୁ ଚେଷ୍ଟା କରିଛନ୍ତି। ସେପଟେ ଏନେଇ ଝିଅ ପୋଲିସ ନିକଟରେ ଅଭିଯୋଗ କରିଥିବା ବେଳେ ଦେଖିବାକୁ ବାକି ରହିଲା କେବେ ଝିଅଙ୍କୁ ପୋଲିସ କି ନ୍ୟାୟ ଦେଉଛି।

Leave a Reply

Your email address will not be published. Required fields are marked *