ଅର୍ଚ୍ଚନା ନୁହନ୍ତି ମୁଖ୍ୟ ଆସାମୀ, ମୁଖ୍ୟ ଆସାମୀ ଶ୍ରଦ୍ଧାଞ୍ଜଳି ବେହେରା…

ସାରା ଓଡ଼ିଶାରେ ଖୁବ ଚର୍ଚ୍ଚାରେ ଥିବା ଅର୍ଚ୍ଚନାଙ୍କୁ ନେଇ ଆସିଲା ସାଂଘାତିକ ତଥ୍ୟ। ଅର୍ଚ୍ଚନା ଓକିଲ ଅର୍ଚ୍ଚନାଙ୍କ କେଶକୁ ଆଉ ଏକ ନୂତନ ମୋଡ଼ ଦେଇଛନ୍ତି। ତେବେ ଗଣମାଧ୍ୟମ ରେ ପ୍ରତିକ୍ରିୟା ଦେଇ ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି କି ଅର୍ଚ୍ଚନା ନୁହନ୍ତି ମୁଖ୍ୟ ଆସାମୀ। ମୁଖ୍ୟ ଆସାମୀ ହେଉଛନ୍ତି ଶ୍ରଦ୍ଧା ଞ୍ଜଳି। ତେବେ ଏହି ଘଟଣା ଭିତରକୁ ଆସୁଥିବା ଆଉ ଏକ ନୂତନ ନା ଶ୍ରଦ୍ଧାଞ୍ଜଳି କିଏ। ଏହି ଘଟଣା ସହିତ ଶ୍ରଦ୍ଧାଞ୍ଜଳିଙ୍କର ସମ୍ପର୍କ କଣ।

ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ ସହ ଶ୍ରଦ୍ଧାଞ୍ଜଳିଙ୍କର କେଉଁ ଭଳି ସମ୍ପର୍କ। କଣ ପାଇଁ ଅର୍ଚ୍ଚନାଙ୍କ ଓକିଲ ଶ୍ରଦ୍ଧାଞ୍ଜଳିଙ୍କ ନାଁ ନେଲେ। ଏମିତି ଅନେକ ପ୍ରଶ୍ନ ବର୍ତ୍ତମାନ ଜନ ସାଧାରଣଙ୍କ ମନରେ ଉଙ୍କି ମାରିଛି। କାରଣ ଏଥିପାଇଁ କି ଆଜି ଗଣମାଧ୍ୟମରେ ଅର୍ଚ୍ଚନାଙ୍କ ଓକିଲ ଶ୍ରଦ୍ଧାଞ୍ଜଳିଙ୍କୁ ମୁଖ୍ୟ ଆସାମୀ ବୋଲି କହିଛନ୍ତି।ଏହିଭଳି ପ୍ରତିକ୍ରିୟା ଗଣମାଧ୍ୟମରେ ଅର୍ଚ୍ଚନାଙ୍କ ଓକିଲ ଦେବା ପରେ ସାଧାରଣ ଲୋକଙ୍କ ମନରେ ସେହି ନୂତନ ନାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେବା ନିହାତି ଭାବେ ସ୍ୱାଭାବିକ କଥା।

ତେବେ କେବଳ ଏତିକି ନୁହେଁ ଯେଉଁ ଅକ୍ଷୟ ପରିଜାଙ୍କ କେଶ ଆଧାରରେ ପୋଲିସ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ଓ ପରବର୍ତ୍ତୀ ସମୟରେ ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ମଧ୍ୟ ପୋଲିସ ଉଠାଇ ନେଇ ଗିରଫ କରିଥିଲା ସେହି ଅକ୍ଷୟ ପରିଜାଙ୍କ କେଶରେ ମୁଖ୍ୟ ଆସାମୀ ଅର୍ଚ୍ଚନା ନୁହଁନ୍ତି ଶ୍ରଦ୍ଧାଞ୍ଜଳି ବେହେରା ବୋଲି ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି।

ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯଦି ଅକ୍ଷୟ ପରିଜାଙ୍କ କେଶରେ ମୁଖ୍ୟ ଆସାମୀ ଶ୍ରଦ୍ଧାଞ୍ଜଳି ତେବେ ପୋଲିସ ଶ୍ରଦ୍ଧାଞ୍ଜଳିଙ୍କୁ ଗିରଫ ନକରି କାହିଁକି ଅର୍ଚ୍ଚନାଙ୍କୁ ଗିରଫ କରାଗଲା। ଗୋଟିଏ ଅଭିଯୋଗକୁ ଆଧାର କରି ଯେତେବେଳେ ଅନେକ ଦିନ ହେଲାଣି ଖୋଳ ତାଡ଼ ଜାରି ରହିଛି। ଯେତେବେଳେ ଗୋଟେ ଅଭିଯୋଗକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଯାଉଛି ସେତେବେଳେ ଅର୍ଚ୍ଚନାଙ୍କ ଓକିଲଙ୍କ ଏଭଳି ସଫେଇ ସାଧାରଣ ଜନତାଙ୍କୁ ଚକିତ କରିଛି।

ତେବେ ଆଜି ଅର୍ଚ୍ଚନାଙ୍କ ପକ୍ଷରୁ ମାନ୍ୟବର ଏସ୍ଡ଼ିଜିଏମ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି ଆଉ ବର୍ତ୍ତମାନ ସୁଦ୍ଧା ଯେହେତୁ ରାୟ ଆସିନୀ ତେବେ ରାୟ ଆସିବା ପରେ ଜଣା ପଡିବ ବୋଲି ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ଯେତେବେଳେ ଆଜି ମହିଳା ପୋଲିସ ମାନେ ଅର୍ଚ୍ଚନାଙ୍କୁ ଧରି ଆସୁଥିଲେ ସେତେବେଳେ ଗଣମାଧ୍ୟମ ପ୍ରତିନିଧିମାନେ ଅର୍ଚ୍ଚନାଙ୍କୁ ପ୍ରଶ୍ନ କରିଥିଲେ କି ଅର୍ଚ୍ଚନା କିଛି କହିବାକୁ ଚାହୁଁଛନ୍ତି କି ସେତେବେଳେ ଅର୍ଚ୍ଚନା କହିଥିଲେ କି ଅପେକ୍ଷା କରନ୍ତୁ ପ୍ଲିଜ ତଦନ୍ତ ହେଉ ସତ୍ୟ ସାମ୍ନାକୁ ଆସିବ ହେଲେ ଆପଣ ଅପେକ୍ଷା କରନ୍ତୁ।

ତେବେ ଆଜି ଯେତେବେଳେ ଅର୍ଚ୍ଚନା କୋର୍ଟରୁ ବାହାରିଥିଲେ ଗଣମାଧ୍ୟମ ପ୍ରତିନିଧିମାନେ ଅନେକ ପ୍ରଶ୍ନ କରିଥିବା ବେଳେ ଅର୍ଚ୍ଚନା କେବଳ ଗୋଟିଏ ଉତ୍ତର ରଖିଥିଲେ ତଦନ୍ତ ହେଉ ସତ ସାମ୍ନାକୁ ଆସିବ। ସେହି ସମୟରେ ଜଣେ ପ୍ରଶ୍ନ କରିଥିଲେ କି 2016 ମସିହାରୁ ଆଜି ପର୍ଯ୍ୟନ୍ତ କିପରି ହେଲେ 50 କୋଟି ଟଙ୍କାର ମାଲିକାଣି। ହେଲେ ଏହି ପ୍ରଶ୍ନର ଉତ୍ତର ରଖି ନଥିଲେ ଅର୍ଚ୍ଚନା। ଏବେ କେବଳ ଦେଖିବାକୁ ବାକି ରହିଲା ଅର୍ଚ୍ଚନାଙ୍କ ମାମଲାର ମୋଡ଼ କେଉଁ ଆଡେ ଯାଉଛି। ଶ୍ରଦ୍ଧାଞ୍ଜଳି ବେହେରାଙ୍କ କଥା ଯାହା ଅର୍ଚ୍ଚନାଙ୍କ ଓକିଲ ଉଠାଇଛନ୍ତି ତାହାର ତଦନ୍ତ କେତେ ବାଟ ଆଗଉଛି।

Leave a Reply

Your email address will not be published. Required fields are marked *