ପ୍ରଥମେ ବାପା ଚାଲିଗଲେ ଆଉ ତାପରେ ମାଆ ଛୋଟ ଛୋଟ ଚାରି ପିଲାଙ୍କୁ ଅନାଥ କରି କହାସହ ପଳେଇଲେ।

ବାପାମାଆଙ୍କ ଝଗଡା ଏବଂ ତାଙ୍କର ଗୋଟେ ଭୁଲ ନିଷ୍ପତିରେ ବାପାମାଆଙ୍କର ଯେତିକି କ୍ଷତି ନ ହୁଏ ପିଲାଙ୍କର ସବୁଠୁ ଅଧିକ କ୍ଷତି ହୁଏ। ଘରଲୋକଙ୍କ ଝଗଡ଼ା ପିଲାଙ୍କ ମାନସିକ ଏବଂ ଶାରିରୀକ ସ୍ତରରେ ବହୁତ୍ ପ୍ରଭାବ ପକାଏ। ବେଳେବେଳେ ସ୍ଵାମୀ ସ୍ତ୍ରୀ ଝଗଡ଼ା ଭିତରେ ଏତେ ହଜିଯାଆନ୍ତି ଯେ ସେ କେତେବେଳେ ନିଜ ଜାଣନ୍ତରେ କିମ୍ଵା ଅଜାଣନ୍ତରେ ପିଲାଙ୍କର କ୍ଷତି କରି ଦିଅନ୍ତି। କେବଳ ଜଣେ ଅନାଥ ଛୁଆ ବୁଝିପରେ ପରିବାର ମାନେ କଣ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଭିତରଗଡ ପଞ୍ଚାୟତର ଚାରି ପୋଖରୀ ଗାଆଁ ର ଅମର ବାରିକ ହାଇଦ୍ରାବାଦରେ ରହି ସିକ୍ୟୁରିଟି ଗାର୍ଡ କାମ କରୁଥିଲେ। ସେଠି ସେ ଗୋଟେ ନେପାଳୀ ଝିଅକୁ ଭଲ ପାଇଲେ। ଦୁହିଁଙ୍କ ଭିତରେ ମିଳାମିଶା ବାଢ଼ିବା ପରେ ଦୁହେଁ ବିବାହ କରିବା ପାଇଁ ସ୍ତିର କଲେ। ତାପରେ ଦୁହେଁ ବାହା ହେଇ ଖୁସିରେ ରହିଲେ। କିଛି ବର୍ଷ ଭିତରେ ତାଙ୍କର ୩ ଝିଅ ଏବଂ ୩ ବର୍ଷର ଗୋଟେ ପୁଅ ହେଇଯାଇଥିଲେ।

କିଛି ଦିନ ଯିବାପରେ ହଠାତ୍ ଗୋଟେ ଦୁର୍ଘଟଣାରେ ଅମର ଆରପାରିକୁ ଚାଲିଗଲେ। ୪ ପିଲାଙ୍କୁ ଧରି ମାଆ ଅମରଙ୍କ ଅନ୍ତିମ ସତ୍କାର ପାଇଁ ଚାରି ପୋଖରୀ ଫେରିଲେ। କିଛି ଦିନ ପିଲାଙ୍କ ପାଖରେ ରହି ମାଆ ଗୋଟେ ଦିନ ଘରୁ କୁଆଡେ ପଳେଇଲେ। ସେ ଘରୁ ଗଲାବେଳେ ନିଜ ପିଲାଙ୍କ କଥା ଟିକେ ଭାବିଲେନି।

ବାପାମାଆ ଯିବାପରେ ଛୋଟ ଛୋଟ ପିଲା ମାନେ ଏବେ ତାଙ୍କ ଜେଜେବାପା ଏବଂ ଜେଜେମା ପାଖରେ ରହୁଛନ୍ତି। ଜେଜେବାପାଙ୍କୁ ୬୪ ବର୍ଷ ଜେଜେମା ମଧ୍ୟ ବୁଢ଼ୀ ହେଇ ଗଲାଣି ସେଥିପାଇଁ ବଡ଼ ଭଉଣୀକୁ ସବୁ କାମ କରିବାକୁ ପଡୁଛି। ଛୋଟ ପିଲାଟି ଘର କାମ କରିବା ସହ ନିଜ ଛୋଟ ଛୋଟ ଭାଇ ଭଉଣୀଙ୍କର ମଧ୍ୟ ଯତ୍ନ ନେଉଛି। ସେ ତାଙ୍କୁ ଗାଧୋଇ ଦଉଛି, ଖୁଆଇ ଦଉଛି, ଗୀତ ଗାଇ ଶୁଆଇ ଦଉଛି। ଆଉ ଯେତେବଳେ ଛୋଟ ଛୋଟ ଭାଇ ଭଉଣୀ ରାତି ଅଧରୁ ଉଠି ମାଆ ବାପା କୁଆଡେ଼ ଗଲେ ପଚାରନ୍ତି ସେତେବେଳେ ତାଙ୍କ ବଡ଼ ଭଉଣୀ ମାଆବାପା କାଲି ସକାଳେ ନୂଆ ଡ୍ରେସ୍ ଆଣି ଆସିବେ ବୋଲି କହି ତାଙ୍କୁ ବୁଝେଇକି ଶୁଆଇଦିଏ।

ଜେଜେବାପାଙ୍କୁ ଏତେ ବୟସ ହେବାରୁ ସେ ଆଉ କେତେଦିନ ଏଇ ଛୋଟ ଛୋଟ ପିଲାଙ୍କ କଥା ଭୁଝି ପାରିବେ ସେଥିପାଇଁ ସେ ଶିଶୁ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ଦାସଙ୍କ ସାହାଯ୍ୟ ନେଇ ଛନ୍ତି। ଶିଶୁ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ଦାସ କହିଛନ୍ତି ଆମ ଦ୍ଵାରା ଯାହା ହେଇ ପାରିବ ଆମେ ସବୁ କରିବୁ। ତାଙ୍କର ଯେତେ ତାଙ୍କ ଦରକାର ହେବ ଆମେ ସେତେ ଟଙ୍କା ଦେବୁ ଯେମିତି ତାଙ୍କର କିଛି ଅସୁବିଧା ନ ହୁଅ।

Leave a Reply

Your email address will not be published. Required fields are marked *