ଅନୁଭବଙ୍କ ବାପା ମା ଅଛନ୍ତି ତାଙ୍କର ସେବା କଲନି ତାଙ୍କର ବୋହୂ ହେଇକି ରହିଲନି । ଅନୁଭବ କୁଆଡେ ଯାଇଥାନ୍ତେ…

ତେବେ ବନ୍ଧୁଗଣ ଓଲିଉଡ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା ଯେପରି ସମାଧାନ ହେବାର ନାଆଁ ନେଉନାହିଁ । ସୂଚନାଯୋଗ୍ୟ ନିକଟରେ ଦୁହିଁଙ୍କ ବିବାହ ବିଚ୍ଛେଦ ଆବେଦନ କଟକ ଫ୍ୟାମିଲି କୋର୍ଟରେ ଖାରଜ ହୋଇଯାଇଛି । ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ କୋର୍ଟ ଖାରଜ କରିଥିବା ବେଳେ ବର୍ଷାଙ୍କ ଆବେଦନ ମଧ୍ୟ ଖାରଜ ହୋଇଛି । ତଳ କୋର୍ଟରେ ଆବେଦନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବେ ବୋଲି ଅନୁଭବ କହିଛନ୍ତି ।

ଅନ୍ୟପଟେ କୋର୍ଟଙ୍କ ରାୟ ଅନୁଭବଙ୍କୁ ଝଟକା ଦେଇଥିବା ବେଳେ ସେ କହିଛନ୍ତି ତାଙ୍କର ଆଇନ ଉପରେ ଆସ୍ଥା ରହିଛି । ଦିନେ ନା ଦିନେ ନ୍ୟାୟର ହିଁ ବିଜୟ ହେବ । ବର୍ଷା ଅନୁଭବ ମାମଲାକୁ ନେଇ ଜଣେ ବ୍ୟକ୍ତି ମିଡ଼ିଆ ସାମ୍ନାରେ ମୁହଁ ଖୋଲି କହିଛନ୍ତି, “ଆପଣ ଯେତେ ସୁନ୍ଦର୍ ହୋଇଥାନ୍ତୁ କିମ୍ଵା ପଇସା ବାଲା ହେଇଥାନ୍ତୁ ଆପଣଙ୍କର ଯଦି ହୃଦୟ ନାହିଁ ଆପଣ ମାନବରେ ଗଣତି ନୁହେଁ । ଦୁଇ ଜଣ ଭୁଲ୍ ମାଗି ଏକାଠି ହୋଇଗଲେ ସେଠି କୌଣସି କୋର୍ଟ କଚେରୀ ଦରକାର ନାହିଁ ।

ଏଇଟା କୋର୍ଟ କଚେରୀ କଥା । ହେଲେ ସ୍ତ୍ରୀ ଯଦି ବାଧ୍ୟରେ ରହିବାକୁ କହୁଛନ୍ତି ଯେ ମୁଁ ସାଙ୍ଗରେ ରହିବି ତେବେ ତାଙ୍କ ବାପା ମାଙ୍କ ସେବା କରୁନାହାନ୍ତି । ତାଙ୍କ ଘରକୁ ଯାଉ ନାହାଁନ୍ତି । ତାଙ୍କ ବଡ଼ବାପା ଚାଲିଗଲେ, ତାଙ୍କ ବାପାଙ୍କ ମଧ୍ୟ ଦେହ ଖରାପ ହେଇଗଲା । ଅନୁଭଵ ମହାନ୍ତି ତାଙ୍କ ସହ ଦିନଟେ କଥା ହେବେନି କିମ୍ଵା ୨/୩ ଦିନ କଥା ହେବେନି ନହେଲେ ୩ ମାସ କଥା ହେବେନି । ହେଲେ ଢମଣା ବୁଲି ବୁଲି ସେଇ ଅଗଣା । ତୁମ ସ୍ବାମୀ ବୁଲି ବୁଲି ସ୍ତ୍ରୀ ପାଖକୁ ହିଁ ଆସିବ ।

ଅନୁଭବଙ୍କର ବାପା ମା ମଧ୍ୟ ଅଛନ୍ତି ନା ସେ ତୁମକୁ ବୋହୂ କରି ନେଇଥିଲେ । ତାଙ୍କ ବାପା ମାଆଙ୍କ ସେବା କଲନି । ଏଥିରେ ଅନୁଭବଙ୍କ କଣ ଦୋଷ ଅଛି । ସ୍ଵାମୀକୁ ଖାଲି ପାଖରେ ରଖିବ ଆଉ ତାର ପାରିବାରିକ ଲୋକ ସହ କଣ କିଛି ସମ୍ପର୍କ ନାହିଁ । ଅନୁଭବ ମହାନ୍ତିଙ୍କୁ ଗୋଟାଏ ବହୁତ୍ କଷ୍ଟ ହୋଇଛି ଯାହାକି ଲୋକ ଲୋଚନକୁ ଆସିପାରୁନି ।

ସିଏ ତାଙ୍କର କୌଣସି ଗୋଟେ ଜିନିଷ ଦେଖିଛନ୍ତି ଥାର୍ଡ ପର୍ସନର ଗୋଟେ କଥା ଆସିଛି ସେଇଟା ତାଙ୍କ ଭିତରେ କଥା । ତେବେ ସେଇ ଥାର୍ଡ୍ ଲୋକ କାଳସର୍ପ ସାଇଜ ହୋଇଗଲେ କଥା ସରିଲା ଆଉ କଣ ଅଛି । ମୁଁ ଜଣେ ଦର୍ଶକ ହିସାବରେ କହୁଛି ବର୍ଷା ଅନୁଭବ ମିଶିଗଲେ ଏକ ସୁନ୍ଦର୍ ଲାଇଫ୍ ତିଆରି କରିବେ” ।

Leave a Reply

Your email address will not be published. Required fields are marked *