” ଅ-ଶ୍ଳୀ-ଳ ଭାଷାରେ ଗାଳି ଗୁଲଜ କରିବା ସହିତ ପ୍ରାଇ-ଭେଟ ପା-ର୍ଟକୁ ଟଚ କରୁଛନ୍ତି ” ଶ୍ୱଶୁର :-

ଦୁନିଆରେ ବର୍ତ୍ତମାନ ଶ୍ୱଶୁର ବୋହୂ ସ-ମ୍ପ-ର୍କ ଧୀରେ ଧୀରେ କଳୁଷିତ ହେବାରେ ଲାଗିଲାଣି । କାହିଁକି ନା ଅନେକ ଏପରି ମାମଲା ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେଉଁଠି ଶ୍ୱଶୁର ବୋହୂ ମଧ୍ୟରେ ଖରାପ ସମ୍ପର୍କ କିମ୍ବା ଶ୍ୱଶୁରର ବୋହୂ ଉପରେ ଖରାପ ନଜର ପକାଇବା ଅନେକ ମାମଲା ଶୁଣିବାକୁ ମିଳୁଛି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହିପରି ଏକ ଘଟଣା ବିଷୟରେ କହିବୁ ଯେଉଁଠି ଜଣେ ଶ୍ୱଶୁର ନିଜ ବୋହୂଙ୍କୁ ଖୁବ ଖରାପ ବ୍ୟବହାର କରୁଛନ୍ତି ଆଉ ବୋହୂକୁ ଏସବୁ ଅସହ୍ୟ ହେବାରୁ ନିଜ ଶ୍ୱଶୁର ନାଁରେ ଅଭିଯୋଗ ମଧ୍ୟ କରିଛନ୍ତି ।

ତେବେ ସୂଚନା ଅନୁଯାୟୀ ମାମଲା ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ କେନ୍ଦୁଡିପି ଗ୍ରାମର ଅଟେ । ସେଠାକାର ଟୁନି ସାହୁ ନାମକ ଜଣେ ମହିଳା ନିଜ ଶ୍ୱଶୁର ବାବନ ସାହୁ ନାମରେ ମାରାତ୍ମକ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବା କଥା ଯେ ତାଙ୍କ ଶ୍ୱଶୁର ତାଙ୍କ ଉପରେ ଖରାପ ନଜର ପକାଉଛନ୍ତି ଏବଂ ଅ-ଶ୍ଳୀ-ଳ ଭାଷାରେ ଗାଳି ଗୁଲଜ କରୁଛନ୍ତି । ଏହାକୁ ଆଧାର କରି ଟୁନି ଅନେକ ଥର ସୁକିନ୍ଦା ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ବି ପୋଲିସ କୌଣସି କାର୍ଯ୍ୟା-ନୁଷ୍ଠାନ ଗ୍ରହଣ କରିନାହିଁ ।

ଟୁନିଙ୍କ ଅନୁଯାୟୀ ତାଙ୍କ ବିବାହ ପରଠାରୁ ତାଙ୍କ ଶ୍ୱଶୁର ତାଙ୍କୁ କେବେ ଝିଅ କିମ୍ବା ବୋହୂ ଭାବରେ ମାନି ନାହାଁନ୍ତି । ଅନେକ ସମୟରେ ଖରାପ ବ୍ୟବହାର କରିଛନ୍ତି । ଏମିତିକି ତାଙ୍କର ସମ୍ବେଦନଶୀଳ ଅଙ୍ଗରେ ହାତ ମାରିଛନ୍ତି । ଯେତେବେଳେ ଟୁନି ବିରୋଧ କରନ୍ତି ଶାଶୁ ଏବଂ ଶ୍ୱଶୁର ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ସେ କହିଛନ୍ତି । ଟୁନି ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ୱାମୀ ନିରଞ୍ଜନ ସାହୁ ମଧ୍ୟ ଶ୍ୱଶୁରଙ୍କ ଏପରି କାରନାମାକୁ ବିରୋଧ କରନ୍ତି । ତଥାପି ତାଙ୍କ ଶ୍ୱଶୁର ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଛନ୍ତି । ଯେତେବେଳେ ତାଙ୍କ ସ୍ୱାମୀ ଦୋକାନକୁ ଯାଆନ୍ତି ସେହି ସମୟରେ ଶ୍ୱଶୁର ଏପରି ବ୍ୟବହାର କରୁଥିବା କଥା କହିଛନ୍ତି ।

ତେବେ ଏହାକୁ ନେଇ ଟୁନି ଏବଂ ତାଙ୍କ ସ୍ୱାମୀ ଅନେକଥର ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ ବି ମାମଲାରେ କୌଣସି କାର୍ଯ୍ୟା-ନୁଷ୍ଠାନ ନିଆଯାଇ ନାହିଁ । ପୂର୍ବରୁ ସୁକିନ୍ଦା ଏସପିଙ୍କ ସହିତ ବି ଆଲୋଚନା ସତ୍ତ୍ୱେ କୌଣସି ସମାଧାନ ହୋଇ ପାରି ନଥିଲା । ଶେଷରେ ପୁଣିଥରେ ଟୁନି ଅଭିଯୋଗ ଆଣିଛନ୍ତି ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହା ବିରୋଧରେ କଠିନ କାର୍ଯ୍ୟା-ନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁକିନ୍ଦା ଏସପି କହିଛନ୍ତି ।

Leave a Reply

Your email address will not be published. Required fields are marked *