ପବଜି ନିଶା ଏତେ ଘାରିଲା ଯେ ଶେଷରେ ମା’କୁ ମାରିଦେଲା ପୁଅ…

ପବଜି ଖେଳରେ ଆଜିକାଲି ଯୁବ ସମାଜ ଏତେ ମାତି ଯାଉଛନ୍ତି ଯେ ସେମାନେ ତା ସାମ୍ନାରେ ଜଣେ ମଣିଷର ଜୀବନକୁବି ତୁଚ୍ଛ ଭାବୁଛନ୍ତି । ଏପରି ଆମେ ମନକୁ କହୁନାହୁଁ ବରଂ ଏହିପରି ଏକ ଘଟଣା ମଧ୍ୟ ଘଟିଛି । ଯାହା ଜାଣିଲେ ଆପଣଙ୍କ ଛାତି ଥରି ଉଠିବ । କେହି ପୁଅ କଣ କେବେ ଖେଳ ପାଇଁ ନିଜ ଜନ୍ମ କଲା ମା’ର ହ-ତ୍ୟା କରିପାରେ । କିନ୍ତୁ ଏଠାରେ ଜଣେ ପୁଅ ଏପରି କାଣ୍ଡ ଘଟାଇଛି । ତେବେ ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ପୁଅ ପବଜି ଖେଳିବାରେ ପୁରା ମାସଗୁଲ । ଆଉ ମା ଯେତେବେଳେ ଖେଳିବାକୁ ବାରଣ କରି ଖେଳ ବନ୍ଦ କରିଦେଲା ସେତେବେଳେ ପୁଅ ମା’କୁ ହ-ତ୍ୟା କରିବାକୁ ମଧ୍ୟ ପଛାଇଲା ନାହିଁ । ପୁଅ ରକ୍ତମୁଖା ହୋଇ ମା’ର ହତ୍ୟା କଲା ଏବଂ ନିଜ ସାନ ଭାଇ ଭଉଣୀକୁ ମଧ୍ୟ ଧମକାଇ ଏକ କଠୋରି ଭିତରେ ବନ୍ଦ କରି ରଖିଲା । ନିଜ ମା’ର ଶବ ପାଖରେ ଜଗି ବସିଲା । ଏମିତିକି କାଳେ କିଏ ହ-ତ୍ୟା ବିଷୟରେ ଜାଣିନେବ ସେଥିପାଇଁ ବାରମ୍ବାର ରୁମରେ ଫ୍ରେସନର ସ୍ପ୍ରେ କରୁଥିଲା । କିନ୍ତୁ ତିନିଦିନ ପରେ ଦୁର୍ଗ-ନ୍ଧକୁ ଆଉ ରୋକି ପାରି ନଥିଲା । ଆଉ ପୋଲିସ ଆସି ସବୁ କାରନାମାର ପର୍ଦାଫାସ କରିଥିଲା ।

ସୂଚନା ଅନୁଯାୟୀ ଏହି ଘଟଣା ଉତ୍ତରପ୍ରଦେଶ ଲକ୍ଷ୍ନୌର ଅଟେ । ଘଟଣା ଅନୁଯାୟୀ ପବଜି କାରଣରୁ ପୁଅ ନିଜ ମା’କୁ ହ-ତ୍ୟା କରିଥିଲା । ଅତି ନୃଶଂସ ଭାବରେ ହ-ତ୍ୟା କରିବା ପରେ ଘରକୁ ବାରମ୍ବାର ଫ୍ରେସନର ସ୍ପ୍ରେ କରୁଥିଲା । କିନ୍ତୁ ଦୁ-ର୍ଗନ୍ଧ ହେବାରୁ ପଡ଼ୋଶୀ ସନ୍ଦେହ କରି ଘଟଣା ବିଷୟରେ ଜାଣିବା ପରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଥିଲା । ତେବେ ଗିରଫ ପରେ ଅଭିଯୁକ୍ତ ପୁଅ ହ-ତ୍ୟାର ପୁରା ଭିନ୍ନ କାହାଣୀ କହିଛି। ଯେଉଁଠି ବିଦ୍ୟୁତ ମିସ୍ତ୍ରୀ ଘରକୁ ଆସି ତା ମାକୁ ହ-ତ୍ୟା କରିଥିବା ପୋଲିସକୁ କହିଛି ।

ମାତ୍ର ଅଧିକ ତଦନ୍ତ ପରେ ପୁଅର ମିଛ ସାମ୍ନାକୁ ଆସିଲା । ପୁଅହିଁ ତା ମାକୁ ହ-ତ୍ୟା କରିଥିବା ସ୍ପଷ୍ଟ କରାଗଲା । ଆଜିକାଲି ଏହିପରି ଅନେକ ପିଲା ପାଠ ପଢ଼ା ନାମରେ ଅନଲାଇନରେ ଅଧିକ ସମୟ ପବଜିରେ ବିତାଉଛନ୍ତି । ଯାହା ତାଙ୍କ ପାଇଁ ଏକ ନିଶା ପାଲଟି ଯାଉଛି । ଯାହା ଆଗାମୀ ସମୟରେ ଅନେକ ସମସ୍ୟା ସୃଷ୍ଟି କରିବ ।

Leave a Reply

Your email address will not be published. Required fields are marked *