ବିବାହ ଖର୍ଚ୍ଚ ଦାବି ନେଇ କୋର୍ଟର ଦ୍ୱାରସ୍ଥ ହେଲେ ଝିଅ , ବାପାଙ୍କ ପେନସନରୁ ମାଗିଲେ ଅଧିକାର :-

ଭାରତୀୟ ନିୟମ ଅନୁଯାୟୀ ପିତାଙ୍କ ସମ୍ପତ୍ତିରୁ ସନ୍ତାନ ନିଶ୍ଚିତ ଭାବରେ ଭାଗିଦାର ହୋଇଥାଏ । ତେବେ ଏହି ନିୟମ ମଧ୍ୟରୁ ଆଉ ଏକ ନିୟମ ମଧ୍ୟ ରହିଛି ଯେ ଝିଅ ନିଜ ଅଧିକାର ଅନୁଯାୟୀ ନିଜ ବିବାହ ଖର୍ଚ୍ଚ ଦାବି କରି ପାରିବେ । କିନ୍ତୁ ଏହି ପ୍ରସଙ୍ଗକୁ ନେଇ ସ୍ୱତନ୍ତ୍ର ଭାବରେ କୌଣସି କେସ ଆସି ନଥିଲା । କିନ୍ତୁ ଛତିଶଗଡ଼ରେ ଏପରି ଏକ ଖବର ଶୁଣିବାକୁ ମିଳିଛି ଯେଉଁଠି ବିବାହ ଖର୍ଚ୍ଚ ଦାବି କରି ଝିଅ ହାଇକୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଛି । ତେବେ ହାଇକୋର୍ଟ ଏନେଇ ଆଗାମୀ ତାରିଖରେ ଶୁଣାଣି କରିବ ବୋଲି ସୂଚନା ରହିଛି ।

ତେବେ ସୂଚନା ଅନୁଯାୟୀ ଏହି ଘଟଣା ଛତିଶଗଡ଼ର ଅଟେ । ଛତିଶଗଡ଼ର ଭାନୁରାମ ଭିଳାଇ ସ୍ଥିତ ଏକ ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟ କରୁଥିଲେ । ତେବେ ତାଙ୍କ ଅବସରକୁ ମାତ୍ର ଆଉ କେଇଟା ମାସ ବାକି ଥିଲେ ହେଁ ତାଙ୍କ ଅବସର ପେନସନ ବାବଦକୁ ଷ୍ଟିଲ ପ୍ଲାଣ୍ଟ ୭୫ ଲକ୍ଷ ଟଙ୍କା ଦେବାର ଥିଲା । ତେଣୁ ଏହି ପରିପ୍ରେକ୍ଷୀରେ ଝିଅ ରାଜେଶ୍ୱରୀ ଫେବୃଆରୀ ୨୨ , ୨୦୧୬ ରେ ଦୁର୍ଗ ଫ୍ୟାମିଲି କୋର୍ଟରେ ଏକ ପିଟିସନ ଫାଇଲ କରିଥିଲେ । କିନ୍ତୁ ଏନେଇ ଫ୍ୟାମିଲି କୋର୍ଟ ପିଟସନ ଖାରିଜ କରିଥିଲା । ତେଣୁ ରାଜେଶ୍ୱରୀ ପୁଣିଥରେ ଏହି ମାମଲାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ହାଇକୋର୍ଟ ମାମଲାକୁ ଗ୍ରହଣ ମଧ୍ୟ କରିଥିଲା ।

ରାଜେଶ୍ୱରୀ ଦାବି ମୁତାବିକ ନିଜ ପିତାଙ୍କ ଠାରୁ ବିବାହ ଖର୍ଚ୍ଚ ଦାବି କରିଛନ୍ତି । ରାଜେଶ୍ୱରୀଙ୍କ ବୟସ ୩୫ ବର୍ଷ ଏବଂ ସେ ଅବିବାହିତ ମଧ୍ୟ । ତେଣୁ ହାଇକୋର୍ଟ ଅନୁଯାୟୀ ଅବିବାହିତ ଝିଅ ହିନ୍ଦୁ ଆଡପସନ ଆଣ୍ଡ ମେଣ୍ଟେନାନ୍ସ ଆକ୍ଟ ଅନୁଯାୟୀ ନିଜ ମା ବାପାଙ୍କ ଠାରୁ ନିଜ ବିବାହ ଖର୍ଚ୍ଚ ଦାବି କରି ପାରିବେ । ତେଣୁ ଏହି ଅନୁଯାୟୀ ହାଇକୋର୍ଟ ମାମଲାକୁ ଗ୍ରହଣ କରି ଆଗାମୀ ଶୁଣାଣି ପାଇଁ ତାରିଖ ଦେଇଛି । ଯେହେତୁ ଷ୍ଟିଲ ପ୍ଲାଣ୍ଟ ତରଫରୁ ପେନସନ ବାବଦକୁ ୭୫ ଲକ୍ଷ ଟଙ୍କା ମିଳିଛି ତେଣୁ ଆଉ ବାକି ଯେଉଁ ୨୫ ଲକ୍ଷ ଟଙ୍କା ମିକିବାକୁ ବାକି ଅଛି ତାକୁ ରାଜେଶ୍ୱରୀ ନିଜ ଖର୍ଚ୍ଚ ବାବଦକୁ ଦିଆଯିବାକୁ ପିଟିସନ ଦାଖଲ କରିଛନ୍ତି ।

ରାଜେଶ୍ୱରୀଙ୍କ ଅନୁଯାୟୀ ତାଙ୍କ ବାପା ଭାନୁରାମଙ୍କୁ ମିଳିବାକୁ ବାକି ଥିବା ୨୫ ଲକ୍ଷ ଟଙ୍କା ରାଜେଶ୍ୱରୀଙ୍କ ନାମରେ ରିଲିଜ କରିବାକୁ ଭିଳାଇ ଷ୍ଟିଲ ପ୍ଲାଣ୍ଟକୁ କୋର୍ଟ ନିର୍ଦେଶ ଦେଉ ବୋଲି ଦାବି କରିଛନ୍ତି । ତେଣୁ ରାଜେଶ୍ୱରୀଙ୍କ ଓକିଲ ଏ. କେ. ତିୱାରୀ ଅନୁଯାୟୀ ୨୦୨୨ ରେ ହାଇକୋର୍ଟ ଫ୍ୟାମିଲ କୋର୍ଟ ଦ୍ୱାରା ଲାଗିଥିବା ପ୍ରତିବନ୍ଧକକୁ ଉଠାଇ ମାନ୍ୟତା ଦେଇଛି କାରଣ ହିନ୍ଦୁ ଆଡପସନ ଆଣ୍ଡ ମେଣ୍ଟେନାନ୍ସ ଆକ୍ଟ ଅନୁଯାୟୀ ଝିଅର ବିବାହ ପାଇଁ ହେବାକୁ ଥିବା ଖର୍ଚ୍ଚ ତାଙ୍କ ଭରଣ ପୋଷଣ ଖର୍ଚ୍ଚ ସହିତ ସାମିଲ ଅଛି ଯାହାକୁ ଝିଅ ଚାହିଁଲେ ନେଇ ପାରିବ ।

Leave a Reply

Your email address will not be published. Required fields are marked *