ଘର ଛାଡ଼ି ଚାଲି ଯାଇଛନ୍ତି ସୁମିତଙ୍କ ବାପା , ଅପେକ୍ଷାରେ ଘର ପରିବାର

ଆପଣ ମାନେ ନିହାତି ଭାବରେ ସୁମିତ ଏବଂ ତପସ୍ୱିନୀଙ୍କ ବିଷୟରେ ଜାଣିଥିବେ । ଏହା ଏକ ବହୁ ଚର୍ଚ୍ଚିତ ମାମଲା ପାଲଟି ଯାଇଛି । ସକାଳ ପାହୁଣୁ କେଉଁଠି ନା କେଉଁଠି ଏହା ବିଷୟରେ ନିଶ୍ଚିତ ଭାବରେ ଚର୍ଚ୍ଚା ହେଉଥିବ । କେହି ନା କେହି ଏହାକୁ ନିଜ ଆଲୋଚନାର ବିଷୟ ବସ୍ତୁ କରିଦେଇଥିବେ । ତେବେ ସ୍ୱାମୀ ସ୍ତ୍ରୀଙ୍କର ବିଚ୍ଛେଦ ପରେ ଏବେ ସେମାନେ ଏକୁଟିଆ ରହୁଛନ୍ତି । ଦିନେ ଏପରି ଥିଲା କି , ଦୁହେଁ ଦୁହିଁଙ୍କୁ ନ ଦେଖି ରହି ପାରୁନଥିଲେ କିନ୍ତୁ ପରିସ୍ଥିତି ଏଭଳି ପାଲଟିଗଲା କି , ତପସ୍ୱିନୀଙ୍କର ମୁହଁ ଦେଖିବାକୁ ତାଙ୍କ ସ୍ବାମୀ ଚାହୁଁନାହାଁନ୍ତି ।

ତେବେ ଅନେକ ବିବାଦ ପରେ ମଧ୍ୟ ମାମଲାର ସମ୍ପୂର୍ଣ୍ଣ ସମାଧାନ ହୋଇ ପାରିନଥିଲା । କି ସୁମିତ ମଧ୍ୟ ତପସ୍ୱିନୀଙ୍କୁ ନିଜ ଘରକୁ ଫେରାଇ ନେବା ପାଇଁ ରାଜି ହୋଇନଥିଲେ । ଆଉ ଶେଷରେ ମାମଲା ବାବଦରେ କୋର୍ଟର ଶୁଣାଣି ହୋଇଥିଲା । ପ୍ରତିମାସରେ ତପସ୍ୱିନୀଙ୍କର ଭରଣପୋଷଣ ପାଇଁ କୋର୍ଟ ସୁମିତଙ୍କୁ ଟଙ୍କା ଦେବା ପାଇଁ ଆଦେଶ ଦେଇଥିଲେ । ତେବେ ଏ ଯାଏଁ ମଧ୍ୟ ସୁମିତଙ୍କ ଅପେକ୍ଷା ତପସ୍ୱିନୀ ରହିଛନ୍ତି । ନିଜ ସ୍ୱାମୀଙ୍କର ଫେରିବା ବାଟକୁ ଅନାଇ ବସିଛି ନିଜ ଅଭାଗିନୀ ସ୍ତ୍ରୀ । କେବେ ମୋ ସ୍ୱାମୀ ଫେରିବ ଆଉ କେବେ ଆମର ହସଖୁସିର ସଂସାର ପୁଣିଥରେ ପୁରି ଉଠିବ ।

ତେବେ ଗୋଟିଏ ପକ୍ଷରେ ତପସ୍ୱିନୀ ସ୍ୱାମୀ ସୁମିତଙ୍କ ଅପେକ୍ଷାରେ ରହିଥିବା ବେଳେ ଅନ୍ୟପକ୍ଷରେ ସୁମିତଙ୍କ ବାପାଙ୍କ ଅପେକ୍ଷା ତାଙ୍କ ମା ରହିଛନ୍ତି । ଆଉ କାହା ପାଟି ତାଙ୍କ ଘର ଆଗରେ ଶୁଭା ଯାଉନାହିଁ । ଚାରିଆଡେ ଶୁନଶାନ୍ ହୋଇଯାଇଛି । ଘର ଭିତରୁ ମଧ୍ୟ ଆଉ ପାଟିତୁଣ୍ଡ ଶୁଭୁନାହିଁ । ଘର ବାହାରେ ଦୁଇ ସ୍ୱାମୀ ରହିଛନ୍ତି । ଘର ଭିତରେ ସ୍ତ୍ରୀ ମାନଙ୍କ ଅପେକ୍ଷା କେତେବେଳେ ମୋ ସ୍ୱାମୀ ଫେରିବେ । ଶେଯ ଉପରେ ଦୁଇଟି ତକିଆ ରହିଛି କିନ୍ତୁ ଆଉ ଜଣେ ମଣିଷ ନାହିଁ । ଯାହା ଛାତିରେ ଟିକିଏ ମୁଣ୍ଡ ଦେଇ ଦେଲେ ଆଖିକୁ ନିଦ ଆସି ଯାଉଥିଲା , ସେ ପାଖରେ ନାହିଁ । ଅଧା ଅଧୁରାରେ ରାତି କଟିଯାଉଛି ।

କିଏ ଖାଇଲା ଆଉ କିଏ ନ ଖାଇଲା ଏ କଥା କାହାକୁ ବି ଜଣାନାହିଁ । ଆଉ ନାହିଁ କାହାର ହିସାବ କାହା ପାଖରେ । ଘରକୁ କଣ ଆସୁଛି କଣ ନ ଆସୁଛି ଏ କଥା ବି କାହାକୁ ଜଣାନାହିଁ । ତେବେ ସମୟ ବିତିବାରେ ଲାଗିଛି । କାହିଁକି ନା ସମୟ କାହାକୁ ବି ଅପେକ୍ଷା କରେନାହିଁ । ଘଟଣା ଆରମ୍ଭରୁ ଶେଷ , ଏପର୍ଯ୍ୟନ୍ତ ଅନେକ କଥା ଘଟି ଗଲାଣି । ତପସ୍ୱିନୀ ଏବଂ ସୁମିତଙ୍କ ପ୍ରେମ ଏବଂ ତାଙ୍କର ଘର ଭିତରକୁ ପ୍ରବେଶ ନେଇ ଅନେକ ଭିଡ଼ିଓ ଏବଂ ଖବର ଲୋକଙ୍କର ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଆଉ ଲୋକେ ଏହାକୁ ଟିଭି ପରଦାରେ ମଧ୍ୟ ଦେଖିଛନ୍ତି । ଲୋକେ ଏହାକୁ ଦେଖିଲେ ଆଉ ପ୍ରତିବାଦ ମଧ୍ୟ କଲେ । ଲୋକଙ୍କ ମଧ୍ୟରେ ପ୍ରତିବାଦର ନିଆଁ ବି ଜଳିଲା ।

ସମସ୍ତଙ୍କ ପାଖରେ ସବୁ ଖବର ରହିଛି । ସମସ୍ତେ ଘର ପ୍ରବେଶ ଠାରୁ ଟଙ୍କା ପାଇବା ପର୍ଯ୍ୟନ୍ତ ସବୁକଥା ଜାଣିଲେ । ତେବେ ବର୍ତ୍ତମାନ ସବୁ ଆଡେ ନିରବ ପାଲଟି ଯାଇଛି । କାହାରି ପାଟିତୁଣ୍ଡ ଶୁଭା ଯାଉନାହିଁ । ତେବେ ଏ ଯାଏଁ ଶ୍ୱଶୁର ଫେରି ନାହାଁନ୍ତି କି ସ୍ୱାମୀ ବି ଫେରି ନାହାଁନ୍ତି । ଘର ଶୁନଶାନ ହୋଇରହିଛି । କାହାର ଖୋଜ ଖବର ନାହିଁ । ଘର ପୁରୁଷଶୁନ୍ୟ ହୋଇଯାଇଅଛି । ସେପଟେ ଘରେ ଅଛନ୍ତି ବୃଦ୍ଧ ଜେଜେ ମା । ତାଙ୍କ କଥା କିଏ ବୁଝୁଛି ଆଉ ଔଷଧ କିଏ ଆଣିଦେଉଛି । ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଛି । ତେବେ ଶ୍ୱଶୁରଙ୍କର ରାଗ ନା ଅଭିମାନ ଆଉ ସ୍ୱାମୀଙ୍କର ଅନିଚ୍ଛା ନା ଆଉ କଣ ଏ କଥା ଜାଣି ହେଉନାହିଁ ।

Leave a Reply

Your email address will not be published. Required fields are marked *