ବ୍ୟାଗ ରେ ଝିଅର ମୃତ ଦେହକୁ ନେବା ବେଳେ ବାପାକୁ ପିଟିଲେ ସ୍ଥାନୀୟ ଲୋକେ।

ଛାତିରେ କୋହ ଆଖିରେ ଲୁହକୁ ଚାପି ରଖି ବାପା ତା ହୃଦୟକୁ ପଥର କରି ମୃତ ଝିଅର ଶବକୁ ନେଇ ଯାଉଥିଲା ଅନ୍ତିମ ସଂସ୍କାର କରିବାକୁ ଆଖିରୁ ଝରି ଆସୁଥିଲା ଧାରା ଶ୍ରାବଣର ଲୁହ।ଆଉ ବାପା କହୁଥିଲେ ମୁଁ କେମିତିକା ବାପା କେଜାଣି ବାପା ହେଇ ଝିଅର ଶବ ସତ୍କାର କରିବି। ଭଗବାନ ବି କେଡେ ନିଷ୍ଠୁର ମୁଁ ବଞ୍ଚି ଥାଉ ଥାଉ ମୋ ଝିଅ ଆଖି ବୁଝିଦେଲା। ଏମିତି ଭାବି ଭାବି ଭଗବାନ ଙ୍କ ଉପରେ ଅଭିମାନ କରି ପାଦ ନ ଚାହୁଁଥିଲେ ବି ବାପା ବାଧ୍ୟରେ ପାଦ ବଢାଉଥିଲା ମଶାଣି ଆଗକୁ।

ଏକ ତ ନିଜ ଭିତରେ ଝିଅକୁ ହରେଇବାର ଦୁଃଖରେ ବାପା ଭାଙ୍ଗି ପଡିଥିବା ବେଳେ ଝିଅର ଶବକୁ ବାପା ଅନ୍ତିମ ସତ୍କାର ପାଇଁ ନେଇଯାଉଥିବା ସମୟରେ ମୃତ ଝିଅର ଶରୀରକୁ ଦେଖି ନେଇଥିଲେ ସ୍ଥାନୀୟ ଲୋକେ। କଣ ଭାବିଲେ କେଜାଣି ବାପା ଚାରି ପାଖେ ଘେରି ଗଲେ ଲୋକେ ଆଉ କେହି କିଛି ବୁଝିବା ପୂର୍ବରୁ ବାପା କିଛି କହିବା ଆଗରୁ ବାପାଙ୍କୁ କଲେ ଆକ୍ରମଣ ଏପରିକି ମାଡ଼ ମାରି ବାପାର ମୁହଁ ମଧ୍ୟ ଫଟାଇ ଦେଲେ। ବାପା କହୁଥିଲେ ମତେ ମାରନି ମୁଁ ମୋ ଝିଅର ଅନ୍ତିମ ସତ୍କାର କରିବାକୁ ବାହାରିଛି। ମୁଁ କଣ ଭୁଲ କରିଛି ଆଉ କିଏ ଅଛି ଯେ ଝିଅର ଶବ ସତ୍କାର କରିଥାନ୍ତା ମୁଁ ସେହି ହାତଭାଗ୍ୟ ବାପା ଯିଏ ଝିଅର ଅନ୍ତିମ ସତ୍କାର କରିବ।

ହେଲେ ଲୋକେ ବୁଝିବାକୁ ନାରାଜ ଥିଲେ ଲୋକେ ବାପାର କଥାକୁ ବିଶ୍ୱାସ କରିବାକୁ ବୋଧେ ହୁଏ ଧର୍ଯ୍ୟ ରଖିନଥିଲେ ମାଡ଼ ମାରିଲେ ଆଉ ବାପାର କଟା ଘାରେ ଚୁନ ଦେବା ପାଇଁ ପ୍ରଶ୍ନ କଲେ ତୋ ଝିଅ ମଲା କିପରି ? ଉତ୍ତରରେ ବାପା କହିଲେ ମୁଁ କଣ ପାଠ ପଢୁଆ ଲୋକେ ଆଜ୍ଞା ଏ କଥା ମୁ କହି ପାରିବି। ଏ କଥା କେବଳ ଡାକ୍ତର ହିଁ କହିପାରିବେ କାହିଁକି ଝିଅଟିଏ ମୃତ୍ୟବରଣ କଲା। ଏ ଘଟଣା ଘଟିଛି ରାଜ୍ୟ ରାଜଧାନୀ ଭୁବନେଶ୍ବରର ଖଣ୍ଡଗିରି ଛକରେ।

ଆମ ସଭ୍ୟ ସମାଜର କିଛି ଭଦ୍ରବ୍ୟକ୍ତି କିଛି ବୁଝିବାକୁ ଚେଷ୍ଟା କରନ୍ତି ନାହିଁ। ଆମ ସମାଜ ସରଳ ମଣିଷ ଟିଏ ଦେଖିଲେ ତା ଉପରକୁ ଆଗ ପଛ ନ ଭାବି ହାତ ଉଠାଇ ଦିଏ। ମୃତ ଶିଶୁର ବାପା କହୁଥିଲେ ଏ ମୋ ଝିଅ ମୋ ଝିଅ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛି ଆମେ ଅଭାବି ଲୋକ ଆଜ୍ଞା କଣ କରିବୁ ତେଣୁ ମୋ ସ୍ତ୍ରୀ ତା ମଲା ଛୁଆକୁ ଦେଖିଲେ ଖୁବ କାନ୍ଦୁଛି ମୁଁ ଆଉ ସହିପାରିଲିଣି ସମୟ ବିଳମ୍ବ ହେଉଥିବାରୁ ମୋ ସ୍ତ୍ରୀ ଡାକ୍ତରଖାନାରେ କାଗଜପତ୍ର କାମ କରୁଥିବା ବେଳେ ମୁ ଝିଅକୁ ନେଇ ଆସିଥିଲି ଅନ୍ତିମ ସତ୍କାର କରିବାକୁ।

ହେଲେ ଏଠି ମତେ କେହି ଟିକିଏ ବୁଝିବାକୁ ଚେଷ୍ଟା କଲେନି। କେହି ମୋ ମୁହଁ ଦେଖି ମୋ ଦୁଃଖ ଜାଣି ପାରିଲେ ନାହିଁ। ଉତ୍ତେଜିତ ହୋଇ ମତେ କେବଳ ପିଟି ଚାଲିଲେ। ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝା ସୁଝା କରିବା ପରେ ଜଣା ପଡିଥିଲା କି ଝିଅଟିର ମୃତ୍ୟୁ ଡାକ୍ତରଖାନାରେ ହୋଇଥିଲା ତେଣୁ ଝିଅଟିକୁ ସାଥିରେ ଧରି ବାପା ଯାଉଥିଲେ ସତ୍କାର କରିବାକୁ। ଏବେ ବାପା କହୁଛନ୍ତି ଝିଅକୁ ହରେଇଲି ମାଡ଼ ବି ଖାଇଲି ମତେ ନବୁଝି ମାଡ଼ ମାରିଲେ ହେଲେ ଏବେ କିନ୍ତୁ ମୋର ଭୁଲ କିଛି ନାହିଁ କିଏ ଫେରେଇ ନେବ ମତେ ଦେଇଥିବା ମାଡ଼। ଆଉ ବାପା କହୁଛନ୍ତି ଧନ୍ୟ ତୁମେ ଲୋକ ଧନ୍ୟ ତୁମ ମାନସିକତା ସାମାନ୍ୟ ବୁଝିବାର ବି ଶକ୍ତି ତୁମ ପାଖେ ନାହିଁ।

Leave a Reply

Your email address will not be published. Required fields are marked *