ବୋହୂ ଦେଉଛି ଶାଶୁକୁ ନିର୍ଯାତନା , ଥାନାରେ ଅଭିଯୋଗ କଲେ ଶାଶୁ :-

ଆପଣ ନିଶ୍ଚିତ ଭାବରେ ଏପରି ଘଟଣା ଶୁଣିଥିବେ ଯେ କେଉଁଠି ଶାଶୁ ବୋହୂକୁ ନିର୍ଯାତନା ଦେଇଛି । କିନ୍ତୁ ଆଜିକାର ଲେଖାରେ ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ସମ୍ପୂର୍ଣ୍ଣ ଭିନ୍ନ ଅଟେ । କାରଣ ଏଠାରେ ସମ୍ପୂର୍ଣ୍ଣ ଭିନ୍ନ ଘଟିଛି । ଏଠାରେ ଶାଶୁ ବୋହୂକୁ ନୁହେଁ ବରଂ ବୋହୂ ଶାଶୁକୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣା ବିଷୟରେ ଚାଲନ୍ତୁ ସମ୍ପୂର୍ଣ୍ଣ ଭାବରେ ଜାଣିନେବା ।

ସୂଚନା ଅନୁଯାୟୀ ଏହି ଘଟଣା ବାଲେଶ୍ୱର ଟାଉନର ଆଜିମାବାଦ ଅଞ୍ଚଳର ଅଟେ । ସେଠାକାର ଶାନ୍ତି ମଞ୍ଜରୀ ମହାନ୍ତି ନିଜ ବୋହୂ ନାମରେ ଥାନାରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତେବେ କେବଳ ବୋହୂ ନୁହେଁ ବରଂ ବୋହୂର ପରିବାରବର୍ଗଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ଶାନ୍ତି ମଞ୍ଜରୀଙ୍କ ସ୍ୱାମୀ ପୋଷ୍ଟାଲରେ ଚାକିରୀ କରୁଥିଲେ । ମାତ୍ର ତାଙ୍କର ଦେହାନ୍ତ ହୋଇ ଯାଇଛି । ବର୍ତ୍ତମାନ ପରିବାର କହିଗଲେ ପୁଅ ।

ତେବେ ଗତ କିଛି ମାସ ହେବ ଶାନ୍ତି ମଞ୍ଜରୀ ନିଜ ପୁଅ ବିକ୍ରମାନନ୍ଦ ମହାନ୍ତିଙ୍କ ସହିତ ମଲ୍ଲିକାଶପୁରରେ ଏକ ଭଡ଼ା ଘରେ ରହୁଥିଲେ । ମାତ୍ର ଗତ ୭ ତାରିଖ ଦିନ ବୋହୂ ରଞ୍ଜିତା ଦାସ ତାଙ୍କ ସପରିବାର ସହ ଆସି ବିକ୍ରମାନନ୍ଦ ମହାନ୍ତିଙ୍କ ସମ୍ବନ୍ଧରେ ଶାନ୍ତି ମଞ୍ଜରୀଙ୍କୁ ପଚାରି ବୁଝିଥିଲେ । କିନ୍ତୁ ଶାନ୍ତି ମଞ୍ଜରୀ ଜାଣି ନଥିବା କହିବାରୁ ରଞ୍ଜିତା ଉତ୍ୟକ୍ତ ହୋଇ ଗେଟରେ ତାଲା ପକାଇ ଦେଇଥିଲେ ।ମାତ୍ର ଘର ମାଲିକ ପାଟି କରିବାରୁ ପୁଣି ଖୋଲିଥିଲେ । ଏହି ସମୟରେ ରଞ୍ଜିତାଙ୍କ ଭାଇ ରାଜେଶ ଶାନ୍ତି ମଞ୍ଜରୀଙ୍କୁ ଧୋକା ଦେଇଥିଲେ ଯାହାଦ୍ୱାରା ତାଙ୍କ ମୁଣ୍ଡ ତଳେ ମାଡ଼ ହୋଇଥିଲା ଏବଂ ସେ ମୂର୍ଚ୍ଛା ହୋଇ ଯାଇଥିଲେ ।

ଏହି ଘଟଣା ପରେ ଶାନ୍ତି ମଞ୍ଜରୀ ବାଲେଶ୍ୱର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଏବଂ ଥାନା ପକ୍ଷରୁ ଆଇପିସି 1860 ରେ ଧାରା ୪୫୧ , ୩୪୧ , ୩୨୩ , ୨୯୪ , ୫୦୬ , ୩୫୪ , ୩୪ ରେ ମାମଲା ରୁଜ୍ଜୁ ହୋଇଛି । ତେବେ ଏହାକୁ ନେଇ ଶାନ୍ତି ମଞ୍ଜରୀ କହିଛନ୍ତି ଯେ ଗତ କିଛିଦିନ ତଳେ ରଞ୍ଜିତା ଘରକୁ ଆସି ପୁଣିଥରେ ଭୁବନେଶ୍ୱର ପଳାଇ ଯାଇଥିଲେ ଏବଂ ସାଥିରେ ଘରର ସବୁ ଟଙ୍କା ମଧ୍ୟ ନେଇ ଯାଇଥିଲେ ।

ତାଙ୍କ କହିବା ଅନୁସାରେ ରଞ୍ଜିତା ଭୁବନେଶ୍ୱରରେ କଚିଂ ନିଅନ୍ତି । ଏପଟେ ସ୍ୱାମୀ ବିକ୍ରମାନନ୍ଦ ମଧ୍ୟ ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ବିବାହର କିଛି ଦିନ ପରେ କିଛି ସମସ୍ୟା କାରଣରୁ ରଞ୍ଜିତା ୪୯୮ ଧାରା ଅନୁଯାୟୀ କେସ କରିଥିଲେ ଯାହା ସମାଧାନ ହେବା ପରେ ସେ ପୁଣି ଘରେ ରହିଲେ । ମାତ୍ର ପରେ ପରେ ଭୁବନେଶ୍ୱର ଏବଂ ରାଉରକେଲା ପଳାଇ ଯାଇଥିଲେ ଏବଂ ଫେରି ନଥିଲେ । ତେବେ ରଞ୍ଜିତା ଶାନ୍ତି ମଞ୍ଜରୀଙ୍କ ଘରକୁ ଆସି ଯାହା ସବୁ କାରନାମା କରିଥିଲେ ତାହା ଘରର ସିସିଟିଭିରେ ଦେଖବାକୁ ମିଳିଛି । ତେଣୁ ଶାନ୍ତି ମଞ୍ଜରୀ ଏନେଇ ପୋଲିସ ପ୍ରଶାସନକୁ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *