କୋର୍ଟ ଆଉ ଥା-ନାରେ ଚାରିଥର ଅର୍ଚ୍ଚନା ଛାଡ଼ିଲେଣି ଚପଲ , ଏହା ପଛର କାରଣ ରହିଛି କଣ

ସାରା ଓଡ଼ିଶାର ମାହୋଲକୁ ଗରମ କରି ରଖିଥିବା ଲେଡୀ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ନୂଆ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି । ତେବେ ବର୍ତ୍ତମାନ ସମୟରେ ଜେଲ ଦଣ୍ଡ ଭୋଗୁଥିବା ଅର୍ଚ୍ଚନା ଆଉ ତାଙ୍କ ସ୍ଵାମୀ ଜଗବନ୍ଧୁଙ୍କୁ ଇଡି ରିମାଣ୍ଡରେ ନେଇ ପଚରାଉଚରା କରିବାରେ ଲାଗିଛି । ଇଡି ଅର୍ଚ୍ଚନା ନାଗ ପାଖରୁ ସବୁ ସତ କଥା ବାହାର କରିବା ପାଇଁ ଚେଷ୍ଟା କରୁଛି । କେଉଁଠୁ ସେ ଏତେ ଟଙ୍କା ଆଣିଲେ ଆଉ କେଉଁ ବଡ ବଡିଆ ମାନଙ୍କ ସହିତ ତାଙ୍କର ସମ୍ପର୍କ ରହିଥିଲା , ସେ ସବୁ ଜାଣିବା ପାଇଁ ଇଡି ଚେଷ୍ଟା ଚଳାଇଛି ।

ତେବେ ଏହି କାରଣରୁ ବାରମ୍ବାର ଇଡି କାର୍ଯ୍ୟାଳୟ , କୋର୍ଟ ଏବଂ ଥାନା ଦ୍ଵାରସ୍ଥ ହେଉଛନ୍ତି ଅର୍ଚ୍ଚନା ନାଗ । ତେବେ ଏହା ମଧ୍ୟରେ ଗୋଟିଏ କଥା ଦେଖିବାକୁ ମିଳିଛି , ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରିଛି । ଅର୍ଚ୍ଚନା ନାଗ ଯୁଆଡେ ଯାଉଛନ୍ତି , ସିଆଡେ ନିଜ ଚପଲ ଛାଡି ଦେଇ ଆସୁଛନ୍ତି । ତେବେ ପୋଲିସ ମାନେ ତାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ସେ ଚପଲକୁ ନ ଆଣି ସେଠାରେ ଛାଡି ଦେଇ ଆସୁଛନ୍ତି । ତେବେ ଏପରି ସେ ଥରେ କିମ୍ବା ଦୁଇଥର ନୁହେଁ , ବରଂ ଚାରି ଚାରି ଥର କରି ସାରିଲେଣି । ଯାହାର କାରଣ ଆଜି ପର୍ଯ୍ୟନ୍ତ କେହି ଜାଣି ପାରୁ ନାହାଁନ୍ତି । ତେବେ ଏହା ପଛରେ କିଛି ଗଭୀର ରହସ୍ୟ ରହିଥିବା ସମସ୍ତେ ଅନୁମାନ କରୁଛନ୍ତି ।

ଅନୁମାନ ଅନୁଯାୟୀ , ଅର୍ଚ୍ଚନା ନାଗ ଏହି ଚପଲ ଛାଡି କାହାକୁ କିଛି ସନ୍ଦେଶ ଦେବାକୁ ଚାହୁଁଛନ୍ତି । ବିଜୁ ପଟ୍ଟନାୟକ ଯେପରି ନିଜ ଚପଲ ତଳେ ପୁଅକୁ ଚିଠି ଦେଉଥିଲେ , ଠିକ୍ ସେହିପରି କିଛି କାରଣ ଥାଇପାରେ , ଯେଉଁଥି ପାଇଁ ଅର୍ଚ୍ଚନା ନାଗ ନିଜ ଚପଲ ଛାଡି ଦେଇ ଆସୁଛନ୍ତି । ଅନ୍ୟ ପକ୍ଷରେ ଏହା ମଧ୍ୟ ଅନୁମାନ କରାଯାଉଛି କି , ତାଙ୍କର କିଛି ବିଶ୍ୱାସ ରହିଥିବ କି , ଚପଲ ଛାଡ଼ିଲେ ତାଙ୍କୁ ଜଲଦି ଜାମିନ ମଧ୍ୟ ମିଳି ଯାଇପାରେ । ତେବେ ଖାଲି କୋର୍ଟ , ଥାନା ବାହାରେ ନୁହେଁ , ନିଜ ଗାଡ଼ି ମଧ୍ୟରେ ମଧ୍ୟ ଚପଲ ଝୁଲାଇଛନ୍ତି ଅର୍ଚ୍ଚନା ନାଗ । ଏହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛନ୍ତି ।

ଚପଲ ଛାଡି ଅର୍ଚ୍ଚନା କଣ କରିବା ପାଇଁ ଚାହୁଁଛନ୍ତି । ଏହା ମାଧ୍ୟମରେ ସେ କଣ ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି , ସେ କଥା କେହି ଜାଣି ପାରୁ ନାହାଁନ୍ତି । ତେବେ ଆପଣ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟରେ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କ ସତ ସମସ୍ତଙ୍କ ସାମ୍ନାକୁ ଆସିଯାଇଛି । ଆଉ ସେ ବିସ୍ତାର କରିଥିବା କଳା ସାମ୍ରାଜ୍ୟ ବିଷୟରେ ସମସ୍ତେ ଅବଗତ ହୋଇ ସାରିଥିବେ । ତେଣୁ ପୋଲିସ ସବୁ ଜାଣିବା ପରେ ଆଉ ତାଙ୍କ କଳା କାରନାମା ଜାଣିବା ପରେ ବର୍ତ୍ତମାନ ସବୁ କିଛି ଶେଷ ହୋଇ ଯାଇଛି । ନିଜ ଭୁଲ ପାଇଁ ଅର୍ଚ୍ଚନା ଜେଲ ମଧ୍ୟରେ ଦିନ କାଟୁଛନ୍ତି ।

Leave a Reply

Your email address will not be published. Required fields are marked *