ବଢ଼ିଲା ଅନୁଭବଙ୍କ ମୁଣ୍ଡବ୍ୟଥା, ଘର ଛାଡ଼ିବେନି ବର୍ଷା ପ୍ରିୟଦର୍ଶିନୀ :-

ସାଂସଦ ଏବଂ ଅଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲାରେ ପ୍ରଥମ ପର୍ଯ୍ୟାୟରେ ସମାଧାନ ହୋଇ ଯାଇଥିବା ଆପଣ ମାନେ ଭାବୁଥିବେ । କିନ୍ତୁ ତାହାର ସମ୍ପୂର୍ଣ୍ଣ ଓଲଟା ହୋଇଛି । ଗତ କିଛିଦିନ ତଳେ ସାଂସଦ ଅନୁଭବ ମହାନ୍ତି ଖୁସିରେ କାନ୍ଦି ପକାଇ ଥିଲେ । କାରଣ କୋର୍ଟଙ୍କ ରାୟ ତାଙ୍କ ସପକ୍ଷରେ ଯାଇଥିଲା ଏବଂ କୋର୍ଟ ବର୍ଷାଙ୍କୁ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ନିର୍ଦେଶ ଦେବା ସହିତ ଅନୁଭବଙ୍କୁ ପ୍ରତିମାସ ବର୍ଷାଙ୍କ ଭରଣ ପୋଷଣ ପାଇଁ ୩୦,୦୦୦ ଦେବାକୁ କହିଥିଲେ ।

କିନ୍ତୁ ବର୍ତ୍ତମାନ ସମୟରେ ଏହାର ସମ୍ପୂର୍ଣ୍ଣ ଓଲଟା ହୋଇଛି । ଏସଡିଜେଏମ କୋର୍ଟ ଅନୁଭବଙ୍କ ପିଟିସନକୁ ଗ୍ରହଣ କରିଥିଲେ ମାତ୍ର ବର୍ତ୍ତମାନ କଟର କୋର୍ଟ ଆଉ ଏକ ଶୁଣାଣି କରିଛି । ପତ୍ନୀ ବର୍ଷା ଅନୁଭବଙ୍କ ଘର ଛାଡ଼ି ରହିବା ନିର୍ଦେଶ ଉପରେ କୋର୍ଟ ବ୍ରେକ ଲଗାଇଛି । ଏସଡିଜେଏମଙ୍କ ନିର୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଛନ୍ତି କଟକ ଜିଲ୍ଲା ଜୋଜ୍ । ତେବେକଟକ କୋର୍ଟର ନିର୍ଦେଶ ଅନୁଯାୟୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଅନୁଭବ ଏବଂ ତାଙ୍କ ପରିବାରଙ୍କ ସହିତ ସେହି ଘରେ ହିଁ ରହିବେ । ଯାହା ବର୍ତ୍ତମାନ ଅନୁଭବଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ।

ତେବେ ବର୍ତ୍ତମାନ ଆଉ ୩୦,୦୦୦ ଟଙ୍କା ନୁହେଁ ବରଂ ବର୍ତ୍ତମାନ ବର୍ଷା ଅନୁଭବଙ୍କ ଘରେ ସମସ୍ତଙ୍କ ଭଳି ରହିବେ । ଅନୁଭବଙ୍କ ଘରେ ରହିବେ ଏବଂ ଖାଇବେ ମଧ୍ୟ । ଯେଉଁ କଂଟ୍ରୋଭର୍ସି କୋର୍ଟଙ୍କ ରାୟ ପରେ ଧୀରେ ଧୀରେ ଥମି ଆସିଥିଲା ପୁଣିଥରେ ସେହି କଂଟ୍ରୋଭର୍ସି କଟକ ଜିଲ୍ଲା କୋର୍ଟଙ୍କ ପରିବର୍ତ୍ତିତ ରାୟ ପରେ ବ୍ରେକଫେଲ ହୋଇଛି । ଅନୁଭବ ଗତ କିଛି ଦିନ ମାନଙ୍କରେ ଏସଡିଜେଏମର ନିର୍ଦେଶ ପୂର୍ବରୁ ବର୍ଷାଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ମତ ରଖୁଥିଲେ । ତେଣୁ ବର୍ତ୍ତମାନ ପରିସ୍ଥିତି ଅନୁଯାୟୀ ସେ ପୁଣିଥରେ ଏହାକୁ ନେଇ ସୋସିଆଲ ମିଡିଆରେ ମୁଁହ ଖୋଲି ପାରନ୍ତି ।

ଗତ ୨ ରେ ଅନୁଭବଙ୍କ ପିଟିସନକୁ ଏସଡିଜେଏମ କୋର୍ଟ ଗ୍ରହଣ କରିଥିଲା ସତ କିନ୍ତୁ ବର୍ତ୍ତମାନ କଟକ କୋର୍ଟ ତାହାର ସମ୍ପୂର୍ଣ୍ଣ ବିପରୀତ ରାୟ ଶୁଣାଇଛି । ତେଣୁ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ କୋର୍ଟର ଏହି ନିର୍ଦେଶ ପରେ ସାଂସଦ ଅନୁଭବ ମହାନ୍ତି କେଉଁ ପ୍ରକାରର ପ୍ରତିକ୍ରିୟା ରଖୁଛନ୍ତି ଏବଂ ବର୍ଷା ଅନୁଭବଙ୍କ ଘରକୁ କିପରି ଫେରୁଛନ୍ତି ।

Leave a Reply

Your email address will not be published. Required fields are marked *