ବୋଝ ପାଲଟି ଗଲେ ବାପା ମାଆ , ରୋଗିଣା ହେଲାରୁ ପର କରିଦେଲା ପୁଅ

ବାପା ମାଆଙ୍କ ଆଖିର ଆଲୋକ ଆଉ ଜୀବନର ଧନ ହୋଇଥାନ୍ତି ପିଲା ମାନେ । ବିଶେଷ କରି କହିବାକୁ ଗଲେ ପୁଅ ମାନଙ୍କୁ ମାଆ ମାନେ ଅଧିକ ଭଲ ପାଇଥାନ୍ତି । ଗୋଟିଏ ପୁଅ ନଥିଲେ ଲକ୍ଷେ ଶିବ ପୂଜି ଥାଆନ୍ତି ବାପା ମାଆ । କାହିଁକି ନା ସେ ନଥିଲେ ତାଙ୍କ ବଂଶ ଆଗକୁ କିପରି ବଢିବ । ଅନ୍ୟ ପକ୍ଷରେ ନିଜ ପେଟରେ ଓଦା କପଡ଼ା ପକାଇ ସେମାନେ ନିଜ ପିଲା ମାନଙ୍କ ପାଇଁ ଖାଇବା ଯୋଗାଡ କରିଥାନ୍ତି । କାହିଁକି ନା ସେମାନେ ପରା ବାପା ମାଆ । ନିଜେ ପଛେ କଷ୍ଟ ପାଆନ୍ତୁ କିନ୍ତୁ ନିଜ ପିଲା ପାଇଁ ସବୁବେଳେ ସଚେତନ ।

ତେବେ ଏତେ ସବୁ ପରେ ସେହି ପୁଅ ନିଜ ବାପା ମାଆଙ୍କୁ ପର କରି ଦେଲେ , ଥରେ ଚିନ୍ତା କରନ୍ତୁ ସେହି ବାପା ମାଆଙ୍କୁ କିପରି ବା ଲାଗିବ । ଏପରି ଏକ ଘଟଣା ବିଷୟର ଆମେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଆଖି ଛଳଛଳ କରିଦେବ। ବାପା ମାଆ ରୋଗୀଣା ହେବା ପରେ ବୋଝ ପାଲଟି ଗଲେ ଆଉ ସେଥିପାଇଁ ପୁଅ ସେମାନଙ୍କୁ ବାପା ମାଆ ଡାକିବାକୁ ବି ଲଜ୍ଜିତ ମନେ କରୁଛି । ତେବେ ଘଟଣାଟି ପୁରୀ ଜିଲ୍ଲାର ଅଟେ । ତେବେ ଏହି ଜିଲ୍ଲାର ରାଜକିଶୋର ସାହୁ ଆଉ ତାଙ୍କ ସ୍ତ୍ରୀ କୁନି ସାହୁ ନିଜ ଜୀବନର ଅଶେଷ ଦୁଃଖ ବିଷୟରେ କହିଛନ୍ତି ।

ରାଜକିଶୋର ଏକ ଛୋଟ ଚା ଦୋକାନ କରି ନିଜ ପୁଅକୁ ମଣିଷ କରିଥିଲେ କିନ୍ତୁ ସେ ଆଜି ବଡ ମଣିଷ ହୋଇ ନିଜ ବାପା ମାଆଙ୍କୁ ମଧ୍ୟ ପାଖରେ ରଖୁ ନାହିଁ । ସେ ବିବାହ କରି ସାରିବା ପରେ ଆଉ ବାପା ମାଆଙ୍କୁ ଡାକିବାକୁ ମଧ୍ୟ ଲଜ୍ଜିତ ଅନୁଭବ କରୁଛି ବୋଲି ରାଜକିଶୋର କହିଛନ୍ତି । ଅନ୍ୟ ପକ୍ଷରେ ପକ୍ଷାଘାତରେ ପୀଡିତ ଅଛନ୍ତି କୁନି । ତାଙ୍କ ପାଖରେ ଔଷଧ ଖାଇବାକୁ ମଧ୍ୟ ଟଙ୍କାଟିଏ ନାହିଁ । ପୁଅର ଟିକିଏ ସାହାରା ପାଇବାକୁ ଚାହୁଁଥିଲେ ମଧ୍ୟ ପୁଅ ସେମାନଙ୍କୁ ରଖିବା ପାଇଁ ପୁରାପୁରି ନାରାଜ । ଆଉ ଟଙ୍କାଟିଏ ଦେବା ତ ଦୂରର କଥା ସେମାନଙ୍କ ପାଖକୁ ଆସୁ ନାହିଁ ।

କୁନି ମଧୁମେହ ରୋଗରୁ ପୀଡିତ ଥିବାରୁ ତାଙ୍କର ଗୋଟିଏ ଆଙ୍ଗୁଠି ମଧ୍ୟ କଟା ଯାଇଛି ତେଣୁ ସେ ଆଉ କିଛି କାମ କରି ପାରୁ ନାହାଁନ୍ତି । ତେଣୁ ରାଜକିଶୋର ଏବେ ମଧ୍ୟ ସେହି ଚା ଦୋକାନ ଖୋଲି ପେଟ ପୋଷନ୍ତି ଆଉ ତାଙ୍କ ଝିଅ ବିଧବା ଭତ୍ତା ଯାହା ଦିଅନ୍ତି , ସେଥିରେ ପେଟ ପୋଷିଥାନ୍ତି । ତେବେ ବୃଦ୍ଧ କାଳରେ ବାପା ମାଆଙ୍କର ପୁଅ ମୁହଁ ଦେଖିବାକୁ ଈଛା ଥିଲେ ମଧ୍ୟ ସେମାନେ ଦେଖି ପାରୁ ନାହାଁନ୍ତି । ତେବେ ଅନ୍ୟ ପକ୍ଷରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ସେମାନେ ରହୁଥିବା ଭଡ଼ା ଘରର ମାଲିକ ସେମାନଙ୍କ ଠାରୁ ଭଡ଼ା ନେଉ ନାହାଁନ୍ତି ଆଉ ସେଥିପାଇଁ ସେମାନେ ସେଠାରେ ଦୁଇ ବର୍ଷ ହେଲା ରହି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *