ସମୁନ୍ଦ୍ର ଭିତରୁ ଗୋଟିଏ ଫୋନ କଲ୍ ବଞ୍ଚେଇ ଦେଲା ୧୧ ଜୀବନ, ସମୁଦ୍ର ମଧ୍ୟରେ ଫସି ରହିଥିବା ମତ୍ସ୍ୟଜୀବୀ ଙ୍କୁ କିପରି ଉଦ୍ଧାର କରାଗଲା: ଦେଖନ୍ତୁ ଭିଡ଼ିଓ

ଅଣ୍ଡାମାନ ସାଗରରେ ମେ ୫ ରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏହା ବାତ୍ୟା ରୂପ ନେଇ କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଅନୁମାନ କରାଯାଉଥିଲା ଯେ ଏହା ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିବ। ଏହା ଓଡିଶା ଉପକୂଳ ଦେଇ ଗତି କରିବ କିନ୍ତୁ ଓଡ଼ିଶାରେ ମା-ଡ଼ ହେବ ନାହିଁ। ଯାହାକି ଓଡିଶା ବାସୀ ମାନଙ୍କ ପାଇଁ ଏକ ଆଶ୍ୱାସନା ହୋଇଥିଲା। ଯଦିଓ ବାତ୍ୟା ଟଳି ଯାଇଥିଲା ହେଲେ ଏହାର ପ୍ରଭାବ ଜାରି ରହିବ। ଯାହାର ଅର୍ଥ ବର୍ଷା ଜାରି ରହିବ। ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା।

ତେବେ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ବାରଣ କରାଯାଇଥିଲା। ଆଉ ଯେଉଁ ମତ୍ସ୍ୟଜୀବୀ ମାନେ ସମୁଦ୍ର ଭିତରେ ଅଛନ୍ତି ସେମାନଙ୍କୁ ତୁରନ୍ତ ଫେରି ଆସିବା ପାଇଁ କୁହାଯାଇଥିଲା। ନଚେତ ସମୁଦ୍ରର ତାଣ୍ଡବରେ କେହି ବଞ୍ଚି ପାରିବେ ନାହିଁ। ଗଭୀର ସମୁଦ୍ର ଓ କଳାହାଣ୍ଡିଆ ଆକାଶରେ ଫସି ଯାଇଥିଲେ ମତ୍ସ୍ୟଜୀବୀ। ଧୀରେ ଧୀରେ ସମୁଦ୍ର ଗ୍ରାସ କରିବାକୁ ଲାଗୁଥିଲା। ସମୁଦ୍ରର ଉଚ୍ଚ ଢେଉ ଆଗରେ ମତ୍ସ୍ୟଜୀବୀ ମାନଙ୍କ ସାହସ ଓ ବଳ ଭାଙ୍ଗି ଯାଉଥିଲା।

ତେବେ ଏତିକି ବେଳେ ରକ୍ଷକ ସାଜିଥିଲା ମୋବାଇଲ ଫୋନ। ଗୋଟିଏ ଫୋନ କଲ୍ ଯାଇଥିଲା ଗାଁକୁ। ଆମେ ବିପଦରେ ପଡିଛୁ ଆମେ ଭାସି ଯାଉଛୁ ଆମକୁ ଏଠାରୁ ଉଦ୍ଧାର କର। ତେବେ ସମୁଦ୍ର ମଝିରେ ଥିବା ମତ୍ସ୍ୟଜୀବୀ ମାନଙ୍କ ଫୋନ କଲ୍ ସରପଞ୍ଚ ପାଖରେ ପହଁଞ୍ଚିବା ପରେ ନିଆଁ ଭଳି ମାଡି ଯାଇଥିଲା ଖବର। ପ୍ରଥମେ ଭିଡ଼ିଓ ତା’ପରେ ଜିଲ୍ଲା ପ୍ରଶାସନ ଏବଂ ଶେଷରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ଯାଇ ପହଁଞ୍ଚି ଥିଲା ଖବର।

ଏହା ପରେ ଆରମ୍ଭ ହୋଇଯାଇଥିଲା ଉଦ୍ଧାର କରିବାର ଅପରେଶନ। ସଙ୍ଗେ ସଙ୍ଗେ ଆସି ପହଞ୍ଚି ଥିଲା ହେଲିକ୍ୟାପ୍ଟର। ଏୟାର ଲିଫ୍ଟ ଜରିଆରେ ଅକତା କାତ ସମୁଦ୍ର ଭିତରେ ଫସି ରହିଥିବା ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରାଯାଇଛି। ତେବେ ଏହି ରେଶକ୍ୟୁ ଅପରେଶନ ରେ ୧୧ ଜଣ ମତ୍ସ୍ୟଜୀବୀ ମାନଙ୍କୁ ଉଦ୍ଧାର କରାଯାଇଥିଲା। ଜଣେ ମତ୍ସ୍ୟଜୀବୀଙ୍କ କହିବାନୁଯାୟୀ ସେମାନେ ସମୁଦ୍ର ଭିତରୁ ଫେରୁ ଥିବା ବେଳେ ସମୁଦ୍ରର ଢେଉ ସେମାନଙ୍କୁ ଆସିବାକୁ ଦେଇ ନଥିଲା। ସେମାନେ ଧୀରେ ଧୀରେ ବୁଡିବାକୁ ଯାଉଥିଲେ। ଏତିକି ବେଳେ ସେମାନେ ନିଜ ଗାଁକୁ ଫୋନ କରିଥିଲେ ଏବଂ ଏହାପରେ ପ୍ରଶାସନ ସେମାନଙ୍କ ଜୀବନ ବଞ୍ଚେଇ ପାରି ଥିଲା।

ବର୍ତ୍ତମାନ ଚାରୋଟି ବନ୍ଦର ପାରାଦ୍ୱୀପ , ଗୋପାଳପୁର, ଚାନ୍ଦବାଲି, ପୁରୀକୁ କଡାକଡି ଭାବେ ନିଜରରେ ରଖାଯାଇଛି। ଲୋକମାନଙ୍କୁ ସମୁଦ୍ର ଆଡକୁ ଛାଡିବାକୁ ଦିଆଯାଉ ନାହିଁ। ତେବେ ଆଜିଠାରୁ ବାତ୍ୟା ଅସାନିର ପ୍ରଭାବ ଦେଖିବାକୁ ମିଳିବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *