Bappi Lahiri ପିନ୍ଧୁଥିଲେ ଏତେ ସୁନା , ନିଜେ କରିଥିଲେ ଖୁଲାସା , ଜାଣିଲେ ହେବେ ଆଶ୍ଚର୍ଯ୍ୟ :-

ବପ୍ପି ଲାହିରୀ ଙ୍କୁ ବା ଭାରତରେ କିଏ ନଜାଣେ । ତାଙ୍କ ସଙ୍ଗୀତ ପାଇଁ ସେ ଯେତେ ପରିଚିତ ବ୍ୟକ୍ତିତ୍ୱ ମଧ୍ୟ ସେହିପରି । କିନ୍ତୁ ଦୁଃଖର କଥା ଏହା ଯେ ଗତକାଲି ସକାଳୁ ବପ୍ପି ଲାହିରୀ ଙ୍କ ନିଧନ ହୋଇଛି ଯାହାକି ସମସ୍ତଙ୍କ ପାଇଁ ଦୁଃଖର ବିଷୟ ହୋଇଛି । ସେ ତାଙ୍କର ଗୀତ ଦ୍ୱାରା ସମସ୍ତଙ୍କୁ ଆକର୍ଷିତ କରିଥିଲେ । ତାଙ୍କ ଗୀତ ର ସ୍ୱତନ୍ତ୍ରତା କହିବାକୁ ଗଲେ ସେ ଏପରି ଡିସ୍କୋ ମ୍ୟୁଜିକ ଆରମ୍ଭ କରିଥିଲେ ଯାହା ବର୍ତ୍ତମାନ ସମୟରେ ବି ଲୋକଙ୍କ ପସନ୍ଦ ଅଟେ । ଯାହାଦ୍ୱାରା ୮୦ – ୯୦ ଦଶକ ର ଗୀତ କୁ ବି ଲୋକେ ଏବେବି ବହୁତ ପସନ୍ଦ କରନ୍ତି ।

କିନ୍ତୁ କଣ ଆପଣ ଜାଣିଛନ୍ତି କି ବପ୍ପି ଲାହିରୀ ଖୁବ ସୁନା ପ୍ରିୟ ଥିଲେ ବୋଲି । ସେ ହାତରେ ଏକାଧିକ ସୁନା ମୁଦି ସହିତ ଏକାଧିକ ସୁନା ଚେନ ପିନ୍ଧିଥିବାର ଆପଣ ମାନେ ଦେଖିଥିବେ । ତେବେ ଏହା ପଛରେ ଲୋକେ ଏପରି କାରଣ ଦର୍ଶାନ୍ତି ଯେ ସେ ଶୋ ଅପ ପାଇଁ ଏପରି କରୁଥିଲେ ବୋଲି । କିନ୍ତୁ ବପ୍ପି ଦା କାହାର କଥାକୁ ମନକୁ ନେଉ ନଥିଲେ ଏବଂ ସେ ଏହାର ଅସଲ କାରଣ ମଧ୍ୟ କହିଛନ୍ତି । ବପ୍ପି ଦା ଙ୍କ ଅସଲ ନାମ ଆଲୋକେଶ ଲାହିରୀ । କିନ୍ତୁ ଲୋକେ ତାଙ୍କୁ ସ୍ନେହରେ ବପ୍ପି ଦା ଡାକୁଥିଲେ ।

ସେ କହିଛନ୍ତି ଯେ ଆମେରିକା ର Elvis Presley ନିଜ ଶୋ ରେ ବହୁତ ସୁନା ପିନ୍ଧନ୍ତି ତେଣୁ ତାଙ୍କ ଦ୍ୱାରା ହିଁ ଅନୁପ୍ରାଣିତ ହୋଇ ବପ୍ପି ଦା ଏତେ ମାତ୍ରାରେ ସୁନା ପିନ୍ଧୁଥିଲେ । ଅନେକ ଲୋକ ତାଙ୍କୁ ଏପରି ବି କହିଛନ୍ତି ଯେ ବପ୍ପି ଦା ଫ୍ୟାଶନ ପାଇଁ ଏତେ ସୁନା ପିନ୍ଧନ୍ତି । କିନ୍ତୁ ବପ୍ପି ଦା ବାସ୍ତବରେ କାହାରି କଥାକୁ ଖାତିର କରି ନିଥିଲେ । ସେ କହିଥିଲେ ଯେ ତାଙ୍କୁ ତାଙ୍କ ମା ପ୍ରଥମ ସୁନା ଚେନ ଉପହାର ସ୍ୱରୂପ ଦେଇଥିଲେ ଏବଂ ଦ୍ୱିତୀୟ ସୁନା ଚେନ ତାଙ୍କ ସ୍ତ୍ରୀ ତାଙ୍କୁ ଉପହାର ସ୍ୱରୂପ ଦେଇଥିଲେ ।

ଏସବୁ ସତ୍ତ୍ୱେ ବି ସେ ଏକାଧିକ ସୁନା ଚାନ୍ଦି ଚେନ ପିନ୍ଧୁଥିଲେ । ବପ୍ପି ଦା ପ୍ରାୟ ୭ ବର୍ଷ ପର୍ଯ୍ୟନ୍ତ ନିର୍ବାଚନରେ ମଧ୍ୟ ଥିଲେ । ୨୦୧୪ ରେ ବିଜେପି ତରଫରୁ ପାର୍ଥୀ ଭାବରେ ଛିଡ଼ା ହୋଇଥିଲେ । ତାଙ୍କ ପାଖରେ ଉପଲବ୍ଧ ଥିବା ସୁନା ପରିମାଣ ବିଷୟରେ ଅନୁମାନ ରୁ ଏହା ଜଣା ଯାଇଛି ଯେ ତାଙ୍କ ପାଖରେ ୭୫୪ ଗ୍ରାମ ସୁନା ଏବଂ ୪.୫ କିଲୋ ଓଜନର ଚାନ୍ଦି ଅଛି ଏବଂ ଏହା ସହିତ ମୃତ୍ୟୁ ବେଳକୁ ତାଙ୍କ ପାଖରେ ୨୦ କୋଟି ଟଙ୍କାର ସମ୍ପତ୍ତି ଥିବା କଥା ମଧ୍ୟ ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *