ବାପ ଝିଅ ବିଷ ପିଇବା ଘଟଣାରେ ନୂଆ ମୋଡ, ଏହି ରବୀନ୍ଦ୍ର ପାଇଁ ବାପଝିଅ ପିଛନ୍ତି ବିଷ… ଜଣାନ୍ତୁ ଘଟଣା ପଛର ପୁରା ରହସ୍ୟ…

ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ କୌଣସି ନା କୌଣସି ଘଟଣା ଚହଳ ସୃଷ୍ଟି କରୁଛି । ପ୍ରତିଦିନ ନିଶ୍ଚିତ ଭାବରେ ଗୋଟିଏ ହେଉ କି ଦୁଇଟି ଛାତିଥରା ଖବର ଲୋକଲୋଚନକୁ ଆସୁଅଛି । ତେବେ ଏହି କଥା ଗୁଡିକୁ ଅନୁମାନ କରିବାରୁ ଲାଗୁଛି ସତେ କି କଳିଯୁଗ ଶେଷ ହୋଇ ହୋଇ ଯାଉଅଛି । ଆଉ ସେଥିପାଇଁ ଏଭଳି ଲୋମହର୍ଷକ ଘଟଣାମାନ ଘଟୁଅଛି। ତେବେ ଏହି କଳିଯୁଗରେ କେହି କାହାର ହୋଇ ରହୁନାହାଁନ୍ତି । ଭାଇ ତ ଭାଇର ହୋଇ ରହୁନାହିଁ ଆଉ କିଏ ବା କାହାର ହେବ । ସମସ୍ତଙ୍କ ମଧ୍ୟରେ ଶତ୍ରୁତା ଲାଗିରହୁଛି ।

ସମସ୍ତେ ଆଜିକାଲି ନିଜ ପାଇଁ ସବୁକିଛି କରିବାପାଇଁ ଆଗଭର ହୋଇ ରହୁଛନ୍ତି । କେହି ବି କାହା କଥା ଚିନ୍ତା କରୁ ନାହାଁନ୍ତି । ଆଉ ଅନ୍ୟପକ୍ଷରେ ଏ ଦୁନିଆଁରେ ପ୍ରେମର ମାନେ କିଛି ନାହିଁ । ପ୍ରେମ ମାନେ ସ୍ୱାର୍ଥ ହୋଇଯାଇଛି । ଏ ଦୁନିଆଁ ପ୍ରେମ ଆଉ ପ୍ରତାରଣାର ଦୁନିଆଁ ପାଲଟି ଯାଇଛି । ତେବେ ଏଥି ମଧ୍ୟରୁ ମାତ୍ର କେତେ କମ୍ ପ୍ରେମ ପ୍ରକୃତ ପ୍ରେମ ଅଟେ, ଯାହା ସାର୍ଥକ ହେଉଛି । ଅନ୍ୟପକ୍ଷରେ ଏଭଳି କିଛି ଲୋକ ଅଛନ୍ତି , ଯେଉଁ ମାନେ ଏକତରଫା ପ୍ରେମ କରିଥାନ୍ତି କିନ୍ତୁ ପ୍ରେମରେ ସାର୍ଥକ ନ ହେଲେ କୌଣସି ନା କୌଣସି ଭୁଲ୍ କାଣ୍ଡ ଘଟାଇ ବସିଥାନ୍ତି । ତେବେ ପୁଣିଥରେ ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଅଛି । ଆସନ୍ତୁ ସେ ବିଷୟରେ ଜାଣିବା ।

ସୂଚନା ମୁତାବିକ, ଖବରଟି ସୋର ଅଞ୍ଚଳର ଅଟେ । ତେବେ ଏହି ଅଞ୍ଚଳର ରବୀନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତି ସଞ୍ଜୟ ବତା ନାମକ ଜଣେ ବ୍ୟକ୍ତିଙ୍କର ନାବାଳକ ଝିଅକୁ ଏକତରଫା ପ୍ରେମ କରୁଥିଲେ । କିନ୍ତୁ ଝିଅ ଏଥିରେ ଆଦୌ ରାଜି ନଥିଲେ । ତେବେ ଏହି କାରଣ ପାଇଁ ରବୀନ୍ଦ୍ର ତାଙ୍କୁ ବାରମ୍ବାର ଅନେକ ହଇରାଣ ମଧ୍ୟ କରୁଥିଲେ । କିନ୍ତୁ ଏକଦା ଝିଅଟି ତାର ବାପା ସଞ୍ଜୟ ବତାଙ୍କ ସହ ରାସ୍ତାରେ ଆସୁଥିବା ବେଳେ ରବୀନ୍ଦ୍ର ଏବଂ ତାର ସହଯୋଗୀ ମାନେ ସେମାନଙ୍କୁ ଘେରି ବସିଥିଲେ । ଆଉ ସେମାନଙ୍କ ଭୟରେ ବାପ ଝିଅ ଦୁଇ ଜଣ ବିଲ ଭିତରକୁ ପଶି ଯାଇ ବିଷ ପିଇ ଦେଇଥିଲେ । ତେବେ ଏହା ପଛର ମୁଖ୍ୟ କାରଣ ଏହା ଥିଲା କି , ବାପା କେବେ ମଧ୍ୟ ଚାହୁଁ ନଥିଲେ କି , ସେ ବଞ୍ଚି ଥାଉ ଥାଉ ଯୁବକ ତାଙ୍କ ଝିଅ ସହ କୌଣସି ଖରାପ କାମ ନ କରିଦେଉ ।

ତେବେ ଏହି ଘଟଣାଟି ସୋର ଅଞ୍ଚଳରେ ଅନେକ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏହି ଘଟଣା ପାଇଁ ରବୀନ୍ଦ୍ରଙ୍କ ନାମରେ ପୂର୍ବରୁ ଅଭିଯୋଗ ମଧ୍ୟ ହୋଇଥିଲା । କିନ୍ତୁ ସେଥିରେ କୌଣସି ସୁଫଳ ମିଳି ପାରିନଥିଲା । ପରେ ଏହି ଘଟଣା ଘଟିଯିବା ପରେ ସୋର ଥାନା ପୋଲିସ ରବୀନ୍ଦ୍ରକୁ ଦହିସଡାରେ ନିଜ ସମ୍ପର୍କୀୟଙ୍କ ଘରେ ଲୁଚି ଥିବା ବେଳେ ଗିରଫ କରିନେଇଛି । ଅନ୍ୟପକ୍ଷରେ ସଞ୍ଜୟଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ ପ୍ରଥମେ ଭଦ୍ରକ ଆଉ ପରେ କଟକରେ ଚିକିତ୍ସିତ କରାଯାଉଛି ଆଉ ବର୍ତ୍ତମାନ ସମୟରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି ।

Leave a Reply

Your email address will not be published. Required fields are marked *