ବୟଫ୍ରେଣ୍ଡର ଥିଲା ସ୍ତ୍ରୀ ଏବଂ ତିନି ବର୍ଷର ଛୁଆ, ତଥାପି ୩ ଵର୍ଷ ଧରି ମୋ ସହ ରିଲେସନସିପ ରେ ରହିଲା ପରେ ଏବେ ବ୍ଲାକ ମେଲ କରୁଛନ୍ତି…

ବର୍ତ୍ତମାନ ସମୟରେ ମଣିଷ ନିଜର ମଣିଷତ୍ୱ ହରାଇ ଏପରି ପାଲଟି ଯାଇଛି ଯେ ସେ ପଶୁ ବି ହେବା ପାଇଁ ଯୋଗ୍ୟ ନୁହେଁ । ଆଜିକାଲି ଆପଣ ମାନେ ଏପରି ଅନେକ ଘଟଣା ଶୁଣିବାକୁ ପାଉଥିବେ । କେଉଁଠି ଜଣେ ଯୁବତୀ ଅନ୍ୟ ଜଣେ ଯୁବକକୁ ପ୍ରେମରେ ଫସେଇ ଧୋକା ଦେଉଛି ତ କେଉଁଠି ଜଣେ ଯୁବକ ଅନ୍ୟ ଜଣେ ଯୁବତୀକୁ ପ୍ରେମରେ ଧୋକା ଦେଉଛି । ଅନେକ ବିବାହିତ ନାରୀ ପୁରୁଷ ମଧ୍ୟ ଏପରି କରୁଥିବା ଅନେକଥର ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏହିପରି ଏକ ଘଟଣା ନଜରକୁ ଆସିଛି । ଯେଉଁଠି ଜଣେ ଯୁବତୀ ନିଜ ବୟଫ୍ରେଣ୍ଡର ଅସଲ ଚେହେରା ବିଷୟରେ ଜାଣିବା ପରେ ବୟଫ୍ରେଣ୍ଡ ତାକୁ ବ୍ଲାକମେଲ କରିଛି ।

ସୂଚନା ଅନୁଯାୟୀ ଭୁବନେଶ୍ୱର ନିକୋ ପାର୍କର ଜଣେ ଯୁବତୀଙ୍କର କାନ୍ଦୁଥିବାର ଏକ ଭିଡ଼ିଓ ନଜରକୁ ଆସିଛି । ଯେଉଁଠି ସେ କାନ୍ଦି କାନ୍ଦି ନିଜ ବୟଫ୍ରେଣ୍ଡର କାରନାମା ବିଷୟରେ ବଖାଣିଛନ୍ତି । କିପରି ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ଧୋକା ଦେଇଛି ଏବଂ ସବୁ ଜାଣି ସାରିବା ପରେ କିପରି ଯୁବତୀଙ୍କୁ ବ୍ଲାକମେଲ କରିଛି ଏସବୁ ବିଷୟରେ ଯୁବତୀ ଜଣକ କହିଛନ୍ତି । ଯାହାକୁ ସେ ବିଶ୍ୱାସ କରି ଭବିଷ୍ୟତର ଅନେକ ସ୍ୱପ୍ନ ନେଇ ନିଜର ସବୁକିଛି ଭାବି ନେଇଥିଲେ । ସେ ହିଁ ତାଙ୍କୁ ଧୋକା ଦେଇଛି । ତାହା ଜାଣିବା ପରେ ଯୁବତୀ ଯେତିକି ଭାଙ୍ଗି ପଡ଼ିଥିଲେ । ତାଠାରୁ ଅଧିକ ଭାଙ୍ଗି ପଡ଼ିଛନ୍ତି ସେତେବେଳେ ସେହି ଯୁବକ ତାଙ୍କୁ ବ୍ଲାକମେଲ କରିବାକୁ ଚେଷ୍ଟା କରିଛି ।

ତେବେ ନିକୋ ପାର୍କର ଏହି ଯୁବତୀ ଜଣକ ଘରେ କାମ କରି ନିଜର ପେଟ ପୋଷନ୍ତି । ଏହିପରି ଭାବରେ ରାଜା ତେଲି ନାମକ ଜଣେ ଯୁବକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତିନି ବର୍ଷର ସମ୍ପର୍କ ପରେ ଥରେ ଯୁବତୀ ଜଣକ ନିଜ ବୟଫ୍ରେଣ୍ଡଙ୍କ ହ୍ଵାଟସଏପ ଷ୍ଟେଟସରେ ଅନ୍ୟ ଜଣେ ଯୁବତୀଙ୍କ ଭିଡ଼ିଓ ଥିବା ଦେଖିଥିଲେ । ସେ କିଏ ବୋଲି ପ୍ରଶ୍ନ କରିବାରୁ ଉତ୍ତର ଆସିଥିଲା ସ୍ତ୍ରୀ । ଏମିତିକି ତାଙ୍କର ଏକ ତିନି ବର୍ଷର ଛୁଆ ଥିବା ମଧ୍ୟ ଯୁବତୀ ଜାଣିବାକୁ ପାଇଥିଲେ ।

ତେଣୁ ସବୁକିଛି ଜାଣି ସାରିବା ପରେ ଯେତେବେଳେ ଯୁବତୀ ସମ୍ପର୍କ ଭାଙ୍ଗିବାକୁ ଚେଷ୍ଟା କଲେ ସେତେବେଳେ ଯୁବକ ଜଣକ ଯୁବତୀଙ୍କ ଫୋଟ ଏବଂ ଭିଡ଼ିଓ ନେଇ ବ୍ଲାକମେଲ କରିବା ଆରମ୍ଭ କଲେ । ତେବେ ଯୁବତୀ ଜଣକ ଯୁବକଙ୍କୁ ଏତେ ଭଲ ପାଉଥିଲେ ଯେ ତାଙ୍କ ବିଷୟରେ ସବୁକିଛି ଭାବଭାବରେ ନଜାଣିବା ପରେ ବି ତାଙ୍କୁ ଭଲ ପାଉଥିଲେ । ଯାହାଦ୍ୱାରା ତାଙ୍କୁ ବର୍ତ୍ତମାନ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି ।

Leave a Reply

Your email address will not be published. Required fields are marked *