ମନ୍ତ୍ରବଳରେ ଜଳିଲା ହୋମକୁଣ୍ଡ, ଆଜିବି ଅଛନ୍ତି ମନ୍ତ୍ର ବଲରେ ହୋମକୁଣ୍ଡରେ ନିଆଁ ଜାଳି ପାରୁଥିବା ପୁରୋହିତ :- ଦେଖନ୍ତୁ ଭିଡିଓ

ଏପରି କୁହାଯାଏ ଯେ ଭାରତ ଦେବତା ମାନଙ୍କ ବାସସ୍ଥଳୀ । ଅନେକ ଦେବତା ଏଠାରେ ଜନ୍ମ ହୋଇଛନ୍ତି । ପୁଣି ଅନେକ ଜ୍ଞାନୀ ଗୁଣି ମୁନି ଋଷି ଏପରି ଜନ୍ମ ହୋଇଛନ୍ତି ଯେଉଁମାନେ ନିଜର ତପସ୍ୟା ବଳରେ ଭାରତକୁ ସେହିଭଳି ପବିତ୍ର ତୁଲ୍ୟ ରଖିଛନ୍ତି । ଆପଣ ମାନେ ପୁରାକାଳର ସେହି ଯୋଗୀ ଋଷି ଏବଂ ପୁରୋହିତ ମାନଙ୍କ ସମ୍ବନ୍ଧରେ ବେଶ ଭଲ ଭାବରେ ଜାଣିଥିବେ । ଯେଉଁମାନେ ନିଜ ମନ୍ତ୍ର ବଳରେ ଅନେକ ଅଦ୍ଭୁତ କାମ କରି ପାରୁଥିଲେ ।

ହୁଏତ ସେପରି ବ୍ୟକ୍ତି ବର୍ତ୍ତମାନ ସମୟରେ ମିଳିବା କଷ୍ଟକର । କିନ୍ତୁ ଦେଶର କେଉଁଠି ନା ଯେଉଁଠି ସେପରି ପୁରୋହିତ ନିଶ୍ଚୟ ଥିବେ ଯେଉଁମାନେ ନିଜର ଯୋଗ ବଳରେ ଏପରି କିଛି ଅଦ୍ଭୁତ କାମ କରି ପାରୁଥିବେ । କୁହାଯାଏ ଯେ ଆଗରୁ ମୁନି ଋଷି ମାନେ ଏପରି ମନ୍ତ୍ର ପାଠ କରୁଥିଲେ ଏବଂ ସେହି ମନ୍ତ୍ରରେ ଏତେ ଶକ୍ତି ରହିଥିଲା ଯେ ହୋମକୁଣ୍ଡ ମଧ୍ୟ ସ୍ୱତଃ ଜଳିବାକୁ ଲାଗୁଥିଲା । ଆଜି ମଧ୍ୟ ଆମେ ଆପଣଙ୍କ ପାଇଁ ଏହିପରି ଏକ ସତ ଘଟଣା ନେଇ ଆସିଛୁ ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ଏବଂ ଲୋକେ ତାହାକୁ ଦେଖି ବିଶ୍ୱାସ କରିପାରୁ ନାହାଁନ୍ତି ।

ତେବେ ବର୍ତ୍ତମାନ ସମୟରେ ଭାଇରଲ ହେଉଥିବା ଏକ ଭିଡ଼ିଓରେ ଆପଣ ମାନେ ସ୍ପଷ୍ଟ ଭାବରେ ଦେଖି ପାରିବେ ଯେ ଏକ ଘରେ କିଛି ଲୋକ ହୋମ ସମୟରେ ଏକଜୁଟ ହୋଇଛନ୍ତି । ପୁରୋହିତ ହୋମ କରିବାକୁ ପ୍ରସ୍ତୁତି କରିଛନ୍ତି । ତେବେ ହୋମରେ ନିଆଁ ଲାଗିନାହିଁ । ପୁରୋହିତ ଜଣକ ଖୁବ ନିଷ୍ଠାର ସହିତ ମନ୍ତ୍ର ଉଚ୍ଚାରଣ କରି ଚାଲିଛନ୍ତି । ହୋମରେ କାଠ ମଧ୍ୟ ଦେଉଛନ୍ତି । ଅନେକ ସମୟ ଏହିପରି ମନ୍ତ୍ର ଉଚ୍ଚାରଣ ପରେ କିଛି ଅଦ୍ଭୁତ ଦୃଶ୍ୟ ଦେଖା ଯାଇଛି ।

କିଛି ସମୟ ପରେ ହୋମ କୁଣ୍ଡରେ ସ୍ୱତଃ ନିଆଁ ଜାଳିବାର ଦେଖା ଯାଇଛି । ଯାହା ଦେଖି ସେଠାରେ ଥିବା ଲୋକେ ଖୁବ ଖୁସି ହୋଇଛନ୍ତି ଏବଂ ଭଗବାନଙ୍କ ନାମ ନେଇଛନ୍ତି । ତେବେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାପରେ ଲୋକେ ଏହାକୁ ବେଶ ପସନ୍ଦ କରିଛନ୍ତି ଏବଂ ଆଶ୍ଚର୍ଯ୍ୟ ମଧ୍ୟ କହିଛନ୍ତି । ଲୋକେ ଏହା ମଧ୍ୟ କମେଣ୍ଟ କରିଛନ୍ତି ଯେ ଆଜିବି ଆମ ଦେଶରେ ଏପରି ପୁରୋହିତ ଅଛନ୍ତି ଯାହାଙ୍କ ମନ୍ତ୍ରରେ ଶକ୍ତି ରହିଛି ।

Leave a Reply

Your email address will not be published. Required fields are marked *