ଜେଲରେ ରହି ମଧ୍ୟ ଜମା ଝଡି ନାହାଁନ୍ତି ଅର୍ଚ୍ଚନା, ଅର୍ଚ୍ଚନାଙ୍କୁ ଦେଖିବା ପାଇଁ କୋର୍ଟ ଆଗରେ ଲୋକଙ୍କ ଗହଳି…

ବ୍ଲାକମେଲ୍ ଜଗତର ରାଣୀ ଅର୍ଚ୍ଚନା ନାଗ ଆଜି ହାଜିର୍ ହେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ କୋର୍ଟରେ। ଜେଲରୁ ବାହାର କରି କଡ଼ା ସୁରକ୍ଷା ଭିତରେ ଅର୍ଚ୍ଚନାଙ୍କୁ କୋର୍ଟରେ ହାଜିର୍ କରାଯାଇଛି। ସୁନ୍ଦରୀ ଅର୍ଚ୍ଚନାଙ୍କୁ ଦେଖିବା ପାଇଁ କୋର୍ଟ ଆଗରେ ଲୋକଙ୍କ ଭିଡ଼ ଜମିଛି। ଅର୍ଚ୍ଚନା ଯେତେବେଳେ ଗାଡିରୁ ବାହାରି କୋର୍ଟକୁ ଗଲେ ସେତେବେଳେ ଲୋକମାନେ କହୁଥିଲେ ଦେଖ କେମିତି ଲେଜର ଲାଇଟ୍ ଟ୍ରିଟମେଣ୍ଟ କରି କଳାରୁ ଗୋରା ହେଇ ଯାଇଛି।

ଏତେ ଦିନ ଜେଲ୍ ରେ ରହିଲା ପରେ ମଧ୍ୟ ଟିକେ ଝଡିନି। ଆଗରୁ ଯେମିତି ଦେଖା ଯାଉଥିଲା ପୁରା ସେମିତି ଦେଖା ଯାଉଛି। ଅନ୍ୟପଟେ ଲୋକମାନେ କହୁଛନ୍ତି କୋର୍ଟରେ ମାମଲା ଚାଲିଥିବା ବେଳେ ସୁନ୍ଦରୀ ଅର୍ଚ୍ଚନା ଜର୍ଜଙ୍କ ଆଗରେ ବହୁତ୍ କାନ୍ଦିଛନ୍ତି।

ଅର୍ଚ୍ଚନାଙ୍କ ହାଜିରା ପରେ ପୁଣି ଅର୍ଚ୍ଚନାଙ୍କୁ ରିମାଣ୍ଡ ରେ ନେବାପାଇଁ ଇଡି ପୁଣି ଖୋର୍ଦ୍ଧା ଜିଲ୍ଲା ଦୌରାଜଜରେ ଆବେଦନ କରିବେ। ଅନ୍ୟପଟେ ଦିନରାତି ଏକ କରି ଶ୍ରଦ୍ଧାଞ୍ଜଳିଙ୍କୁ ଖୋଜିଲେ ମଧ୍ୟ ଇଡି ତାଙ୍କ ଠିକଣା ପାଉନି। ସେ ଭୁବନେଶ୍ୱର ଛାଡ଼ି କୁଆଡେ ପଳେଇ ଯାଇଛନ୍ତି।

ଇଡିର ବାରମ୍ବାର ନୋଟିସ୍ ପାଇଲା ପରେ ମଧ୍ୟ ସେ ଇଡିକୁ ଧରା ଦେଉନାହାନ୍ତି। ରବିବାର ଦିନ ଇଡି ବଙ୍ଗିର ଚର୍ଚ୍ଚିକା ସାହିକୁ ଯାଇ ଶ୍ରଦ୍ଧାଙ୍କ ବିଷୟରେ ତାଙ୍କ ଘରେ ପଚରା ପଚରି କରିବା ସହିତ ତାଙ୍କ ନା ରେ ଗିରଫ ନୋଟିସ୍ ଜାରି କରିବ ବୋଲି ଚେତାବନୀ ଦେଇଛି।

Leave a Reply

Your email address will not be published. Required fields are marked *