ଦୁଇ ଭଉଣୀ ୨୩ ରେ ବିବାହ କଲେ, ୫ ରେ ପୋଲିସ ସେମାନଙ୍କୁ ପୋଲିସ ଷ୍ଟେସନ ନେଲା….

ପ୍ରେମ, ବିବାହ ଏବଂ ପ୍ରତାରଣା ବିଷୟରେ ତୁମେ ନିଶ୍ଚୟ ଅନେକ ଖବର ପଢିଥିବ। କିନ୍ତୁ ଏପରି ଖବର ବହୁ କମ୍ ପଢିଥିବେ ବା ଶୁଣିଥିବେ।ଏପରି ଏକ ଅଦ୍ଭୂତ ଘଟଣା ରାଜସ୍ଥାନ ର ଜୟପୁର ରେ ଘଟିଛି।

ଜୟପୁରରେ ଜଣେ ବିଧବା ମା ର ଦୁଇ ଝିଅଙ୍କୁ ନିର୍ଯାତନା ଦିଆଯାଇଛି। ସେମାନଙ୍କ ସ୍ୱାମୀ ଏବଂ ପରିବାର ସଦସ୍ୟ ବହୁ ଗୁରୁତର ଅପରାଧ କରିଛନ୍ତି। କେବଳ ଏତିକି ନୁହେଁ, ଅବହେଳା ପାଇଁ ମଧ୍ୟ ପୋଲିସ ପାଖରେ ଅଭିଯୋଗ କରିଛନ୍ତି। ପୁରା ଘଟଣା ପରେ ଘୋଟୱାରା ପୋଲିସ ଷ୍ଟେସନ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଘଟୱାରା ପୋଲିସ କହିଛି ଯେ ଏହି ଅଞ୍ଚଳରେ ରହୁଥିବା ଦୁଇ ଭଉଣୀ ଜାନୁଆରୀ ୨୫ ରେ ସାଲାସର ଅଞ୍ଚଳରେ ରହୁଥିବା ଏକ ପରିବାରରେ ବାହା ହେଇଥିଲେ। ଦୁଇ ଭଉଣୀ ସାଲାସର ଧାମରେ ସୁରକ୍ଷା କର୍ମୀ ଭାବରେ କାମ କରୁଥିଲେ। ଯାହା ପରେ ସେ ସାଲାସରରେ ରହୁଥିବା ଦୁଇ ଭାଇଙ୍କୁ ବିବାହ କଲେ। କିନ୍ତୁ ବାହାଘର ପରେ ଦୁଇ ଭାଇଙ୍କ ବଡ ଭାଇଙ୍କ ଉଦ୍ଦେଶ୍ୟ ଠିକ୍ ଲାଗିଲା ନାହିଁ। ଏହା ପରେ କେବଳ ସମ୍ପର୍କ ଲଜ୍ଜିତ ହୋଇନଥିଲା, ବରଂ ପୋଲିସ ମଧ୍ୟ ଘରେ ପଶିଥିଲେ।

ବାହାଘର ପରେ ଦୁଇ ଭଉଣୀ ନିଜ ଶାଶୁ ଘରେ ରହୁଥିଲେ।କିନ୍ତୁ ତାଙ୍କ ଭାଉଜ ତାଙ୍କୁ ବହୁ ନିର୍ଯାତନା ଦେବା ଆରମ୍ଭ କଲେ ଏବଂ ଗାଳିଗୁଲଜ କଲେ। ସମାଜ ଆଗରେ ମୁହଁ ନ ଖୋଲିବା ପାଇଁ ଘରଲୋକ ଦୁଇ ଭଉଣୀ ଙ୍କୁ ଗୋଟେ ଘରେ ତାଲା ପାକେଇ ବନ୍ଦ କରିଦେଲେ।ଯେତେବେଳେ ଦୁଇ ଭଉଣୀ ଏହି ନର୍କ ରୁ ବାହାରି ଯିବାକୁ ଚେଷ୍ଟା କଲେ ସେତେବେଳେ ତାଙ୍କୁ ଜାଳିଦେବେ ବୋଲି ଘରଲୋକ ଫେବୃୟାରୀ ୫ ରେ ଧମକ ଦେଇଥିଲେ।

କିନ୍ତୁ କୌଣସି ପ୍ରକାରେ ଦୁଇ ଭଉଣୀ ସାହସର ସହିତ ନିଜ ଭାଇଙ୍କୁ ସବୁ କଥା କହିଲେ , ତା ପରେ ଭାଇ ପୋଲିସ କୁ ଡାକିଲେ କିନ୍ତୁ ପୋଲିସ ଦୁଇ ଭଉଣୀଙ୍କୁ ସମ୍ପନ୍ତି ନେବା କଥା କହି ସେମାନଙ୍କୁ ରାତିରେ ପୋଲିସ ଷ୍ଟେସନକୁ ଆଣିଲେ। ଶାଶୁଘର ଲୋକେ ବହୁତ୍ ପ୍ରଭାବଶାଳୀ ଥିଲେ ସେଥିପାଇଁ ପୋଲିସ ଦୁଇ ଭଉଣୀ ଏବଂ ଭାଇଙ୍କ କଥା ଶୁଣିନଥିଲେ। ତା ପରେ ଦୁଇ ଭଉଣୀ ପୋଲିସ ଷ୍ଟେସନରୁ ନିଜ ଘରକୁ ଗଲେ ଏବଂ ପରେ ଏକ ମାମଲା ରୁଜୁ କଲେ। ବର୍ତ୍ତମାନ ପୋଲିସ ଅନେକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *