ବିବାହ ଦିନ କନ୍ୟା ଏକ ସନ୍ତାନ ଜନ୍ମ ଦେଲା, ଅତିଥିମାନେ ଫେରିକି ପଳେଇଲେ…

କନ୍ୟା ନିଜେ ବିବାହ ଦିନ ଗୋଟେ ସନ୍ତାନକୁ ଜନ୍ମ ଦେଲେ। ଯାହା ପରେ ବିବାହକୁ ବାତିଲ କରିବାକୁ ପଡିଲା ଏବଂ କନ୍ୟାଙ୍କୁ ବହୁତ କଷ୍ଟ ସହିବାକୁ ପଡିଲା। ଅତିଥିମାନଙ୍କୁ ମଧ୍ୟ ଫେରିବାକୁ ପଡିଲା। ବାସ୍ତବରେ, କନ୍ୟା ପୂର୍ବରୁ ଗର୍ଭବତୀ ଥିଲେ ଏବଂ ପ୍ରସବ ତାରିଖ ଗୋଟେ ମାସ ପରେ ଥିଲା। କିନ୍ତୁ କନ୍ୟା ଜଣକ ସମୟ ପୂର୍ବରୁ ସନ୍ତାନକୁ ଜନ୍ମ ଦେଇଥିଲେ।

ଏହି ମାମଲା ସ୍କଟଲ୍ୟାଣ୍ଡର ଷ୍ଟିରଲିଙ୍ଗଶାୟାରର ଅଟେ। ହେୟାର ଡ୍ରେସର ରେବିକା ମ୍ୟାକମିଲାନ ଏବଂ ନିକ ଚିତାମଙ୍କ ବିବାହ ପାଇଁ ୨୦୦ ଅତିଥି ଗାର୍ଟମୋର ଗ୍ରାମ ହଲରେ ଏକାଠି ହେଇଥିଲେ। କିନ୍ତୁ ବିବାହର କିଛି ଘଣ୍ଟା ପୂର୍ବରୁ ରେବିକାଙ୍କ ପ୍ରସବ ବେଦନା ଆରମ୍ଭ ହେଇଗଲା।

ରେବିକା ୩୨ ବର୍ଷ ବୟସ୍କା। ସେ କହିଛନ୍ତି- ସବୁ ବରକନ୍ୟା ଚାହାଁନ୍ତି ଯେ ବିବାହ ଦିନ ସେମାନଙ୍କ ପାଇଁ ସ୍ମରଣୀୟ ହେଉ। ପୁଅ ରୋରି ଏହି ଦିନଟି ଆମ ପାଇଁ ଅତ୍ୟନ୍ତ ସ୍ମରଣୀୟ ଦେଲା ଆମେ ବାହା ହେଇ ପାରିଲୁ ନାହିଁ କିନ୍ତୁ ଆମେ ବହୁତ ସୁନ୍ଦର ପୁଅ ପାଇଲୁ।

୨୦୨୧ ଜୁଲାଇରେ ରେବିକା ୩୬ ବର୍ଷିୟ ନିକଙ୍କ ସହ ଏକ ସମ୍ପର୍କ ସ୍ଥାପନ କରିଥିଲେ। ଅନଲାଇନରେ ୫ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ଏହି ନିଷ୍ପତ୍ତି ନେଇଥିଲେ। ଉଭୟ ମେ ୨୧ ରେ ବିବାହ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ।

ହଠାତ୍ ରେବିକା ଜାଣିବାକୁ ପାଇଲେ ଯେ ସେ ଗର୍ଭବତୀ ଅଛନ୍ତି ଏବଂ ପିଲାଟି ଜୁନ୍ ୨୦ ରେ ଜନ୍ମ ହେବ। ତେଣୁ ସେମାନେ ଶୀଘ୍ର ବିବାହ କରିବାକୁ ସ୍ଥିର କଲେ। ରେବେକା କହିଛନ୍ତି- ଆମେ ବିବାହ ତାରିଖ ଘୁଞ୍ଚାଇବାକୁ ଚାହୁଁଥିଲୁ, କିନ୍ତୁ କରୋନା ମହାମାରୀ ପରେ, ଆମେ ଅନୁଭବ କଲୁ ଯେ ଜୀବନ ବହୁତ ଛୋଟ ଏବଂ ଅପ୍ରତ୍ୟାଶିତ। ତେଣୁ ଆମେ ଜଲଦି ବିବାହ କରିବା ପାଇଁ ଭାବିଲୁ।

ରେବିକ କହିଥିଲେ ଯେତେବେଳେ ମୁଁ ବିବାହର ପ୍ରଥମ ଦିନ ଉଠିଲି, ମତେ ସବୁକିଛି ଠିକ୍ ଲାଗିଲା। ଆମେ ଦିନସାରା ହଲରେ କାମ କଲୁ। ସନ୍ଧ୍ୟା ବେଳେ ମତେ ବହୁତ କଷ୍ଟାହେଲା। ତା’ପରେ ଡାକ୍ତର ଆସିଲେ ଏବଂ ପିଲା ଜନ୍ମ ପାଇଁ ଗୋଟେ ତାରିଖ କହିଲେ। ତା’ପରେ ମତେ ଟିକେ ଭଲ ଲାଗିଲା। ଆମେ ସମସ୍ତେ ବିବାହ ପୂର୍ବଦିନ ରାତିରେ ସାଙ୍ଗ ହେଇ ଖାଇଲୁ ଏବଂ ଶୋଇବାକୁ ଗଲୁ।

ପରଦିନ ସକାଳେ ଯେତେବେଳେ ରେବିକା ଉଠିଲେ ସେତେବେଳକୁ ତାଙ୍କ ପ୍ରସବ ବେଦନା ଆରମ୍ଭ ହେଇଯାଇ ଥିଲା । ତାପରେ ସେ ଡାକ୍ତରଖାନା ଗଲେ। ଏହି ସମୟରେ, ପରିବାରର ଅନ୍ୟ ସଦସ୍ୟମାନେ ଅତିଥିମାନଙ୍କୁ, ବିବାହର ଯୋଗାଣକାରୀଙ୍କୁ ବିବାହ ବାତିଲ ବିଷୟରେ କହିଲେ। ଡାକ୍ତରଖାନାରେ ରେବିକା ଏକ ସନ୍ତାନ ଜନ୍ମ ଦେଲେ। ତା ନାମ ରୋରି ଇଆନ୍ ୱିଲିୟମ୍ ଚିଥମ୍ ଦିଆଗଲା।

Leave a Reply

Your email address will not be published. Required fields are marked *