ଅର୍ଚ୍ଚନା ନାଗ ରାତି କଟାଉଥିବା ହୋଟେଲ ମାଲିକ ଇଡି ପାଖରେ ହେଲେ ହାଜର

ଦିନକୁ ଦିନ ଯେତେ ବଢ଼ିବାରେ ଲାଗିଛି , ସେତେ ସେତେ ନୂଆ ନୂଆ ଗୁମର ଫିଟିବାରେ ଲାଗିଛି । ଲୋକେ ନୂଆ ନୂଆ ତଥ୍ୟ ଅର୍ଚ୍ଚନା ନାଗ ମାମଲାରେ ପାଇବାରେ ଲାଗିଛନ୍ତି । କାହିଁକି ନା ଇଡି ଶାଗୁଣା ପରି ଅର୍ଚ୍ଚନା ଉପରେ ନଜର ରଖିଛି ଆଉ ତାଙ୍କର ସବୁ ଇତିହାସ ଖୋଲିବାରେ ଲାଗିଛି । ତାଙ୍କର ସବୁ ଡ଼ାଏରି ଖୋଲି ଦେଇଛି । ଆଉ ସେଥିରେ ଲୁଚି ରହିଥିବା ବଡ ବଡ଼ିଆଙ୍କ ନାମ ସାମ୍ନାକୁ ଆସି ଯାଇଛି । ତେବେ ଇଡି ସେହି ବଡ ବଡିଆଙ୍କୁ ପଚରାଉଚରା କରିବା ପାଇଁ ଡ଼ାକି ପଠାଉଛି ।

ବର୍ତ୍ତମାନ ଇଡି ଜାଲରେ ଚଳଚିତ୍ର ନିର୍ଦ୍ଦେଶକ , ପ୍ରଯୋଜକ ଠାରୁ ଆରମ୍ଭ କରି ହୋଟେଲ ମାଲିକ ଆଦି ବଡ ବଡ ଲୋକ ମାନେ ପଡ଼ି ସାରିଥିବା ବେଳେ ବର୍ତ୍ତମାନ ଆଉ ଜଣେ ହୋଟେଲ ମାଲିକ ପଡ଼ି ଯାଇଛନ୍ତି । ହୋଟେଲ ତାଜ ଓଡ଼ିଶାର ମାଲିକ ଶିବ ପ୍ରସାଦଙ୍କୁ ଇଡି ସମନ ଦେଇ ଥିବା ବେଳେ ସେ ଆଜି ଆସି ଇଡି ନିକଟରେ ପହଂଚି ଯାଇଛନ୍ତି । ନିଜ ଓକିଲଙ୍କୁ ସାଙ୍ଗରେ ନେଇ ସେ ଇଡି ଦ୍ଵାରସ୍ଥ ହୋଇଛନ୍ତି । ତେବେ ବିଶେଷ କରି ଇଡି ତାଙ୍କୁ କଣ ପାଇଁ ଡ଼ାକି ପଠାଇଛି ଏହା ପଛର କାରଣ ମଧ୍ୟ ରହିଛି ।

ସେ ବର୍ତ୍ତମାନ ସମୟରେ ସେହି ହୋଟେଲକୁ ଲିଜ ରେ ଦେଇ ଦେଇଛନ୍ତି । କିନ୍ତୁ ପ୍ରାୟତଃ ଅର୍ଚ୍ଚନା ନାଗ ସହିତ ତାଙ୍କର ଟଙ୍କା ନେଣ ଦେଣ ପାଇଁ ତାଙ୍କୁ ଡ଼ାକି ପଠାଇଛି ଇଡି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ଆଗରୁ ଅର୍ଚ୍ଚନା ନାଗ ଆଉ ଶ୍ରଦ୍ଧାଞ୍ଜଳି ସେହି ହୋଟେଲ ତାଜ ରେ ହିଁ ରାତ୍ରି ଯାପନ କରୁଥିଲେ । ଆଉ ବଡ ବଡ ଡିଲ ମଧ୍ୟ ସେହି ହୋଟେଲରେ ହେଉଥିବା କଥା ଇଡି କାନରେ ପଡ଼ିଛି । ତେଣୁ ବର୍ତ୍ତମାନ ଇଡି ତାଙ୍କୁ ଡ଼ାକି ପଠାଇଛି । ସବୁ କଥା ଇଡି ତାଙ୍କ ମୁହଁରୁ ବାହାର କରିବ ଆଉ ସତ ଓଗାଳିବ ।

ଅର୍ଚ୍ଚନା ନାଗ ସହିତ ତାଙ୍କର କି ପ୍ରକାର ସମ୍ପର୍କ ରହିଥିଲା ଆଉ ଯେଉଁଥିପାଇଁ ସେମାନେ ସେଠାରେ ଡ଼ିଲ ସାଇନ୍ କରୁଥିଲେ । ଆଉ ବଡ ବଡ ଲୋକଙ୍କ ସହିତ ଭେଟ ହେଉଥିଲେ । ତେବେ ଦେଖାଯାଉ ଇଡି ଶିବ ପ୍ରସାଦଙ୍କ ମୁହଁରୁ କେତେ ସତ ବାହାର କରି ପାରୁଛି । ଅନ୍ୟ ପକ୍ଷରେ ଏହା ଶୁଣିବାକୁ ମିଳୁଛି କି , ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ଦୁଇ ଥର ସମନ୍ କରି ସାରିଥିବା ବେଳେ ବର୍ତ୍ତମାନ ମଧ୍ୟ ଡ଼ାକି ପଠାଉଛି କିନ୍ତୁ ସେ ଆଉ ଇଡିକୁ ଧରା ଛୁଆଁ ଦେଉ ନାହାଁନ୍ତି । ତେବେ ଦେଖାଯାଉ ଇଡି ଆଗକୁ କେଉଁ ପଦକ୍ଷେପ ଗ୍ରହଣ କରୁଛି ।

Leave a Reply

Your email address will not be published. Required fields are marked *