ସେଦିନ ତୁ ମୋତେ ଖଟରେ ଭିଡି ଧରୁଥିଲୁ , ତୋ ପାଇଁ ହସ୍ପିଟାଲ ବେଡ଼ ରେ ପଡିଲି…

କୁହାଯାଏ ପ୍ରେମ ଯଦି ସଠିକ୍ ମଣିଷ ସହିତ ହୋଇଯାଏ , ତେବେ ଜୀବନ ବଦଳି ଯାଇଥାଏ ଆଉ ଯଦି ଭୁଲ ମଣିଷ ସହିତ ହୋଇଯାଏ , ତେବେ ଜୀବନ ବର୍ବାଦ ହୋଇଯାଏ । ତେବେ ବର୍ତ୍ତମାନ ସମୟରେ ଏପରି ଅନେକ ଘଟଣା ଘଟିବାରେ ଲାଗିଛି , ଯାହା ବିଷୟରେ ଆପଣ ନିଶ୍ଚିତ ଜାଣିଥିବେ । ଯୁବକ ଯୁବତୀ ମାନେ ପ୍ରେମ କରୁଛନ୍ତି ଆଉ ତାପରେ ଶାରୀରିକ ସମ୍ପର୍କ ରଖିବା ପରେ ଛାଡି ଦେଇ ଚାଲି ଯାଉଛନ୍ତି । ଆଉ ଏପଟେ ପ୍ରେମରେ ଧୋକା ଖାଇବା ପରେ ପ୍ରେମିକ ପ୍ରେମିକା ଆତ୍ମହତ୍ୟା କରି ଦେଉଛନ୍ତି ।

ତେବେ ଏପରି ଘଟଣା ଆମ ସମାଜ ଉପରେ ନିଶ୍ଚିତ ଭାବରେ ଖରାପ ପ୍ରଭାବ ପକାଉଛି । ଏବେ ମଧ୍ୟ ଅନୁଗୁଳ ଜିଲ୍ଲାରେ ଘଟିଛି ଏପରି କିଛି ଘଟଣା । ପ୍ରେମ କରି ବିବାହ କରିଥିଲେ ଆଉ ବର୍ତ୍ତମାନ ହସ୍ପିଟାଲ ବେଡ ରେ ଦିନ କାଟୁଛନ୍ତି ମହିଳା । ନା ତାଙ୍କ ପାଖରେ ଆହା ପଦେ କହିବା ପାଇଁ ନିଜ ଜୀବନସାଥି ଅଛନ୍ତି ନା ତାଙ୍କ ପରିବାର । ସୂଚନା ମୁତାବକ ,ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ରାଣୀଗଡା ଗ୍ରାମରେ ଦେଖିବାକୁ ମିଳିଛି ଏପରି କିଛି ଘଟଣା । ଦୁଇ ପ୍ରେମୀ ଯୁଗଳ ପ୍ରେମ କରି ବସିଥିଲେ ଆଉ ସବୁ କିଛି ଠିକ୍ ଠାକ୍ ଚାଲିଥିଲା।

ଦୁହେଁ ଅନେକ ଥର ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଆଉ ପରେ ଯୁବତୀ ଜଣକ ନିଜ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ନିଜ ପ୍ରେମିକଙ୍କୁ ବିବାହ କରି ନେଇଥିଲେ । ବନ୍ଦୋଲା ଥାନା ଅନ୍ତର୍ଗତ ଜ୍ୟୋସ୍ନା ସାହୁ ରାଣୀଗଡାର ମାନସ ବାରିକଙ୍କୁ ବାହା ହେବା ପରେ ତିନି ମାସ ପର୍ଯ୍ୟନ୍ତ ସବୁ କିଛି ଭଲ ଚାଲିଥିଲା । କିନ୍ତୁ ହଠାତ୍ ତାଙ୍କ ଶାଶୁ ଏବଂ ଦେଢ଼ଶୁର , ଯାଆ ଯୌତୁକ ମାଗିବା ଆରମ୍ଭ କରିଥିଲେ । ଆଉ ଯୌତୁକ ନିର୍ଯାତନା ମଧ୍ୟ ଦେଇଥିଲେ । ତେବେ ସବୁ ଦେଖି ଚାହିଁ ମଧ୍ୟ ତାଙ୍କ ସ୍ଵାମୀ ମାନସ ସବୁବେଳେ ଚୁପ୍ ରହୁଥିଲେ । ତେଣୁ ଜ୍ୟୋସ୍ନା ବାଧ୍ୟ ହୋଇ ସ୍ଵାମୀ ଘର ଆଗରେ ଧାରଣା ଦେଇ ବସିଥିଲେ ।

ତେବେ ତିନି ଦିନ ଧାରଣା ଦେବା ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ହଠାତ୍ ଗୁରୁତର ହୋଇ ଯାଇଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା । ତେବେ ବର୍ତ୍ତମାନ ତାଙ୍କୁ ସାଲାଇନ ଲାଗିବା ସହିତ ସେ ଭଲ ନାହାଁନ୍ତି । ସ୍ଵାମୀ ଘର ଆଗରେ କବାଟ ବାଡେଇଲେ ମଧ୍ୟ କେହି କବାଟ ଖୋଲୁ ନାହାନ୍ତି । ବର୍ତ୍ତମାନ ପୁରାପୁରି ଏକୁଟିଆ ହୋଇ ଯାଇଛନ୍ତି ଜ୍ୟୋସ୍ନା । ଆଉ ମନେ ମନେ ଭାବୁଛନ୍ତି , ପ୍ରେମ କରି ବୋଧ ହୁଏ ସେ ଭୁଲ କରି ଦେଇଛନ୍ତି । ଜୀବନରେ ସେ ସଠିକ୍ ମଣିଷକୁ ଜାଣି ପାରିଲେ ନାହିଁ । ଆଉ ସେଥିପାଇଁ ଆଜି ଏତେ କଷ୍ଟ ପାଉଛନ୍ତି।

Leave a Reply

Your email address will not be published. Required fields are marked *