ପିତାମାତାଙ୍କ ସହ ବସିଥିବା ଏହି ଦୁଇ ଭାଇ ବର୍ତ୍ତମାନ ବଲିଉଡ୍ ରେ ଧୁମ୍ ମଚାଉଛନ୍ତି ।

ବଲିଉଡରେ ଅନେକ ଭାଇଙ୍କ ଯୋଡି ଆସିବା ଏବଂ ହିଟ୍ ମଧ୍ୟ ହେବା ଆପଣମାନେ ଶୁଣିଥିବେ । ସେଥି ମଧ୍ୟରୁ ଏପରି କିଛି ଭାଇଙ୍କ ଯୋଡି ଥିଲା ଯେଉଁଥିରୁ ଜଣେ ଭାଇ ଭଲ ଚାଲିଲାବେଳେ ଅନ୍ୟଟି କିନ୍ତୁ ସେହିଭଳି ଚାଲୁ ପାରୁନଥିଲା । ଚଳଚ୍ଚିତ୍ର ଦୁନିଆରେ କାମ କରୁଥିବା ଭାଇମାନଙ୍କ ଯୋଡିକୁ ମଧ୍ୟ ଆପଣମାନେ ନିଶ୍ଚୟ ଜାଣିଥିବେ ।

ଏବେ ଆମେ ଆପଣଙ୍କ ସାମ୍ନାରେ ଏକ ଫଟୋ ରଖୁଛୁ । ଦେଖନ୍ତୁ, ଏହି ଚିତ୍ରରେ ଦୁଇଟି ପିଲା ନଜର ଆସୁଛନ୍ତି । ସେମାନଙ୍କ ସହିତ ତାଙ୍କ ପିତାମାତା ମଧ୍ୟ ଦେଖାଯାଉଛନ୍ତି । କଣ ଆପଣମାନେ ଜାଣିପାରୁଛନ୍ତି କି ଏହି ଦୁଇଜଣ କିଏ ? କେବଳ ଆପଣଙ୍କୁ ଏତିକି ଜନେଇଦେଉଚୁ କି ଏହି ଦୁଇଜଣ ନିଜ ଅଭିନୟ ମାଧ୍ୟମରେ ବଲିଉଡରେ ଧୁମ୍ ମଚାଉଛନ୍ତି ।

ଏବେ ଆମେ ଆପଣଙ୍କୁ ଜଣାଇଦେଉଛୁ କି ଏହି ଛୋଟ ଭାଇ ଦୁଇ ଜଣ କିଏ । ଏହି ଦୁଇ ଭାଇଙ୍କ ନାମ ହେଉଛି ଆୟୁଷ୍ମାନ ଖୁରାନା ଏବଂ ଆପର୍ଶକ୍ତି ଖୁରାନା । ଏହି ଦୁଇ ଭାଇ ଅଭିନୟ କ୍ଷେତ୍ରରେ ପରସ୍ପରକୁ ଟକ୍କର ଦେଉଥିବାର ଦେଖାଯାଆନ୍ତି । ଆୟୁଷ୍ମାନଙ୍କ ଅଭିନୟ ଆପଣମାନେ ଦେଖିସାରିଛନ୍ତି ।

ଆପର୍ଶକ୍ତି ଖୁରାନା ମଧ୍ୟ ସ୍ତ୍ରୀ ଚଳଚିତ୍ରରେ ଆପଣମାନଙ୍କୁ ବହୁତ ହସାଇଛନ୍ତି । ଏଥି ସହିତ, ସେ ଦଙ୍ଗଲ ଚଳଚିତ୍ରରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ଏହା ବ୍ୟତୀତ ସେ ହାପି ଫିର ଭାଗ ଜୟଗି ଚଳଚ୍ଚିତ୍ରରେ ଜଣେ ପ୍ରେମିକ ଭୂମିକାରେ ମଧ୍ୟ ନଜର ଆସିଛନ୍ତି । ଏହା ବ୍ୟତୀତ ଆପର୍ଶକ୍ତି ଖୁରାନା ମଧ୍ୟ ରାଜମା ଚାୱାଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ଆୟୁଷ୍ମାନଙ୍କ ଠାରୁ କୌଣସି ଗୁଣ ରେ ମଧ୍ୟ କମ୍ ନୁହଁନ୍ତି ।

ଆୟୁଷ୍ମାନ ଏବଂ ଆପର୍ଶକ୍ତି ଦୁଇ ଭାଇ ପଞ୍ଜାବର ଚଣ୍ଡିଗଡ଼ର ବାସିନ୍ଦା । ଆୟୁଷ୍ମାନଙ୍କୁ 37 ବର୍ଷ ହୋଇଥିବାବେଳେ ଆପର୍ଶକ୍ତି ତାଙ୍କଠାରୁ ତିନି ବର୍ଷ ସାନ ଅର୍ଥାତ୍ 34 ବର୍ଷ । ଖାସ୍ କଥା ହେଉଛି ଏହି ଦୁଇ ଭାଇ ରେଡିଓରୁ ଆରମ୍ଭ କରି ଚଳଚ୍ଚିତ୍ରରେ ପହଞ୍ଚିଛନ୍ତି । ଆୟୁଷ୍ମାନ 20 ବର୍ଷ ବୟସରେ ରୋଡିଜ୍ ସୋ ଜିତି ନିଜକୁ ପ୍ରମାଣ କରିଛନ୍ତି ।

ଦେଖିବାକୁଗଲେ ଆପର୍ଶକ୍ତି ମଧ୍ୟ ତାଙ୍କଠାରୁ କମ୍ ନୁହଁନ୍ତି । ସେ ପୂର୍ବରୁ ଜଣେ କ୍ରିକେଟର ମଧ୍ୟ ଥିଲେ । ଆପର୍ଶକ୍ତି ହରିୟାଣାର ଅଣ୍ଡର 19 କ୍ରିକେଟ୍ ଟିମ୍ ର ଅଧିନାୟକ ମଧ୍ୟ ଥିଲେ । ଏହା ପରେ ସେ ରେଡିଓ ଜକି ଏବଂ ପରେ ଚଳଚ୍ଚିତ୍ରରେ ପ୍ରବେଶ କରିଛନ୍ତି । ଆୟୁଷ୍ମାନ ଖୁରାନା ମଧ୍ୟ ଏକ ରେଡିଓ ଜକି ଭାବରେ କାର୍ଯ୍ୟ କରିଛନ୍ତି । ସେ ଅନେକ ଥିଏଟର ରେ କାମ କରି ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି ।

ଏହି ଦୁଇ ଭାଇ ଏବେ ବଲିଉଡରେ ଧୁମ୍ ମଚାଉଛନ୍ତୁ । ଆୟୁଷ୍ମାନ ଖୁରାନା ଭିକି ଡୋନର, ଆନ୍ଧାଦୂନ, ବରେଲି କି ବାର୍ଫି ଠାରୁ ଆରମ୍ଭକରି ଜୋର ଲଗାକେ ହାଇସା ଏବଂ ଚଣ୍ଡିଗଡ଼ କର ଆଶିକୀ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଅନେକ ପ୍ରଶଂସା ଲାଭ କରିଛନ୍ତି । ଏଥିସହିତ ଆପର୍ଶକ୍ତି ତାଙ୍କ ଚଳଚ୍ଚିତ୍ରରେ ଲୋକମାନଙ୍କୁ ବହୁତ ହସାଉଛନ୍ତି । ଖାସ୍ କରି ଲୁକା ଚୁପି ଏବଂ ପତି ପତ୍ନୀ ଅର ୱୋ ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରିଛନ୍ତି ।

ଆୟୁଷ୍ମାନ ଖୁରାନା ତାଙ୍କ ପ୍ରେମିକା ତାହିରା କାଶ୍ୟପଙ୍କୁ ବିବାହ କରିଛନ୍ତି । ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି । ଏଥିସହିତ,ଆପର୍ଶକ୍ତି ଖୁରାନା ଅଖ୍ରୀତି ଅହୁଜାଙ୍କୁ ବିବାହ କରିଛନ୍ତି । ପରସ୍ପର ଏକ ଡାନ୍ସ କ୍ଲାସ ଦେଖାହୋଇ ଭଲ ପାଇଛନ୍ତି ।

Leave a Reply

Your email address will not be published. Required fields are marked *