ବାବୁଶାନଙ୍କ ଘରକୁ ଆସିବେ ପ୍ରକୃତି ଆଉ ତାଙ୍କ ପରିବାର…!

ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ବାବୁଶାନ ଆଉ ପ୍ରକୃତି ମାମଲାରେ ଏକ ନୂଆ ମୋଡ଼ ଆସିଛି । ଏହି ତ୍ରିକୋଣୀୟ ପ୍ରେମ କାହାଣୀର କିଛି ପରିବର୍ତ୍ତନ ହେଲା ଭଳି ଲାଗୁଅଛି । ଗତ କାଲି ଠାରୁ ଅପେକ୍ଷା କରି ବସିଥିବା ଲୋକମାନଙ୍କର ଅପେକ୍ଷା ଶେଷରେ ଅନ୍ତ ହୋଇଛି । ଲୋକମାନେ ଅପେକ୍ଷା କରିଥିଲେ ବାବୁଶାନ ଘରକୁ ଫେରି ଆସନ୍ତୁ ଆଉ ଶେଷରେ ସେହା ହିଁ ହେଲା ।

ଭୁବନେଶ୍ବର ବିମାନବନ୍ଦରରେ କାଲି ଠାରୁ ବାବୁଶାନଙ୍କର ପ୍ରଶଂସକ ମାନେ ଅପେକ୍ଷା କରି ବସିଥିଲେ କିନ୍ତୁ କାଲି ସେ ଫେରି ନଥିଲେ । ଆଜି ସକାଳ ପ୍ରାୟତଃ ଆଠଟା ସମୟରେ ସେ ଫେରି ଆସିଛନ୍ତି । ଆଉ ତାଙ୍କୁ ଦେଖିବା ପାଇଁ ଲୋକମାନେ ଭିଡ଼ ହୋଇଛନ୍ତି । ସମସ୍ତେ ତାଙ୍କ ମୁହଁରୁ ଦୁଇ ପଦ କଥା ଶୁଣିବା ପାଇଁ ବ୍ୟସ୍ତ ହୋଇ ପଡିଛନ୍ତି । କିନ୍ତୁ ବାବୁଶାନ ସିଧାସଳଖ ତାଙ୍କ ବାପା ମାଆଙ୍କୁ ଦେଖିବା ପାଇଁ ଘରକୁ ଯାଇଥିଲେ ।

ତେବେ ଏସବୁ ମଧ୍ୟରେ ସବୁଠାରୁ ବଡ଼ କଥା ଏହା ଯେ , ବର୍ତ୍ତମାନ ଏଭଳି ପ୍ରେମ କାହାଣୀର ଅନ୍ତ ଘଟିବ ନା ଆଉ କିଛି ହେବ । ବର୍ତ୍ତମାନ ବାବୁଶାନ ନିଜ ଦୋଷକୁ ସ୍ୱୀକାର କରିବେ କି ନାହିଁ । ଆଉ ତୃପ୍ତି ଏବଂ ତାଙ୍କ ପରିବାରକୁ ଆପଣାଇବେ କି ନାହିଁ । ଅନ୍ୟପକ୍ଷରେ ତୃପ୍ତି ମଧ୍ୟ ବାବୁଶାନଙ୍କୁ ନିଜ ଦୋଷ ପାଇଁ କ୍ଷମା କରିପାରିବେ ତ ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ସେପଟେ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର ସାମ୍ନାକୁ ଆସୁଛି ।

ଶୁଣିବାକୁ ମିଳୁଛି କି , ପ୍ରକୃତି ନିଜ ପିତା ମନ୍ମଥ ମିଶ୍ର ଆଉ ମାଆଙ୍କ ସହିତ ବାବୁଶାନଙ୍କ ଘରକୁ ଯାଇ ପହଞ୍ଚିବେ । ଆଉ ସେଠାରେ ଆଲୋଚନା ହେବ କି ଏଭଳି ଘଟଣାର ଅନ୍ତ କିପରି ହେବ । ପ୍ରକୃତି କଣ ପ୍ରକୃତରେ ନିଜର ଭୁଲ୍ ସ୍ୱୀକାର କରିବେ ଆଉ ବାବୁଶାନଙ୍କ ଠାରୁ ଦୂରେଇ ଯିବେ । ତେବେ ଏହା ତ କେବଳ ସମୟ କହିବ । ଏହାବ୍ୟତୀତ ବର୍ତ୍ତମାନ ବାବୁଶାନଙ୍କ ଘରେ ସିନେ ଜଗତର ବଡ଼ ବଡ଼ ଲୋକମାନେ ଅଛନ୍ତି , ଯେଉଁମାନେ ଏଭଳି ସମସ୍ୟାକୁ କିପରି ସମାଧାନ କରାଯାଇପାରିବ , ସେ ବିଷୟରେ ଆଲୋଚନା କରୁଛନ୍ତି ।

Leave a Reply

Your email address will not be published. Required fields are marked *