ବହି ବଦଳରେ ବନ୍ଧୁକ ଧରି ବୁଲୁଥିଲେ ସ୍କୁଲ ଦିଦି,ଆଉ ତାପରେ….. ଦେଖନ୍ତୁ ଭିଡିଓ

ଆମ ଦେଶରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ଥାନ କେଉଁଠି ତ ଆପଣ ମାନେ ନିଶ୍ଚିତ ଜାଣିଥିବେ । କାରଣ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଥାଏ । କିନ୍ତୁ ଯଦି ସେହିମାନେ ହିଁ କିଛି ଭୁଲ କାମ କରନ୍ତି ତେବେ ତାଙ୍କ ଠାରୁ ଦେଶର ଭବିଷ୍ୟତ କଣ ଶିଖିବେ । ସେହିପରି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଠି ଜଣେ ଶିକ୍ଷୟିତ୍ରୀଙ୍କୁ ପୋଲିସ ଗିରଫ କରିଛି । ତେବେ ଗିରଫ କରିବାର କାରଣ ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ ।

ତେବେ ସୂଚନା ଅନୁଯାୟୀ ଜଣେ ଶିକ୍ଷୟିତ୍ରୀଙ୍କୁ ନିଜ ପାଖରେ ବନ୍ଧୁକ ରଖିଥିବା ଏବଂ ତାହାକୁ ନେଇ ସନସାଧରଣ ସ୍ଥାନକୁ ଯାଇଥିବା ଘଟଣାକୁ ଆଧାର କରି ଗିରଫ କରିଛି । ଯାହା ବାସ୍ତବରେ ଏକ ନିନ୍ଦନୀୟ ଘଟଣା ଅଟେ । ତେବେ ବାସ୍ତବ ଘଟଣା ଏହା ଯେ ଏହି ମାମଲା ଫିରୋଜାବାଦର ଅଟେ । ଏବଂ ଯେଉଁ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଛି ସେ ଫିରୋଜାବାଦର ଏକ ସ୍କୁଲର ଶିକ୍ଷୟିତ୍ରୀ ଅଟନ୍ତି ।

ତେବେ ଘଟଣା ଏହା ଯେ ଗତକାଲି ମହିଳା ଜଣକ କୌଣସି କାମ କାରଣରୁ ମୌନପୁର ଯାଇଥିଲେ ଏବଂ ସେଠାରେ ପୋଲିସ ତାଙ୍କୁ ବନ୍ଧୁକ ସହିତ ଗିରଫ କରିଥିଲା । ଭିଡ଼ିଓ ଅନୁଯାୟୀ ଆପଣ ମାନେ ଦେଖି ପାରିବେ ଯେ କିପରି ଜଣେ ମହିଳା ଜିନ୍ସ ସହିତ ଏକ କୁର୍ତ୍ତି ପିନ୍ଧି , କାନ୍ଧରେ ଏକ ବ୍ୟାଗ ଏବଂ ପକେଟରେ ବନ୍ଧୁକ ନେଇ ଯାଉଥିଲେ । ତେବେ ପୋଲିସ ଅନୁଯାୟୀ ଏହି ଘଟଣା ସେମାନଙ୍କୁ ପୂର୍ବରୁ ଜଣା ଥିଲା ଏବଂ ସେମାନେ ମହିଳାଙ୍କୁ ଖୋଜୁଥିଲେ ମଧ୍ୟ । ତେଣୁ ସୂଚନା ପାଇ ଯେତେବେଳେ ମୌନପୁରରେ ମହିଳାଙ୍କୁ ସର୍ଚ୍ଚ କରାଗଲା ସେତେବେଳେ ତାଙ୍କ ଠାରୁ ଏକ ଦେଶୀ ବ-ନ୍ଧୁ-କ ଜବତ କରାଯାଇଥିଲା ।

ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁଯାୟୀ ମହିଳାଙ୍କ ଠାରୁ ୪୧୫ ଏମଏମ ର ଏକ ଦେଶୀ ବନ୍ଧୁକ ଜବତ ହୋଇଛି । ତେବେ ମହିଳା ଏହି ବନ୍ଧୁକ ଆଣିଲେ କେଉଁଠୁ ଏବଂ ବିନା ଲାଇସେନ୍ସରେ ନିଜ ପାଖରେ କିମ୍ବା ସାଥିରେ ନେଇ ଜନସାଧାରଣ ସ୍ଥାନକୁ କାହିଁକି ଗଲେ ଏନେଇ ମହିଳାଙ୍କୁ ପଚରାଉଚୁରା ଜାରି ରହିଛି । ଏହାପରେ ଶିକ୍ଷୟିତ୍ରୀ କରିଶ୍ମାଙ୍କ ଉପରେ ଆଇପିସି ଧାରା ଅନୁଯାୟୀ ଏକ ମାମଲା ରୁଜ୍ଜୁ ହୋଇଛି ।

Leave a Reply

Your email address will not be published. Required fields are marked *