ଛୋଟ ବୟସରେ ବଡ ଭଉଣୀ ସାଜିଛି ମାଆ , ନିଜର ତିନି ତିନୋଟି ଭାଇ ଭଉଣୀଙ୍କର କରୁଛି ଭରଣ ପୋଷଣ

ଭଗବାନ ଦେଇଗଲେ ଏତେ କ-ଷ୍ଟ , ଆଖିରୁ ସରୁ ନାହିଁ ଲୁ-ହ । ଆଖିରୁ ଲୁ-ହ ପୋଛିବାକୁ କେହି ନାହିଁ । ବାପା ମାଆ ନାହାଁନ୍ତି କି ଆଉ କେହି ସାହାରା ବି ନାହାଁନ୍ତି । ବାସ୍ ବେସାହାରା ହୋଇ ପଡ଼ିଛନ୍ତି ଚାରୋଟି ଛୋଟ ଛୋଟ ଛୁଆ । ଯେଉଁ ବୟସରେ ସେମାନେ ଖୁସିରେ ବଞ୍ଚିବା କଥା , ସେହି ବୟସରେ ତାଙ୍କ ଉପରେ ଭାର ପଡୁଛି ଆଉ ସେମାନେ କ-ଷ୍ଟରେ ବଞ୍ଚୁଛନ୍ତି । ପୁରାପୁରି ଅ-ନାଥ ହୋଇ ଯାଇଛନ୍ତି ଛୋଟ ଛୋଟ ଛୁଆ ମାନେ । ଖାଇବାକୁ ବି ଦି ଓଳି ଭଲ ଭାବରେ ପାଉ ନାହାଁନ୍ତି ।

ଖାଲି ଆକାଶକୁ ଚାହିଁ ଆଖିରୁ ଲୁ-ହ ଝରାଉଛନ୍ତି ଛୋଟ ଛୋଟ ଚାରିଟି ପିଲା । ସୂଚନା ମୁତାବକ , କେନ୍ଦୁଝର ଜିଲ୍ଲା ପୁରୁଯୋଡା ପଞ୍ଚାୟତ କରଙ୍ଗାପାଳ ଗାଆଁର ପ୍ରଧାନ ସୋରେନ ଆଉ ତାଙ୍କ ସ୍ତ୍ରୀ ଦ୍ରୌପଦୀଙ୍କ ଚାରିଟି ଛୁଆ ଅଛନ୍ତି । ତେବେ ୧୨ ବର୍ଷ ପୂର୍ବରୁ ପ୍ରଧାନ ସୋରେନ ବ୍ରେନ୍ ମ୍ୟାଲେରିଆ ରେ ପୀଡିତ ହୋଇଥିଲେ ଆଉ ତାଙ୍କର ଚିକିତ୍ସା ନ ହୋଇ ପାରିବାରୁ ତାଙ୍କ ଜୀବନ ଚାଲି ଯାଇଥିଲା । ଅନ୍ୟ ପକ୍ଷରେ ଦ୍ରୌପଦୀ ପରିବାରକୁ କାମ କରି ଚଳାଇ ଆସି ଥିବାରୁ ୧୨ ଦିନ ହେଲା ପାଣିରେ ପଡ଼ି ଯାଇ ଜୀବନ ହାରି ଦେଇଛନ୍ତି ।

ତେବେ ବର୍ତ୍ତମାନ ତାଙ୍କର ସବୁଠାରୁ ବଡ ଝିଅ ସୁମିତ୍ରା , ଯାହାକୁ ୧୮ ବର୍ଷ ବି ହୋଇନାହିଁ ସେ ପରିବାରର ଦାୟିତ୍ଵ ମୁଣ୍ଡକୁ ନେଇଛି । ନିଜ ଭାଇ ଭଉଣୀଙ୍କୁ ଗଣ୍ଡାଏ ଖାଇବାକୁ ଦେଉଛି । ନିଜେ ହିଁ ସବୁ କାମ କରି ପେଟ ପୋଷୁଛି । ଯେଉଁ ବୟସରେ ନିଜେ ଭଲ ପାଠ ପଢି ବଡ ମଣିଷ ହୋଇଥାନ୍ତା , ସେହି ବୟସରେ ସେ ନିଜେ ନିଜ ମୁଣ୍ଡ ଉପରେ ତିନୋଟି ଭାର ଉଠାଇ ବୁଲୁଛି । ଆଉ ଭାଇ ଭଉଣୀଙ୍କ କଥା ବୁଝୁଛି । ତେବେ ବାପା ମାଆଙ୍କ ପରେ ତାଙ୍କର ଆଉ କେହି ନାହିଁ ।

ତାଙ୍କ କଥା ବୁଝିବାକୁ କେହି ନିଜର ନାହିଁ । ତେଣୁ ବାସ୍ ଯାହା ଦୁଃ-ଖ ରେ ସେମାନେ ଚଳି ଯାଉଛନ୍ତି । ଭାତ ସାଙ୍ଗକୁ ଲୁଣ ଲଗାଇ ସେମାନେ ପେଟ ପୋଷୁଛନ୍ତି । ଛୋଟ ଭାଇ ଗୋଟିଏ ଚକଲେଟ ଖାଇବି କହିଲେ , ଭଉଣୀ ସୁମିତ୍ରା ମୁଣ୍ଡରେ ହାତ ଦେଇ ଦେଉଛନ୍ତି । କାରଣ ତାଙ୍କ ପାଖରେ ଟଙ୍କାଟିଏ ବି ନାହିଁ । ଏପରି ପରିସ୍ଥିତିରେ ପୁରାପୁରି ଭା-ଙ୍ଗି ଯାଇଛନ୍ତି ସୁମିତ୍ରା । ସେଥି ପାଇଁ ସରକାରଙ୍କୁ ସହାୟତା ମାଗିଛନ୍ତି । ତାଙ୍କୁ ଯେପରି ସହାୟତା ମିଳୁ ଆଉ ସେ ନିଜ ଭାଇ ଭଉଣୀ ମାନଙ୍କୁ ବଡ ମଣିଷ କରିପାରିବେ , ସେଥିପାଇଁ ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *