ବିସ୍ଫୋରକ ବୟାନ ଦେଲେ ସିଲସିଲା ! ଶୁଣିଲେ ଚମକି ପଡିବେ ଆପଣ, ସ୍ୱାମୀ ଆଗରେ ଡ୍ରାଇଭର ହାତରେ ରାଖୀ ବାନ୍ଧୁଥିଲେ ହେଲେ ସ୍ୱାମୀ ଗଲା ପରେ….

ସାରା ଦୁନିଆଁଟା ପ୍ରେମରେ ବାୟା । ପ୍ରେମ ପାଇଁ ଏ ଦୁନିଆଁରେ ସବୁ ନାଟ ଚାଲିଛି । ପ୍ରେମ ପାଇଁ ଲୋକେ କଣ ଯେ ନ କରୁଛନ୍ତି , ସେ କଥା କହି ହେବନାହିଁ । ପ୍ରେମ ପାଇଁ ନିଜ ଲୋକଙ୍କୁ ମଧ୍ୟ ବଳି ପକାଇ ଦେଉଛନ୍ତି ଏ ଦୁନିଆଁର ଲୋକ । ବାପା ମା ଭାଇ ଭଉଣୀ ଆଉ ନିଜ ପରିବାରକୁ ଭୁଲି ଯାଇ ସମସ୍ତେ ଚାଲି ଯାଉଛନ୍ତି ନିଜ ପ୍ରେମକୁ ସାକାର କରିବାପାଇଁ । ପ୍ରେମ ମାନେ ନାହିଁ ଜାତିପ୍ରଥା , ଧନୀ କି ଗରିବ , ଉଚ୍ଚ କି ନୀଚ୍ଚ । ପ୍ରେମରେ ପ୍ରେମୀଯୁଗଳ ଏଭଳି ଲୀନ ହୋଇଯାଆନ୍ତି କି , ସାରା ଦୁନିଆଁକୁ ପଛରେ ପକାଇ ସେମାନେ ପ୍ରେମ କରିବାପାଇଁ ଆଗେଇ ଆସିଥାନ୍ତି । ତେବେ ପ୍ରେମ ଯଦି ସଠିକ ମଣିଷ ସହ ହୁଏ , ତାହାଲେ ଠିକ୍ ଅଛି ନଚେତ ଜୀବନ ଟା ନର୍କ ପାଲଟିଯାଏ ।

ତେବେ ବର୍ତ୍ତମାନ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିବା ସୁପାରୀ କିଲର ମାମଲାରେ ନୂଆ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି । କିପରି ଭାବରେ ନିଜ ସ୍ୱାମୀଙ୍କୁ ହ-ତ୍ୟା କରିବାପାଇଁ ନିଜ ଡ୍ରାଇଭର ପ୍ରେମିକ ଏବଂ ଅନ୍ୟ ସହଯୋଗୀ ମାନଙ୍କୁ ସୁପାରୀ ଦେଇଥିଲେ ଜଣେ ମହିଳା । ବାସ୍ତବରେ ନିଜ ସ୍ୱାମୀଙ୍କୁ ଜୀବନରୁ ହଟାଇ ଦେଇ ତାଙ୍କର ସମସ୍ତ ସମ୍ପତ୍ତି ହଡପ କରି ନିଜ ପ୍ରେମିକ ସହ ସୁଖ ଶାନ୍ତିରେ ଜୀବନ ବିତାଇବା ପାଇଁ ଚାହୁଁଥିଲେ ମ୍ୟାଡାମ ସିଲସିଲା । କିନ୍ତୁ ତାଙ୍କର ଏହି ଯୋଜନା ସଫଳ ହୋଇ ପାରିନଥିଲା । ଅଭି-ଯୁକ୍ତ ମାନଙ୍କ ଆକ୍ର-ମଣରୁ ବର୍ତ୍ତି ଯାଇଥିଲେ ବିନାୟକ ବେହେରା ଅର୍ଥାତ ସିଲସିଲାଙ୍କର ସ୍ୱାମୀ । ଆଉ ତାପରେ ମ୍ୟାଡାମଙ୍କର ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି ।

ସ୍ୱାମୀ ଆଗରେ ଡ୍ରାଇଭରକୁ ରାକ୍ଷୀ ବାନ୍ଧୁଥିଲେ କିନ୍ତୁ ବାହାରେ ନିଜକୁ ଡ୍ରାଇଭରର ସ୍ତ୍ରୀ ବୋଲି କହୁଥିଲେ ଆଉ ନିଜର ନାମ କୀର୍ତ୍ତିକିରଣ ବେହେରା ବୋଲି କହି ପରିଚୟ ଦେଉଥିଲେ । ଏହାବ୍ୟତୀତ ସେମାନେ ଏକାଠି ଗୋଟିଏ ଆପାର୍ଟମେଣ୍ଟରେ ରହୁଥିଲେ ଆଉ କରୁଥିଲେ ରାସଲୀଳା । ସ୍ୱାମୀ ସୁଖକୁ ଭୁଲି ଯାଇ ପରକୀୟା ପ୍ରୀତିରେ ଲୀନ ରହୁଥିଲେ ସିଲସିଲା । ଇଂଜିନିୟର ସ୍ୱାମୀକୁ ଭୁଲି ଯାଇ ଡ୍ରାଇଭର ସହ ସଂସାର ବସାଇ ଦେବେ ବୋଲି ଭାବୁଥିଲେ ସିଲସିଲା ।

କିନ୍ତୁ ଏତେ ସବୁ କାରନାମା ପରେ ମଧ୍ୟ ନିଜର ଦୋଷ ସ୍ୱୀକାର କରିବାପାଇଁ ପ୍ରସ୍ତୁତ ନାହାଁନ୍ତି ସିଲସିଲା । ନିଜକୁ ନିର୍ଦୋଷର ପରିଚୟ ଦେଇ ନିଜର ଅସଲ ଚେହେରାକୁ ଲୁଚାଇ ଦେବେ ବୋଲି ଭାବୁଛନ୍ତି ସିଲସିଲା । କିନ୍ତୁ ବର୍ତ୍ତମାନ ତାଙ୍କର ସବୁ କଳା କାଣ୍ଡ ସାମ୍ନାକୁ ଆସିଯାଇଛି ।

ସେ ବର୍ତ୍ତମାନ ମଧ୍ୟ କହୁଛନ୍ତି କି , ତାଙ୍କ ଉପରେ ଲଗାଯାଇଥିବା ସମସ୍ତ ଆରୋପ ମିଛ । ତାଙ୍କ ସ୍ୱାମୀ ନିଜେ ଡ୍ରାଇଭର ଅଶୋକକୁ ଆଣି ରଖିଥିଲେ । ଏଥିରେ ତାଙ୍କର କୌଣସି ଭୁଲ୍ ନାହିଁ । ଆହୁରିମଧ୍ୟ ନିଜ ସ୍ୱାମୀଙ୍କ ଉପରେ ଆରୋପ ଲଗାଇ ସିଲସିଲା କହିଛନ୍ତି କି , ସବୁ ଭୁଲ୍ ତାଙ୍କ ସ୍ୱାମୀଙ୍କର । ସେ ଅଲଗା ଝିଅ ମାନଙ୍କ ସହ ସମ୍ପର୍କ ରଖିଥାନ୍ତି ।

ଆଉ ସେମାନଙ୍କ ସହ ଚାଟିଂ ମଧ୍ୟ କରିଥାନ୍ତି । ତେବେ ଏଭଳି ମନ୍ତବ୍ୟ ଦେବା ଶୁଣି ସମସ୍ତେ ଆଚମ୍ବିତ ହୋଇ ଯାଇଛନ୍ତି । ସିଲସିଲା ଭାବୁଛନ୍ତି କି , ସେ ଏହି ଜାଲରୁ ଖସିଯିବେ । ଆଉ ଡ୍ରାଇଭର ସହ ହସ ଖୁସିର ସଂସାର ବସାଇବେ । କିନ୍ତୁ ସେପରି କେବେ ବି ହୋଇପାରିବ ନାହିଁ । ନିଶ୍ଚିତ ଭାବରେ ମ୍ୟାଡାମ ସିଲସିଲା ନିଜ ଦୋଷ ସ୍ୱୀକାର କରିବେ ଆଉ ନିଶ୍ଚିତ ଭାବରେ ତାଙ୍କୁ ତାଙ୍କ ଭୁଲର ଦଣ୍ଡ ମିଳିବ । ତେବେ ଦେଖାଯାଉ ସତ୍ୟ ପ୍ରମାଣିତ ହେବା ପାଇଁ ଆଉ କେତେ ଦିନ ଲାଗୁଛି ।

Leave a Reply

Your email address will not be published. Required fields are marked *