ବାପା ଉପରେ ରାଗ ରଖି ମୋ ନ-ଗ୍ନ ଭିଡିଓ କଲେ ଭାଇରାଲ , କାନ୍ଦି କାନ୍ଦି ନ୍ୟାୟ ମାଗୁଛନ୍ତି ପୀଡ଼ିତା

ଗୋଟିଏ ନାରୀ ପାଇଁ ତାର ଗହଣା ଲାଜ ହୋଇଥାଏ । କିନ୍ତୁ ଯଦି କେହି ସେହି ଗହଣା ସହିତ ଖେଳି ଦିଏ , ତେବେ କଣ ହେବ ଥରେ ଚିନ୍ତା କରୁଛନ୍ତି ତ । ହଁ ଆଜ୍ଞା ଜଣେ ଯୁବତୀ ସହିତ ଏପରି କିଛି ହୋଇ ଯାଇଛି , ଯେଉଁଥିପାଇଁ ବର୍ତ୍ତମାନ ତାଙ୍କ ସହିତ ତାଙ୍କ ପରିବାର ଲୋକ ମଧ୍ୟ ରାସ୍ତା ଉପରେ ମୁଣ୍ଡ ଟେକି ଚାଲି ପାରୁ ନାହାଁନ୍ତି । ଯୁବତୀ ଜଣକ କଲେଜ କି ଟିଉସନ କୁଆଡେ ଯାଇ ପାରୁ ନାହାନ୍ତି । ଯୁଆଡେ ଯାଉଛନ୍ତି , ତାଙ୍କୁ କେବଳ କମେଣ୍ଟ ହିଁ ମିଳୁଛି ଆଉ ଯାହାକୁ ସହି ନ ପାରି ଘରର ଗୋଟିଏ କୋଣରେ ପଡି ରହୁଛନ୍ତି ଯୁବତୀ ଜଣକ ।

ସୂଚନା ଅନୁସାରେ , ଏପରି ଏକ ଘଟଣା ଘଟି ଯାଇଛି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ । ଚାରି ଜଣ ବ୍ୟକ୍ତି ଜଣେ ଝିଅର ନଗ୍ନ ଫୋଟ ଭାଇରାଲ କରିଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଆଉ ଯାହାକୁ ସମସ୍ତେ ନିନ୍ଦା କରିବାରେ ଲାଗିଛନ୍ତି । ସୂଚନା ଅନୁସାରେ , ଭାଇରାଲ କରିଥିବା ବ୍ୟକ୍ତି ମାନେ ପୀଡ଼ିତାଙ୍କ ବାପା ଉପରେ ଏସ ଏସ ଟି କେସ କରିଥିଲେ । ଯାହା ପରେ ସେମାନେ ହାରି ମଧ୍ୟ ଯାଇଥିଲେ । ଆଉ ଯାହା ପରେ ତାଙ୍କ ମନରେ ପ୍ରତିଶୋଧର ନିଆଁ ଜଳି ଯାଇଥିଲା । ସେମାନେ କଣ କରିବେ ବୋଲି ଭାବି ଥିଲେ ଆଉ ଶେଷରେ ତାଙ୍କ ନଜର ଯୁବତୀ ଉପରେ ପଡ଼ିଥିଲା ଆଉ ସେମାନେ ଏପରି କିଛି କରିଥିଲେ ।

ତେବେ କେସ ହାରିବା ପରେ ଏହି କଥାରେ ରାଗ ରଖି ବିଶ୍ୱପ୍ରକାଶ ମହାଳିକ , ରଞ୍ଜନ ଜେନା , ସୁକୁରା ମହାଳିକ ଏବଂ ସୁଧାଂଶୁ ମହାଳିକ ଚାରି ଜଣ ଯାକ ମିଶି କ୍ଲବର ସ୍କାଏଲାଇଟ ପଟେ ଭିଡିଓ କରି ଚାରିଆଡ଼େ ଭାଇରାଲ କରିଛନ୍ତି । ତେବେ ପୀଡ଼ିତାଙ୍କ ବାପା ମାଆ କହିଛନ୍ତି ପ୍ରଥମେ ସୁକୁରା ଭିଡିଓ କରିବା ପରେ ଏହାକୁ ଆଉ ଜଣଙ୍କୁ ପଠାଇ ଥିଲା , ଆଉ ଯାହା ପରେ ଏହି ଭିଡିଓ ପୁରା ଗାଁ ଲୋକଙ୍କ ପାଖରେ ପହଞ୍ଚି ଯାଇଥିଲା । ଆଉ ଏବେ ଏହାକୁ ସହି ପାରୁ ନାହାଁନ୍ତି ପୀଡ଼ିତା ଜଣକ ।

ତେବେ ଏହି କେଶ ରେ ବିଡ଼ିଓ ଏବଂ ସରପଞ୍ଚଙ୍କ ସମ୍ପର୍କୀୟ ଲିପ୍ତ ରହିଥିବା ହେତୁ ପୋଲିସ ବାବୁ ଆରାମ କରିବାରେ ଲାଗିଛନ୍ତି। ପୀଡ଼ିତାଙ୍କ ବାପା ମାଆଙ୍କ ଅଭିଯୋଗ ଆଦୌ ଶୁଣୁ ନାହାନ୍ତି କିମ୍ବା କିଛି ବି ଅନୁଧ୍ୟାନ କରିବାରେ ଲାଗୁ ନାହାନ୍ତି କି କିଛି ଶୁଣିବା ପାଇଁ ରାଜି ନୁହଁନ୍ତି । କାହିଁକି ନା ଉପରୁ ଚାପ ପଡ଼ିବାରେ ଲାଗିଛି । ଯାହା ପରେ ଜନ ଶୁଣାଣିରେ ଜିଲ୍ଲାପାଳଙ୍କ ପାଖରେ କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା । ସେପଟେ ଅଭିଯୁକ୍ତ ମାନେ ଫେରାର ଅଛନ୍ତି ।

Leave a Reply

Your email address will not be published. Required fields are marked *