“ଭଲ ପାଇବା ଭୁଲ ନୁହେଁ, ଭୁଲ ବୁଝାମଣା ହୋଇଥାଇ ପାରେ” ଦେଖନ୍ତୁ ଅନୁଭବଙ୍କ ଭିଡ଼ିଓକୁ ନେଇ କଣ କହିଲେ ସିଦ୍ଧାନ୍ତ

୧୯ ତାରିଖ ଗୁରୁବାର ଦିନ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ଭିଡ଼ିଓ କରି ସେୟାର କରିଥିଲେ ଯାହାକି ତାଙ୍କର ସମସ୍ତ ଫ୍ୟାନ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ସେ ଭିଡ଼ିଓରେ ଅନୁଭବ ମହାନ୍ତି ମାନସିକ ଯନ୍ତ୍ରଣାରେ ଥିବା କଥା କହିଛନ୍ତି ଏବଂ ସେ ଏହି ଯନ୍ତ୍ରଣାରେ ନିଜେ କେତେବେଳେ ଭୁଲ ଅବା ଆ-ତ୍ମହ-ତ୍ୟା କରି ବସିବେ ସେ କଥା ମଧ୍ୟ ଆପଣ ଶୁଣିବାକୁ ପାଇବେ। ଯାହାକି ଆପଣଙ୍କୁ ସ୍ତବ୍ଧ କରିଦେବ।

ଅନୁଭବ ମହାନ୍ତି ସେୟାର କରିଥିବା ଭିଡ଼ିଓରେ ନିଜର ବ୍ୟକ୍ତି ଗତ ଜୀବନ ବିଷୟରେ କହିଛନ୍ତି। ସେ ନିଜେ ନେଇଥିବା ନିଷ୍ପତ୍ତି ପାଇଁ ଆଜି ପଶ୍ଚାତପ କରୁଛନ୍ତି ବୋଲି ତାହା ଜଣା ପଡ଼ିଛି। ସୋସିଆଲ ମିଡିଆରେ ସେୟାର କରିଥିବା ଭିଡ଼ିଓରେ ଅନୁଭବ ମହାନ୍ତି କହିଛନ୍ତି, ” ମୁଁ ଜାଣି ସାରିଲାଣି ନ୍ୟାୟ ଅପେକ୍ଷାଠୁ ଭଲ ମୃ-ତ୍ୟୁକୁ ଆପଣେଇ ନେବା।” ଏହି କଥା ଓଡ଼ିଶାର ସମସ୍ତ ଲୋକମାନଙ୍କୁ ସ୍ତବ୍ଧ କରିଦେଇଛି। କାରଣ ଅନୁଭବଙ୍କ ଭଳି ହିରୋଙ୍କ ଏପରି ଅବସ୍ଥା ଦେଖି ପାରୁ ନାହାଁନ୍ତି ପ୍ରଶଂସକ।

ସେ ନିଜ ବୈବାହିକ ଜୀବନକୁ ନେଇ ମଧ୍ୟ କହିଥିଲେ, “ମୁଁ ଜୀବନ ସାଥି ବାଛିବାରେ ଭୁଲ କରି ଦେଲି। ଭଲ ପାଇ ମଣିଷ ଖୁସିରେ ରୁହନ୍ତି କିନ୍ତୁ ମୁଁ କେବେ ଦେଖି ନଥିବା ଥାନା କୋର୍ଟ କଚେରୀ ଓ ପୋଲିସ ପାଖକୁ ଦୌଡୁଛି।” ସେ ୨୦୧୪ ମସିହାରେ ଭଲ ପାଇ ଓଲିଉଡର ହିରୋଇନ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ। ତେବେ ସେ ଭଲ ପାଇବା ତାଙ୍କ ପାଇଁ ଏକ ବଡ଼ ଭୁଲ ଥିଲା ବୋଲି ଅନେକ ସମୟରେ ଏବଂ ଏହି ଭିଡ଼ିଓରେ ମଧ୍ୟ କହିଛନ୍ତି।

ତେବେ ଅନୁଭବ ମହାନ୍ତିଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା। କାରଣ ଏହା ପୂର୍ବରୁ କେବେ ଅନୁଭବ ମହାନ୍ତିଙ୍କୁ ଏଭଳି ଅବସ୍ଥାରେ ଦେଖିବାକୁ ମିଳି ନଥିଲା। ବର୍ତ୍ତମାନ ସେ ଯେଉଁ ଭଳି ଭାବରେ ଭାଙ୍ଗି ପଡିଛନ୍ତି ଆଗକୁ କେବେ ଭାଙ୍ଗି ଯାଇ ନଥିଲେ। ତେବେ ତାଙ୍କର ଭିଡ଼ିଓ ଦେଖିବା ପରେ ଅନେକ ବଡ଼ ବଡ଼ କଳାକାର ଓ ନେତା ମନ୍ତ୍ରୀ ମାନେ ମଧ୍ୟ ଏହାକୁ ନେଇ ମତ ରଖିଛନ୍ତି। ଯାହାକି ଆହୁରି ଏହି ମାମଲା ଭାଇରାଲ ହେଉଛି।

ଅନୁଭବ ମହାନ୍ତିଙ୍କ ଭିଡ଼ିଓ ସାମ୍ନାକୁ ଆସିବା ପରେ କଂଗ୍ରେସ ନେତା ସୁର ରାଉତ ଯିଏକି ପ୍ରଥମ କରି ମୁଁହ ଖୋଲିଥିଲେ। ଅନୁଭବ ଙ୍କୁ ସାହସର ସହ ଲଢ଼ିବା ପାଇଁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ସମୟରେ ସିଦ୍ଧାନ୍ତଙ୍କ ଭିଡ଼ିଓ ଭାଇରାଲ ହେଉଛି। ସେ ମଧ୍ୟ ଅନୁଭବ ମହାନ୍ତି ଙ୍କୁ ସପୋର୍ଟ କରୁଥିବାର ଦେଖିବାକୁ ମିଳିଛି। ତେବେ ସେ ଭିଡ଼ିଓରେ କଣ କହିଛନ୍ତି ଆସନ୍ତୁ ଦେଖିବା।

ସିଦ୍ଧାନ୍ତ କହିଛନ୍ତି, ମୁଁ ସୋସିଆଲ ମିଡିଆରେ ଆକ୍ଟିଭ ନାହିଁ। ଅନୁଭବ ମହାନ୍ତି କଣ କହିଛନ୍ତି ସେ ବିଷୟରେ ମୁଁ ବିଶେଷ ଭାବରେ ଜାଣିନାହିଁ। କିନ୍ତୁ ସେ ଭଲ ପାଇବା ଭୁଲ ବୋଲି କହିଛନ୍ତି। ମୋ ଭାଷାରେ ଭଲ ପାଇବା ଭୁଲ ନୁହେଁ ବରଂ କାରଣ ଭଲ ପାଇବା ପାଇଁ ଆମେ ଆଜି ବାନ୍ଧି ହୋଇଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭୁଲ ବୁଝାମଣା ପାଇଁ ଏହା ହୋଇଥାଇ ପାରେ କିନ୍ତୁ ଭଲ ପାଇବା ଭୁଲ ନୁହେଁ।

Leave a Reply

Your email address will not be published. Required fields are marked *