ବଦଳି କରିବା ପାଇଁ ରାତିକ ପାଇଁ ସ୍ତ୍ରୀକୁ ମାଗିଥିଲେ ଜେଇ…. ସହି ନପାରି ସ୍ୱାମୀ କରିଦେଲା ଆ-ତ୍ମ-ହ-ତ୍ୟା

ଆଜିକାର ଦୁନିଆଁର ଅନେକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସୁଛି । ଆଉ ସେଗୁଡ଼ିକୁ ସହ୍ୟ କରି ହେଉନାହିଁ । ଏହି ଘଟଣା ଗୁଡିକ କାନରେ ଶୁଣିବା ଯୋଗ୍ୟ ନୁହେଁ । ଅନେକ ଆଶ୍ଚର୍ଯ୍ୟଜନକ ଖବର ପ୍ରାୟତଃ ଏ ଦୁନିଆଁରେ ଘଟୁଛି । କିଏ କାହାକୁ ଟଙ୍କା ଲୋଭରେ ହ-ତ୍ୟା କରୁଛି ତ ଆଉ କିଏ କାହାକୁ ସମ୍ପତ୍ତି ଲୋଭରେ । ତେବେ ଏଭଳି ଘଟଣା ପ୍ରତିଦିନ ଘଟିବାରେ ଲାଗିଛି । ପୁଣିଥରେ ଆଉ ଏକ ଲଜ୍ଜା-କର ଘଟଣା ଘଟିଯାଇଅଛି । ତେବେ ଏହି ଘଟଣାଟି ଉତ୍ତରପ୍ରଦେଶର ଲଖିମପୁରର ଖିରିରୁ ସାମ୍ନାକୁ ଆସିଅଛି ।

ସୂଚନା ମୁତାବିକ , ସେଠାରେ ଲାଇନ ମ୍ୟାନ ଭାବରେ କାମ କରୁଥିବା ଜଣେ କର୍ମଚାରୀ ପରିବାରର ସମସ୍ୟା ପାଇଁ ନିଜର ବଦଳି ଚାହୁଁଥିଲେ । ଆଉ ଏ ବାବଦରେ ସେ ଜେଇ ବା ଜୁନିୟର ଇଞ୍ଜିନିୟରଙ୍କୁ ଜଣାଇଥିଲେ । କିନ୍ତୁ ଏହା ବଦଳରେ ସେ ଏକ ଲଜ୍ଜାଜନକ ସର୍ତ୍ତ ରଖିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜେଇଙ୍କର କହିବା ଅନୁଯାୟୀ , ଯଦି କର୍ମଚାରୀ ଜଣକ ରାତିକ ପାଇଁ ତାଙ୍କ ପତ୍ନୀଙ୍କୁ ଜେଇଙ୍କ ନିକଟକୁ ପଠାଇବେ , ତେବେ ଯାଇ ତାଙ୍କର ବଦଳି ହୋଇଯିବ । ତେବେ ଏହି ସର୍ତ୍ତ ଲାଇନମ୍ୟାନଙ୍କୁ ଏତେ ଆଘାତ ପହଞ୍ଚାଇଥିଲା ଯେ , ସେ ଘରକୁ ଆସି ନିଜେ ନିଜ ଉପରେ ଡିଜେଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରି ଦେଇଥିଲେ ।

ତେବେ ଏହାପରେ ପରିବାର ଲୋକେ ତାଙ୍କୁ ଲଖିମପୁର ହସ୍ପିଟାଲକୁ ନେଇ ଯାଇଥିଲେ ଆଉ ତାପରେ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ନେଇ ଯାଇଥିଲେ । କିନ୍ତୁ ସମସ୍ତ ଚେଷ୍ଟା ପରେ ମଧ୍ୟ ରବିବାର ଦିନ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ମରିବା ପୂର୍ବରୁ ଲାଇନମ୍ୟାନ ଜେଇଙ୍କ ବିରୋଧରେ ବୟାନ ଦେଇଥିଲେ । ଲାଇନମ୍ୟାନଙ୍କ ବୟାନ ଅନୁଯାୟୀ , ଜେଇ ରାତିକ ପାଇଁ ତାଙ୍କୁ ତାଙ୍କ ସ୍ତ୍ରୀଙ୍କୁ ମାଗିଥିଲେ । ତେବେ ସେ ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ତାଙ୍କ କଥା କେହି ମଧ୍ୟ ଶୁଣିନଥିଲେ । ଆଉ ତାଙ୍କର ସମସ୍ୟା ସମାଧାନ ହୋଇ ପାରିନଥିଲା । ତେବେ ବର୍ତ୍ତମାନ ତାଙ୍କ ପରିବାର ଲୋକ ଲକ୍ଷ୍ନୌରେ ଅଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟା-ନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଅନ୍ୟପକ୍ଷରେ ଡିଏମ ମହେନ୍ଦ୍ର ବାହାଦୂର ସିଂହ ଭିଡିଓକୁ ଦେଖି ଅଭିଯୁକ୍ତ ଜେଇକୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ତାଙ୍କ ବିରୋଧରେ ବିଭାଗୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସୂଚନା ଅନୁଯାୟୀ , ଲଖିମପୁରର କଲିୟାର ନିବାସୀ ୪୫ ବର୍ଷୀୟ ଗୋକୁଳ ଯାଦବ ବିଜୁଳି ବିଭାଗରରେ ଲାଇନମ୍ୟାନ ଭାବରେ କାର୍ଯ୍ୟ କରୁଥିଲେ । କିନ୍ତୁ ଘରଠାରୁ ୫୦ କିଲୋମିଟର ଦୂରରେ ତାଙ୍କର ଡ୍ୟୁଟି ପଡୁଥିଲା । ସେଥିପାଇଁ ସେ ନାନାଦି ସମସ୍ୟା ଦେଇ ଗତି କରୁଥିଲେ । ଆଉ ବଦଳି ପାଇଁ ଜେଇଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ଜେଇ ବଦଳି ପାଇଁ ଲାଇନମ୍ୟାନଙ୍କ ପତ୍ନୀଙ୍କ ସହ ରାତି କଟାଇବା କଥା କହିଥିଲେ । ଶେଷରେ ଏହାକୁ ସହି ନ ପାରି ଲାଇନମ୍ୟାନ ଆତ୍ମହତ୍ୟା କରି ଦେଇଥିଲେ ।

Leave a Reply

Your email address will not be published. Required fields are marked *