ବାପା କଥାରେ ଯାଉଛି ପୁଅ, ସୁମିତ ମତେ ଦେଖି କାନ୍ଦି ପକେଇ ଥିଲେ…. ଦେଖନ୍ତୁ ଭିଡିଓ

ଆପଣମାନେ ଜାଣିଥିବେ ନ୍ୟାୟ ପାଇଁ, ନିଜର ହକ୍ କୁ ଫେରି ପାଇବା ପାଇଁ, ସ୍ତ୍ରୀ ଭାବରେ ମାନ୍ୟତା ପାଇବା ପାଇଁ ଜଣେ ମହିଳା କିପରି ସବୁ ବାଧା ବିଘ୍ନକୁ ଆଡେଇ ନିଜର ଅନବରତ ପ୍ରୟାସ ଜାରି ରଖିଛନ୍ତି। ଆଜ୍ଞା ହଁ ସୁମିତ ଓ ତପସ୍ୱିନୀ ମାମଲାର ଏପର୍ଯ୍ୟନ୍ତ କୋୖଣସି ସମାଧାନର ବାଟ ମିଳି ନାହିଁ।

ସ୍ୱାମୀଙ୍କୁ ପାଇବା ପାଇଁ ରାଜ ରାସ୍ତାକୁ ଓହ୍ଲେଇ ଆସିଥିବା ତାପସ୍ବିନୀ ଆଜି ମଧ୍ୟ ଏହି ଲଢେଇରେ ହାର ମାନି ନାହାଁନ୍ତି। ଜିଲ୍ଲା କୋର୍ଟରେ ଆରମ୍ଭ ହୋଇଥିବା ଲଢେଇ ବର୍ତ୍ତମାନ ଏହି ଲଢେଇ ହାଇକୋର୍ଟରେ ପହଞ୍ଚିଛି। ତାପସ୍ବିନୀ ଲଢେଇ କରି ଦେଖେଇ ଦେଇଛନ୍ତି ଯେ କୌଣସି ନାରୀ ଅବହେଳା ନୁହଁନ୍ତି। ଅନ୍ୟ ପୁରୁଷଙ୍କ ଭଳି ନାରୀ ମାନଙ୍କ ମଧ୍ୟ ହାତ ଅଛି, ଗୋଡ଼ ଅଛି ପାଟି ମଧ୍ୟ ଅଛି। ଅନ୍ୟାୟ ଘଟିଲେ ସେଥିପାଇଁ କିପରି ସ୍ୱର ଉଠା ଯାଏ ତାହା ତପସ୍ବିନୀ ଶିକ୍ଷେଇ ଦେଉଛି।

ସୁମିତ ଓ ତପସ୍ୱିନୀ ମାମଲା ବ୍ରହ୍ମପୁର ଜିଲ୍ଲା କୋର୍ଟରୁ ଆରମ୍ଭ ହୋଇଥିଲା। ବ୍ରହ୍ମପୁର କୋର୍ଟଙ୍କ ରାୟ ତପସ୍ୱିନୀଙ୍କ ପକ୍ଷରେ ଯାଇଥିଲା। ସୁମିତ ଏବଂ ତପସ୍ୱିନୀ ଙ୍କୁ ୭ ଦିନ ପର୍ଯ୍ୟନ୍ତ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦୁହେଁ ଭଡା ଘରେ ଏକାଠି ମଧ୍ୟ ରହିଥିଲେ। କେବଳ ସେତିକି ନୁହେଁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତପସ୍ୱିନୀ ନିଜ ଶଶୁର ଘରେ ରହି ଲଢେଇ କରି ପାରିବେ। ଏହାପରେ ସୁମିତ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ତେବେ ତାପସ୍ବିନୀ ଓ ସୁମିତ ପୁଣିଥରେ ଦୁହେଁ ଏକାଠି ହେବେ ବୋଲି ଆଶା ରଖିଛନ୍ତି ତାପସ୍ବିନୀ। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୋର୍ଟ ସେମାନଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ ଦୁହିଁଙ୍କ କାଉଁସିଲିଂ ମଧ୍ୟ ଚାଲିଛି। ତେବେ ଦୁଇ ପରିବାରର କାଉଁସିଲିଂ କିପରି ଚାଲିଛି ସେ ନେଇ ପ୍ରତିକ୍ରିୟା ଦେଇଛନ୍ତି ତପସ୍ୱିନୀ।

ତପସ୍ୱିନୀ ଙ୍କ କହିବାନୁଯାୟୀ, କାଉଁସିଲିଂ ସମୟରେ ଯେତେବେଳେ ପ୍ରଥମ କରି ସୁମିତ ଓ ତପସ୍ୱିନୀ ମୁଁହାମୁହିଁ ହୋଇଥିଲେ ସେତେବେଳେ ସୁମିତଙ୍କ ଆଖିରେ ଲୁହ ଆସିଯାଇଥିଲା। ତପସ୍ୱିନୀ ତାଙ୍କ ମୁଁହକୁ ଚାହୁଁ ଥିବା ବେଳେ ସୁମିତ ସର୍ବଦା ମୁଣ୍ଡ ପୋତି ରହୁଛନ୍ତି। କେବଳ ସେତିକି ନୁହେଁ ତାଙ୍କ ଭିତରେ ଭରଷା ଏବଂ କୋର୍ଟ ଉପରେ ବିଶ୍ୱାସ ଅଛି ଯେ ସେ ନିଜ ସ୍ୱାମୀକୁ ପୁଣିଥରେ ଫେରି ପାଇବେ।

କେବଳ ସେତିକି ନୁହେଁ ତପସ୍ୱିନୀ ନିଜ ଶଶୁରଙ୍କ ନେଇ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯଦି ଶଶୁର ଚାହିଁବେ ତେବେ ଆମେ ଦୁହେଁ ପୁଣି ଏକାଠି ହୋଇ ପାରିବୁ। କାରଣ ସୁମିତ ସର୍ବଦା ତାଙ୍କ ବାପା ଙ୍କ କଥାରେ ହିଁ ଯାଆନ୍ତି। ଘର ଭିତରେ ମୋର ଆଉ ତାଙ୍କ ଭିତରେ ଦୂରତା ଥିଲେ ମଧ୍ୟ ସେ ତାଙ୍କ ପୁଅଙ୍କୁ ନେଇ ବାହାରେ ରହୁଛନ୍ତି। ତାଙ୍କର ବିଶ୍ୱାସ ରହିଛି ଯେ ସୁମିତ ତାଙ୍କୁ ଏବେବି ଭଲ ପାଆନ୍ତି । ସେ ନିଶ୍ଚିତ ତାଙ୍କ ପାଖକୁ ଫେରିବେ ଏବଂ ସେମାନେ ପୁଣି ଖୁସିରେ ରହିବେ ବୋଲି ତପସ୍ଵିନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Leave a Reply

Your email address will not be published. Required fields are marked *