ବର୍ଷକର ଶିଶୁକୁ ନିର୍ଘାତ ମା-ଡ଼ ମାରି ଚାଲିଲା ଜନ୍ମକଲା ମା, ଭିଡ଼ିଓ ଦେଖିଲେ ହୋସ ଉଡ଼ିଯିବ :- ଦେଖନ୍ତୁ ଭିଡିଓ

ଏପରି କୁହାଯାଏ ଯେ ଦୁନିଆରେ ସବୁ ସମ୍ପର୍କ ସ୍ୱାର୍ଥରେ ଗଢ଼ି ଉଠେ ମାତ୍ର ମା ଓ ସନ୍ତାନର ସମ୍ପର୍କରେ କୌଣସି ସ୍ୱାର୍ଥ ନଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଏ କଳୁଷିତ ସମାଜରେ ଏମିତି କିଛି ଘଟଣା ସାମ୍ନାକୁ ଆସୁଛି ଯାହା ମା ନାମ ଉପରେ କଳଙ୍କ ଲଦି ଦେଉଛି । କିନ୍ତୁ ମା ନାମ ମହାନ ବୋଲି ଯେ ଏପରି ଘଟଣା ଲୋକଲୋଚନକୁ ନଆସିବ ତାହା ଭୁଲ ଅଟେ । ଆଜିକାର ଲେଖାରେ ଆମେ ଏପରି ଏକ ଦୃଶ୍ୟ ବିଷୟରେ କହିବୁ ଯାହା ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ଯେ ବାସ୍ତବରେ କଣ ଜଣେ ମା ହୋଇ ନିଜ ଜନ୍ମ କଲା ସନ୍ତାନ ଉପରେ ଏପରି ଅତ୍ୟାଚାର କରିପାରେ ?

ତେବେ ଏପରି ଦୃଶ୍ୟ ଦେଖାଇବାର ଅର୍ଥ ଏହା ନୁହେଁ ଯେ ଆମେ କୌଣସି ସମାଜ ବିରୋଧୀ ମାନସିକତାକୁ ଉତ୍ସାହିତ କରିବାକୁ ଚାହୁଁଛୁ । ବାସ୍ତବରେ ଜଣେ ମା ର ବାସ୍ତବ ରୂପ ଏପରିବି ହୋଇପାରେ ବୋଲି ଆମେ ଜଣେଇ ଦେବାକୁ ଚାହୁଁଛୁ । ତେବେ ଭାଇରଲ ହୋଇଥିବା ଭିଡ଼ିଓ ଟି ଜାମ୍ମୁ ଓ କାଶ୍ମୀରର ସମ୍ବା ଜିଲ୍ଲାର ଅଟେ । ଯେଉଁ ଭିଡ଼ିଓ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ । ଭିଡ଼ିଓ ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ । ତେବେ ସେହି ଭିଡ଼ିଓରେ ଆପଣ ଦେଖି ପାରିବେ ଯେ ଜଣେ ମା ନିଜ ସନ୍ତାନକୁ କିପରି ନିର୍ମମ ଭାବରେ ମାରି ଚାଲିଛି ।

ବାସ୍ତବରେ ଭିଡ଼ିଓରେ ଆପଣ ପ୍ରଥମେ ଦେଖି ପାରିବେ ଯେ ଏକ ବର୍ଷକର ଶିଶୁକୁ ମା ନିଜ କୋଳରେ ଧରିଛି ମାତ୍ର ଶିଶୁଟି କାନ୍ଦି ଚାଲିଛି । ଆଉ ଯେତେବେଳେ ଶିଶୁଟି ଅନବରତ କାନ୍ଦିଛି ସେତେବେଳେ ରାକ୍ଷସ ରୂପୀ ମା ଶିଶୁଟିକୁ ଏପରି ଭାବରେ ମାଡ଼ ମାରିଛି ଯେମିତି କୌଣସି ପଶୁ ଉପରେ ବି ଏପରି ଅତ୍ୟାଚାର କରନ୍ତି ନାହିଁ । ପୁଣି ସେ ତ ମହିଳାଙ୍କ ଜନ୍ମ କଲା ସନ୍ତାନ । ତେଣୁ ଏହା ଦେଖିଲେ କେହିବି ବିଶ୍ୱାସ କରିବା ସହଜ ନୁହେଁ ।

ତେବେ ଏହି ଘଟଣା ଘଟିବା ସମୟରେ ସେଠାରେ ଥିବା ମହିଳାଙ୍କର ଜଣେ ସମ୍ପକୀୟ ଏହାର ଭିଡ଼ିଓ ଉତ୍ତୋଳନ କରିଥିଲେ ଏବଂ ପରେ ମହିଳାଙ୍କ ସ୍ୱାମୀଙ୍କୁ ଦେଖାଇ ଥିଲେ । ତେବେ ମହିଳାଙ୍କ ସ୍ୱାମୀ ଏବଂ ଗାଁ ର ସରପଞ୍ଚ ଭିଡ଼ିଓ ଆଧାରରେ ପୋଲିସରେ ଅଭିଯୋଗ କରିବା ପରେ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ଗିରଫ ମଧ୍ୟ କରାଗଲା । ବର୍ତ୍ତମାନ ଶିଶୁଟିକୁ ତାଙ୍କ ପିତାଙ୍କ ପାଖରେ ହସ୍ତାନ୍ତର କରିଛି ପୋଲିସ ।

ତେବେ ଏହି ଭିଡ଼ିଓ କିଛି ମାସ ପୁରୁଣା ହୋଇଥିଲେ ହେଁ ବର୍ତ୍ତମାନ କେହିଜଣେ ବ୍ୟକ୍ତିଙ୍କ ସେୟାର କରିବା ଦ୍ୱାରା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଲୋକେ ଏହି ଭିଡ଼ିଓ ଉପରେ ଖୁବ କ୍ରୋଧିତ ହୋଇ ପ୍ରତିକ୍ରିୟା ଦେଇଛନ୍ତି । ଅନେକେ କହିଛନ୍ତି ଯେ ଜଣେ ଜନ୍ମକଲା ମା ହୋଇ ନିଜ ଶିଶୁ ଉପରେ ଏପରି ନିର୍ମମ ଅତ୍ୟାଚାର କିପରି କରି ପାରିବ ?

Leave a Reply

Your email address will not be published. Required fields are marked *