ପୁଣିଥରେ ଆଉ ଏକ ଦୁଃଖ ଖବର , ଗୁରୁତ୍ଵର ଅବସ୍ଥାରେ ହସ୍ପିଟାଲରେ ଅଭିନେତା ସାତ୍ୟକି ମିଶ୍ର

ଦୁଃଖ କେତେବେଳେ ଆସିବ, ସେ କଥା ମଣିଷକୁ ଜଣା ନଥାଏ । କେତେବେଳେ ତାର ଜୀବନ ଚାଲିଯିବ ଆଉ କେତେବେଳେ ସେ ଏହି ଦୁନିଆଁରୁ ବିଦାୟ ନେବ , ସେ କଥା କିଏ ବା ଜାଣିଛି । ତେବେ କୁହାଯାଏ ହଠାତ୍ ଦୁଃଖ ଆସିଥାଏ ଆଉ ତାପରେ ସୁଖ ଆଉ ଏହାରି ଭିତରେ ହିଁ ମଣିଷ ନିଜକୁ ସମ୍ଭାଳି କରି ରଖିଥାଏ ।

ତେବେ ଆପଣ ସମସ୍ତେ ଜାଣିଥିବେ କି ଏଇ ଦୁଇ ଦିନ ଆଗରୁ ଏପରି ଏକ ଖବର ଆସିଥିଲା , ଯାହା ସମସ୍ତଙ୍କ ମନରେ ଦୁଃଖ ଭରି ଦେଇଥିଲା । ଏହା ପରେ ଆଜି ବି ଏପରି ଏକ ଖବର ଆସିଛି , ଯାହା ଆପଣଙ୍କ ଆଖିରେ ଲୁହ ଆଣିଦେବ। ସବୁ ଘଟଣା ବିଷୟରେ ଶୁଣି ଆପଣଙ୍କୁ ଅନୁଭବ ହେବ , ସତେ ଯେମିତି ଓଡ଼ିଆ ଚଳଚ୍ଚିତ୍ର ଜଗତ ଉପରେ କାହାର ଯେମିତି ନଜର ଲାଗି ଯାଇଛି ।

ନିକଟରେ ଶୁଣିବାକୁ ମିଳିଥିଲା କି , ଓଡ଼ିଶାର ଜଣେ ପ୍ରସିଦ୍ଧ ଅଭିନେତା ତଥା ସମସ୍ତଙ୍କ ହୃଦୟରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପିଣ୍ଟୁ ନନ୍ଦ ଲିଭର୍ ସିରୋସିସ ରୋଗରେ ପୀଡିତ ଅଛନ୍ତି । ଆଉ ତାଙ୍କର ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ତେବେ ସମସ୍ତେ ଓଡ଼ିଶା ବାସୀ ଏହି କଥା ଶୁଣିବା ପରେ ସମସ୍ତଙ୍କ ଆଖି ଛଳ ଛଳ ହୋଇ ଯାଇଥିଲା ।

ଆଉ ଅନେକ ଲୋକ ମଧ୍ୟ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ସମସ୍ତେ ତାଙ୍କର ଭଲ ହେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥିଲେ । ସେ କିପରି ଶୀଘ୍ର ଭଲ ହୋଇ ଘରକୁ ଫେରିବେ , ସେଥିପାଇଁ ସମସ୍ତେ ଚିନ୍ତା କରିଥିଲେ । ତେବେ ଆଜି ଆଉ ଏକ ଅଭିନେତାଙ୍କୁ ନେଇ ଦୁଃଖଦ ଖବର ସାମ୍ନାକୁ ଆସିଛି ।

ତେବେ ସେ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ସାତ୍ୱକି ମିଶ୍ର । ସଦାବେଳେ ଭିନ୍ନ ଭିନ୍ନ ଚରିତ୍ର ନେଇ ଲୋକଙ୍କ ଆଗକୁ ଆସୁଥିଲେ ସେ । ଖଳନାୟକ ଠାରୁ ଆରମ୍ଭ କରି ଜଣେ ବାପା , ଭାଇ ସବୁ ଅଭିନୟରେ ସେ ଥିଲେ ନିଖୁଣ । ସମସ୍ତଙ୍କ ହୃଦୟରେ ତାଙ୍କ ପାଇଁ ଅଛି ଏକ ସ୍ବତନ୍ତ୍ର ଜାଗା ।

ଯାହାକୁ ଆଉ କେହି ନେଇ ପାରିବେ ନାହିଁ । ତାଙ୍କ କଥା ଶୁଣିଲେ ଲୋକ ଭାବବିହ୍ବଳ ହୋଇ ଯାଉଥିଲେ । ତେବେ ବର୍ତ୍ତମାନ ସେ ଭାଙ୍ଗି ପଡ଼ିଛନ୍ତି । କାହିଁକି ନା ସେ ଏକ ଗମ୍ଭୀର ରୋଗ ସହିତ ସଂଗ୍ରାମ କରୁଥିବା ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳିଛି କି , ସାତ୍ୱକି ମିଶ୍ର ଦୀର୍ଘ ୪ ବର୍ଷ ହେଲାଣି କର୍କଟ ରୋଗରେ ପୀଡିତ ଅଛନ୍ତି । ଦିଲ୍ଲୀରେ ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି ।

ଔଷଧ ଖାଇ ଏବଂ ଦୀର୍ଘ ଦିନ ଧରି ତାଙ୍କ ଚିକିତ୍ସା ଚାଲି ଥିବା ସତ୍ତ୍ବେ ମଧ୍ୟ ହଠାତ୍ ତାଙ୍କ ସ୍ବାସ୍ଥ୍ୟବାସ୍ଥା ଖରାପ ହୋଇ ଯାଇଥିଲା । ଯାହାଦ୍ଵାରା ତାଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତି କରିବାକୁ ପଡ଼ିଛି । ତେବେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି ବୋଲି ଜଣା ପଡିଛି । ଲୋକ ମାନେ ଏପରି ଖବର ଶୁଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି ।

ଯଥା ଶୀଘ୍ର ସେ ଭଲ ହୋଇ ଯାଆନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିବାରେ ଲାଗିଛନ୍ତି । ସେ ସୁସ୍ଥ ହୋଇ ଯିବା ସହିତ ଖୁବ୍ ଶୀଘ୍ର ତାଙ୍କ ଅଭିନୟର ଜଲୱା ଦେଖାନ୍ତୁ ବୋଲି ସମସ୍ତେ ଆଶା ରଖିଛନ୍ତି । କାହିଁକି ଏପରି ହେଉଛି ବୋଲି ସମସ୍ତେ ଦୁଃଖ କରିବାରେ ଲାଗିଛନ୍ତି । ଜଣେ ଭଲ ଅଭିନେତାଙ୍କର ହଠାତ୍ ଏପରି ହୋଇଯିବା କଥା ଶୁଣି କେହି ବିଶ୍ୱାସ କରି ପାରୁ ନାହାନ୍ତି ।

Leave a Reply

Your email address will not be published. Required fields are marked *