ମିସକଲରେ ହୋଇଥିଲା ପ୍ରେମ । ସମ୍ପର୍କ ରଖି ଅ-ଶ୍ଳୀ-ଳ ଭିଡ଼ିଓ କରି ଟଙ୍କା ମାଗିଲା ପ୍ରେମିକ :-

ପ୍ରେମ ଏବଂ ଧୋକା ଆଜିକା ସମୟରେ ଖୁବ ଛୋଟ କଥା ହୋଇ ଗଲାଣି । କେହିବି ଟଙ୍କା ପାଇଁ କାହାକୁ ପ୍ରେମ କରୁଛନ୍ତି । ଶାରୀରିକ ସମ୍ପର୍କ ରଖିବା ପରେ ଟଙ୍କା ଡିମାଣ୍ଡ କରୁଛନ୍ତି । ଆଉ ଟଙ୍କା ନଦେଇ ପାରିଲେ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଏବଂ ଭିଡ଼ିଓ ଭାଇରଲ କରୁଛନ୍ତି । ଏହିପରି ଏକ ଘଟଣା ବର୍ତ୍ତମାନ ଜଣେ ଯୁବତୀ ଙ୍କ ସହିତ ହୋଇଛି । ମିସକଲରୁ ଆରମ୍ଭ ହୋଇଥିବା ପ୍ରେମ ବର୍ତ୍ତମାନ ସାଇବର ଥାନା ପର୍ଯ୍ୟନ୍ତ ଯାଇଛି । ତେବେ ଘଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ପିଡ଼ିତା ଯୁବତୀଙ୍କ ଅନୁସାରେ ତାଙ୍କୁ ଥରେ ଏକ ଅଜଣା ନମ୍ବରରୁ କଲ ଆସିଥିଲା । ଯାହାକି ବର୍ତ୍ତମାନ ସେହି ନମ୍ବର ତାଙ୍କ ଜୀବନ ବର୍ବାଦ କରିବା ଉପରେ । ଯୁବତୀଙ୍କ ଅନୁଯାୟୀ ପୁରୀ ଜିଲ୍ଲାର ବେଣୁଧର ନାୟକ ନାମକ ଜଣେ ଯୁବକ ତାଙ୍କୁ ଗତ ଏକ ବର୍ଷ ପୂର୍ବେ ଏକ ଅଜଣା ନମ୍ବରରୁ କଲ କରିଥିଲେ । ମାତ୍ର ସେତେବେଳେ ଯୁବତୀ ଜଣକ କଲ ଉଠାଇ ନଥିଲେ । ବାରମ୍ବାର ଯୁବକ ଜଣକ କଲ କରିବାରୁ ଯୁବତୀ କଲ ରିସିଭ କରି କଥା ମଧ୍ୟ ହୋଇଥିଲେ । କଥା ହେଉ ହେଉ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ଗଢ଼ି ଉଠିଲା ।

ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ । ଆଉ ଏହି ପ୍ରତିଶୃତି ଦେଇ ଯୁବତୀଙ୍କ ସହ ସମ୍ପର୍କ ମଧ୍ୟ ରଖିଲେ । ମାତ୍ର ଏକ ବର୍ଷ ପରେ ଯୁବକ ନିଜର ଅସଲ ରଙ୍ଗ ଦେଖାଇ ଦେଲେ । ଯୁବକଙ୍କୁ ଟଙ୍କା ମାଗିବା ଆରମ୍ଭ କଲେ । ଯୁବତୀ ଯେତେବେଳେ ଟଙ୍କା ଦେଇ ପାରିଲେନି ସେତେବେଳେ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଏବଂ ଭିଡ଼ିଓ ଭାଇରଲ କରିବେ କହି ସତକୁ ସତ ଇନଷ୍ଟା ଏବଂ ଫେସବୁକରେ ଭାଇରଲ କରିଦେଲେ ।

ବାଧ୍ୟ ହୋଇ ଯୁବତୀ ଜଣକ ନିଜ ପରିବାର ଲୋକଙ୍କୁ ଏ ବିଷୟରେ କହିଥିଲେ । ଯୁବକ ଜଣକ ଯୁବତୀଙ୍କ ସମେତ ତାଙ୍କର ସବୁ ସମ୍ପର୍କୀୟଙ୍କୁ କଲ କରି ଯୁବତୀଙ୍କ ଭିଡ଼ିଓ ମଧ୍ୟ ପଠାଇଲେ ଏବଂ ୨ ଲକ୍ଷ ଟଙ୍କା ନଦେଲେ ଯୁବତୀଙ୍କ ଜୀବନ ବର୍ବାଦ କରିଦେବାକୁ ଧମକ ଦେଇଥିଲେ । ଯୁବତୀଙ୍କ ଅନୁଯାୟୀ ଯୁବକ ଜଣକ ପ୍ରାୟ ୧୫ ଟି ନମ୍ବରରୁ ତାଙ୍କୁ କଲ କରି ସାରିଛନ୍ତି । ଏମିତିକି ଯୁବତୀଙ୍କ ବଞ୍ଚିବା କଷ୍ଟକର ହୋଇ ପଡ଼ିଛି । ତେଣୁ ବାଧ୍ୟ ହୋଇ ଯୁବତୀ ଏବଂ ପରିବାର ଲୋକେ ସାଇବର ଥାନାରେ ଯୁବକଙ୍କ ନାମରେ ଏକ ଅଭିଯୋଗ ଆଣିଛନ୍ତି । ତେବେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ସାଇବର ଥାନା ଏହି ମାମଲାରେ କେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Leave a Reply

Your email address will not be published. Required fields are marked *