ବାହାଘରକୁ ବର୍ଷେ ହେଇନି ସ୍ତ୍ରୀକୁ ମାରି ମଶାଣିରେ ଫୋପାଡ଼ି ଦେଲା ସ୍ବାମୀ…

ମଣିଷର ରାଗ ତାର ସବୁଠୁ ବଡ଼ ଶତ୍ରୁ। ଥରେ ମଣିଷ ରାଗି ଗଲାପରେ ସେ କଣ କରିଦିଅ ସେ କିଛି ଜାଣିପାରେନି। ଆଉ ତା ରାଗ ଶାନ୍ତ ହେଲା ବେଳକୁ ଆଉକିଛି ବାକି ନଥାଏ। କେତେବେଳେ ରାଗରେ ମଣିଷ କାହାକୁ ଗାଳି ଗୁଲଜ କରିଦିଏ ତ କେତେବେଳେ କାହାର ଜୀବନ ନେଇ ଯାଏ। ରାଗରେ ମଣିଷ ବେଳେବେଳେ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ଲୋକକୁ ମଧ୍ୟ ମାରିଦିଏ। ହଁ ଆଜ୍ଞା କୋରାପୁଟରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

କୋରାପୁଟରେ ଜିଲ୍ଲାର ଦଶମନ୍ତପୁର ବ୍ଲକ ଗ୍ରିଲିଗୁମା ପଞ୍ଚାୟତ ଅନ୍ତର୍ଗତ ଡକ୍ରିବେଡ଼ା ଗାଆଁର ଅଜୟ ମୁଦୁଲି ବର୍ଷେ ତଳେ ଭଲ ପାଇ ମମିତା ମୁଦୁଲିଙ୍କୁ ବିବାହ କରିଥିଲେ। ମମିତାଙ୍କ ବୟସ ମାତ୍ର ୨୦ ବର୍ଷ। ବାହାଘର ପରେ ଅଜୟ ଏବଂ ମମିତା ବହୁତ୍ ଖୁସିରେ ଥିଲେ। ଅଜୟ ମମିତାଙ୍କୁ ବହୁତ୍ ଭଲ ପାଉଥିଲେ। କିନ୍ତୁ ହଠାତ୍ ଦିନେ ତାଙ୍କ ଖୁସିରେ କାହାର ନଜର ଲାଗିଗଲା। ଆଉ ତାପରେ ତାଙ୍କ ହସ ଖୁସିର ସଂସାର କିଛି ମୁହୂର୍ତ୍ତ ରେ ଭାଙ୍ଗିଗଲା।

ଅଜୟ ଜଣେ ଦିନ ମଜୁରିଆ। ଖରା ଦିନ ଚାଷ କରିବା ପାଇଁ ଅଜୟ ସକାଳୁ ଉଠି ବିଲକୁ କାମ କରିବାକୁ ଗଲେ। ଦିନ ସାରା କାମ କରିସାରି ସେ ଯେତେବେଳେ ଘରକୁ ଫେରିଲେ ସେତେବେଳେ ମମିତାଙ୍କ ସହ କିଛି କଥାକୁ ନେଇ ଜୋରେ ପାଟି ତୁଣ୍ଡ ହେଲା। ତା ଭିତରେ ଅଜୟ ରାଗିଯାଇ ସବୁଦିନ କାମ କରିବାକୁ ନେଉଥିବା ଟାଙ୍ଗିଆରେ ମମିତାଙ୍କୁ ମାରି ନିଜ ଗାଁ ମଶାଣି ରେ ପାକେଇଦେଲେ।

ତାପରେ ଦଶମନ୍ତପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ପୋଷ୍ଟମଟମ୍ ପାଇଁ ପଠେଇଲେ। ଘଟଣାର ଅଧିକ ତଦନ୍ତ ପାଇଁ କୋରାପୁଟରୁ ଫରେନ୍ସିସ ଟିମ୍ ମଧ୍ୟ ଆସିଲେ। କିନ୍ତୁ ଅଜୟ ନିଜ ସ୍ତ୍ରୀକୁ ରାଗରେ ମାରି ଦେଇଛନ୍ତି ବୋଲି ପୋଲିସ୍ ଆଗରେ ସବୁ ସତ ମାନିଗଲେ।

Leave a Reply

Your email address will not be published. Required fields are marked *