ଅର୍ଚ୍ଚନା ପରେ ଆସିଲେ ପୁରୁଷଙ୍କୁ ଲୁଟୁଥିବା ଖୁସବୁ । କଣ୍ଡମ ପାଇଁ ପଠେଇ ଚମ୍ପଟ ମାରୁଥିଲା…

ବେଳେ ବେଳେ କିଛି ମହିଳା ଥାନ୍ତି ଯେଉଁ ମାନଙ୍କୁ ଖୁବ ଭାବରେ ଜଣା କିପରି ପୁରୁଷ ମାନଙ୍କୁ ପଟାଇବାକୁ ହୁଏ। କେବେ କେବେ ଏମିତି ମହିଳା ମାନେ ସାମ୍ନାକୁ ଆସନ୍ତି ଯେଉଁ ମାନଙ୍କୁ ଖୁବ ଭଲ ଭାବରେ ଜଣା କିପରି ଓ କେଉଁ ଭାବରେ ପୁରୁଷଙ୍କୁ କଣ କରିବା ଦ୍ୱାରା ସେମାନେ ଫେରି ଆସନ୍ତି। ଏମିତି ମହିଳା ହେଉଛନ୍ତି ଖୁସବୁ ଯିଏ କି ଅର୍ଚ୍ଚନାଙ୍କ ଠାରୁ ଶହେ ଗୁଣା ଅଧିକ 420 ଲେଡି। ଯିଏ ପୁଅ ମାନଙ୍କୁ ଗୋଟିଏ ଚୁଟିକିରେ ଫସାଇ ଦେଇଥାନ୍ତି ଆଉ ହଁ ଯିଏକି ପୁଅ ମାନଙ୍କୁ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ କରନ୍ତି।

ଅର୍ଚ୍ଚନାଙ୍କ କଥା ତ ସାରା ଓଡ଼ିଶାରେ ଘରେ ଘରେ ସମସ୍ତେ ଜାଣିଛନ୍ତି ହେଲେ ବର୍ତ୍ତମାନ ଆମେ ଆଉ ଏକ ମହିଳାଙ୍କ କଥା କହିବାକୁ ଯାଉଛୁ। ଯିଏକି ପୁରୁଷଙ୍କୁ ଚିତ୍ତା ଲଗାଇ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା। ଆଉ ହଁ ଯିଏକି ପୁରୁଷଙ୍କୁ ଚିତ୍ତା କାଟି ଚୁନ ଲଗାଇ ଏମିତି ଲୁଟୁଥିଲେ ପୁରୁଷ ମାନେ ଆଉ ଥରେ ଉଠି ଛିଡା ହୋଇ ପାରୁ ନଥିଲେ।

ଏମାନଙ୍କର ଖାଲି ନଜର ଥିଲା ଧନୀ ଘରର ବ୍ୟକ୍ତିଙ୍କ ଉପରେ ଯିଏକି ମୋଟା ଅଙ୍କର ଟଙ୍କା ପାଖରେ ରଖିଥାନ୍ତି। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖୁସବୁ ହେଉଛନ୍ତି ଏପରି ଏକ ମହିଳା ଯିଏକି କୁଆଡେ ତାଙ୍କ ଜୀବନରେ ଦୁଇ ଶହରୁ ଅଧିକ ପୁରୁଷଙ୍କୁ ଲୁଟି ସାରିଛନ୍ତି। କୋଟି କୋଟି ଟଙ୍କା ପୁରୁଷଙ୍କ ଠାରୁ ନେଇ ସାରିଛନ୍ତି। ଆଉ ତାଙ୍କ ନାମରେ ଦେଶର ବିଭିନ୍ନ ଥାନାରେ ଅନେକ ମାମଲା ମଧ୍ୟ ରୁଜ୍ଜୁ ହୋଇଛି।

ଖୁସୁବ ଏମିତି ସେମିତି ମହିଳା ନୁହଁନ୍ତି ସେ ନିଜର ପରିଚୟ ସବୁବେଳେ କିଛି ନୂଆ ନୂଆ ଦେଇ ଧନୀ ବ୍ୟକ୍ତିଙ୍କୁ ଭୁଆଁ ବୁଲାଇ ଥାନ୍ତି। କେତେବେଳେ ନିଜକୁ ଓକିଲ ତ ଆଉ କେତେବେଳେ ନିଜକୁ ପୋଲିସ ଅଫିସର ପରିଚୟ ଦେଇଥାନ୍ତି। ଆଉ ନିଜକୁ ପ୍ରଶାସନିକ ଅଧିକାରୀ କହି ଠକି ନେଇ ଯାଆନ୍ତି କୋଟି କୋଟି ଟଙ୍କା ଯାହା କେହି ହେଲେ ସୁଦ୍ଧା ଟେର ପାଆନ୍ତି ନାହିଁ। ଇଣ୍ଡିଆର ଅନେକ ସ୍ଥାନରେ ତାଙ୍କ ନାମରେ ଅଭିଯୋଗ ଥିଲେ ବି 420 ମହିଳାଙ୍କୁ ଧରିବା କୁଆଡେ ଏତେ ସହଜ ନୁହେଁ ବୋଲି ଲୋକେ କୁହନ୍ତି।

ଏହି 420 ମହିଳା ଖୁସୁବୁ ଙ୍କୁ ନେଇ ଆଉ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଥିଲା। ଥରେ ଜଣେ ବ୍ୟକ୍ତିଙ୍କୁ ଲିଫ୍ଟ ମାଗି ତାଙ୍କ କାରରେ ବସିଥିଲେ ଆଉ ତା ପରେ କାରରେ ଥିବା ପୁରୁଷଙ୍କ ସହ କଥା ବାର୍ତା ହୋଇ ତାଙ୍କ ସହ ସମ୍ପର୍କ ବଢ଼ାଇଲେ ତା ପରେ ଏମିତି ମିଠା ମିଠା କଥା କହି ପୁରୁଷଙ୍କୁ ଫସାଇଲେ ଯେ ପୁରୁଷ ଖୁସୁବୁ ଙ୍କ ଆଡକୁ ଆକର୍ଷିତ ହେବା ଆରମ୍ଭ କଲେ ବାସ ତା ପରେ ଖୁସୁବୁ ଏହି ମଉକା ଦେଖି ଚଉକା ମାରିବାକୁ ଚେଷ୍ଟା କଲେ ।

ତା ପରେ ଖୁସୁବୁ ଯେତେବେଳେ ଜାଣିଲେ ପୁରୁଷ ଜଣଙ୍କ ତାଙ୍କ ପ୍ରତି ଆକର୍ଷିତ ହେଉଛନ୍ତି ସେତେବେଳେ ସେ ପୁରୁଷ ଙ୍କୁ କହିଥିଲେ ଯଦି ଆପଣ ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛନ୍ତି ତେବେ ଦୋକାନ ଯାଇ କିଛି କଣ୍ଡମ ନେଇ ଆସନ୍ତୁ। ପୁରୁଷ ଜଣଙ୍କ ଯେତେବେଳେ ମହିଳାଙ୍କ ଅଫରକୁ ଅପେଖ୍ୟାରେ ଚାହିଁ ରହିଥିଲେ ସେ ସୁଯୋଗକୁ ଆଉ ହାତ ଛଡା କରିବାକୁ ଚାହିଁନଥିଲେ।

ତେଣୁ ତୁରନ୍ତ ପୁରୁଷ ଜଣଙ୍କ କାରରୁ ଓଲ୍ହାଇ ପଡି ଦୋକାନ ଅଭିମୁଖେ ଯାଇଥିଲେ ଆଉ ଏହି ସମୟରେ କଣ୍ଡମ କିଣିବାକୁ ପୁରୁଷ ଯାଇଥିବା ବେଳେ ମହିଳା ଖୁସୁବୁ ପୁରୁଷଙ୍କ ଗାଡି ନେଇ ଚମ୍ପଟ ମାରିଥିଲେ। ତେବେ ବନ୍ଧୁଗଣ ଆମ ଦେଶରେ ଅର୍ଚ୍ଚନା ନାଗଙ୍କ ଭଳି ଅନେକ ମାଳ ମାଳ ମହିଳା ଅଛନ୍ତି। ଯେଉଁମାନେ ସବୁବେଳେ ସମୟ ଖୋଜି ବୁଲୁଥାନ୍ତି ପୁରୁଷଙ୍କୁ ପଟାଇବା ପାଇଁ ଆଉ ଯେତେବେଳେ ସେମାନଙ୍କୁ ସୁଯୋଗ ମିଳେ ସେମାନେ କେବେ ହେଲେ ସୁଯୋଗକୁ ହାତ ଛଡା କରନ୍ତି ନାହିଁ।

କେବଳ ଅର୍ଚ୍ଚନା ନୁହଁନ୍ତି ଅର୍ଚ୍ଚନାଙ୍କ ପରି ଅନେକ ମହିଳା ପୁରୁଷଙ୍କୁ ନିଜ ମାୟା ଜାଲରେ ଫସାଇବାକୁ ଅନେକ ସମୟରେ ସୁଯୋଗ ଖୋଜି ବୁଲୁଥାନ୍ତି। କେବେ ଶାରୀରିକ ସମ୍ପର୍କର ପ୍ରଲୋଭନ ଦେଖାଇ ତ ଆଉ କେବେ ପ୍ରଲୋଭିତ କରି ଯୁବକଙ୍କୁ ଲୁଟି ଚାଲିଥାନ୍ତି ଏଭଳି ଅର୍ଚ୍ଚନା ଆଉ ଖୁସୁବୁଙ୍କ ପରି ମହିଳାଙ୍କ ଠାରୁ ନିଜକୁ ଦୂରାଇ ରଖନ୍ତୁ ନଚେତ ସେମାନଙ୍କ ଜାଲରେ ପଡି ସର୍ବସ୍ୱ ହରାଇବାକୁ ବେସି ସମୟ ଲାଗିବନି।

Leave a Reply

Your email address will not be published. Required fields are marked *