ଅର୍ଚ୍ଚନା ନାଗ ମାମଲାରେ ଜଣେ ରଣଜୀ ଖେଳାଳୀ ୩ ବର୍ଷ ଯାକ କରିଛି ଖେଳ…

ଲେଡି ବ୍ଲାକମେଲର କିମ୍ବା ସେକ୍ସ ରେକେଟରେ ହାତ ଥିବା ଅର୍ଚ୍ଚନା ନାଗଙ୍କ ମାମଲାରେ ବର୍ତ୍ତମାନ ଇଡିର ତଦନ୍ତ ଜାରି ରହିଛି । ମାମଲା ପ୍ରଥମରୁ ହିଁ ଶୁଣିବାକୁ ମିଳୁଥିଲା ବଡ଼ ବଡ଼ିଆଙ୍କ ହାତ ଥିବା କଥା ଆଉ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏପଟେ ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ପନ୍ଦର ଦିନିଆ ରିମାଣ୍ଡ ଆବେଦନ କରିଛି ।

ଯେଉଁଥିରେ ଅର୍ଚ୍ଚନାଙ୍କୁ ମୁହଁ ଖୋଲିବାକୁ ସୁଯୋଗ ମିଳିବ ଆଉ ଧରା ପଡ଼ିବ ସବୁ ସତ କଥା । ସାରା ଓଡ଼ିଶାର ଲୋକ ଯେଉଁଠି ଅର୍ଚ୍ଚନାଙ୍କୁ ଦୋଷୀ ମାନି କ୍ରୋଧ ପ୍ରକାଶ କରୁଛନ୍ତି , ସେମିତି ଅର୍ଚ୍ଚନାବି ଗଣମାଧ୍ୟମ ସାମ୍ନାରେ ଏମିତି କିଛି ମତ ଦେଉଛନ୍ତି ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।

ଅର୍ଚ୍ଚନା କହୁଛନ୍ତି ଯେ ବର୍ତ୍ତମାନ ସେ ସବୁ ସତ୍ୟତା ପଦାକୁ ଆଣିବେ । ସେ କୁଆଡ଼େ ନିର୍ଦୋଷ ଆଉ ଦୋଷ ଆଉ କାହାର । ତେବେ ଏହାଟ ଇଡିର ଜେରା ପରେ ଜଣା ପଡ଼ିବ । ତାହା ପୂର୍ବରୁ ଆଉ ଏକ ସୂଚନା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବର୍ତ୍ତମାନ ଏହା ଶୁଣିବାକୁ ମିଳିଛି ଯେ ଅର୍ଚ୍ଚନାଙ୍କ ସହିତ କୁଆଡ଼େ କେଉଁ ରଣଜୀ ଖେଳାଳି ଜଡ଼ିତ । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଏକ ସୂଚନା ବର୍ତ୍ତମାନ ପ୍ରତିଫଳିତ ହେଉଛି । ଆଉ ସମସ୍ତେ ଜାଣିବାକୁ ଚେଷ୍ଟା କରିଛନ୍ତି ଯେ ସେହି ରଣଜୀ ଖେଳାଳୀ କିଏ ?

କହିରଖିବୁ ଯେ ଅର୍ଚ୍ଚନା ନାଗ ମାମଲାରେ ଗତ କିଛି ମାସ ହେବ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ , ଅର୍ଚ୍ଚନାର ବନ୍ଧୁ ଖଗେଶ , ଅର୍ଚ୍ଚନାର ସହଯୋଗୀ ଶ୍ରଦ୍ଧାଞ୍ଜଳି , ବ୍ୟବସାୟୀ ଅମେକାନ୍ତ ଦାସ , ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ , ଅର୍ଚ୍ଚନାର ଡ୍ରାଇଭର ଚନ୍ଦୁ , ଖଗେସ୍ୱରର ବ୍ୟବସାୟୀ ବନ୍ଧୁ ଚନ୍ଦନ ଏବଂ ଅବିନାଶ , ପ୍ରଯୋଜକ ଅକ୍ଷୟ ପରିଜା , ପ୍ରଯୋଜକ ପ୍ରମୋଦ ସ୍ୱାଇଁ ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ , ଜଗବନ୍ଧୁର ଭାଇ ବଳିଆ , ଠିକାଦାର ପବିତ୍ର ପାତ୍ର , ଆର୍କିଟେକ୍ଚର ରଞ୍ଜିତ ବେହେରାଙ୍କୁ ଇଡିର ଜେରା ପରେ ବର୍ତ୍ତମାନ ନୂଆ ଖେଳାଳିଙ୍କ ଲିଙ୍କ ସାମ୍ନାକୁ ଆସିଛି । ଯିଏକି ରଣଜୀ ଖେଳିଛନ୍ତି ।

ଏମିତିକି ଲୋକେ ଏହା ମଧ୍ୟ କହିବା ଆରମ୍ଭ କରି ଦେଇଛନ୍ତି ଯେ ଅର୍ଚ୍ଚନା କୁଆଡ଼େ ବଲ ଏବଂ ରଣଜୀ ଖେଳାଳି କୁଆଡ଼େ ବ୍ୟାଟ । ତେବେ ବର୍ତ୍ତମାନ ଲୋକେ ଦ୍ଵନ୍ଦରେ ଯେ ସେହି ଖେଳାଳି ଜଣକ କିଏ ଯିଏକି ହନୀ ଟ୍ରାପ ମାମଲାରେ ପୁଣି ଏକ ବିସ୍ଫୋରଣ ସୃଷ୍ଟି କରୁଛି । ଖାଲି ସେତିକି ନୁହେଁ , ଏହି ଖେଳାଳୀ ଜଣକ ଅର୍ଚ୍ଚନାଙ୍କ ସହିତ କୁଆଡ଼େ ତିନି ବର୍ଷ ସମ୍ପର୍କରେ ଥିବା ଜଣା ପଡ଼ିଛି ।

ତଦନ୍ତ ଯେତେ ଧରୁଛି ଏବଂ ସମୟ ଯେତେ ଗଡୁଛି ଧୀରେ ଧୀରେ ସେତେ ଅଧିକ ନୂଆ ଚେହେରା ସାମ୍ନାକୁ ଆସୁଛି ଏବଂ ଏକ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି । ତେବେ ବର୍ତ୍ତମାନ ଏହି ପ୍ରଶ୍ନ ଆସୁଛି ଯେ ସେହି ରଣଜୀ ଖେଳାଳି ଜଣକ କିଏ ?

Leave a Reply

Your email address will not be published. Required fields are marked *