ବିଧବା ମହିଳାଙ୍କ ସହ ରୋମାନ୍ସ କଲେ, ପୁଣି ଅନ୍ୟ ମହିଳାଙ୍କ ଉପରେ ନଜର ପକାଉଥିଲେ।

ଶେଷରେ ଦୁଇ ଛୁଆର ମାକୁ ଥାନାରେ ସିନ୍ଦୂର ଦେଇ ବାହା ହୋଇଛି ଏଇ ରସକିଆ ପ୍ରେମିକ। ରସକିଆ ପ୍ରେମିକ ବୋଲି କାହିଁକି କହୁଛୁ ତାହା ଆପଣ ପୋଷ୍ଟଟିରେ ଥିବା ଫୋଟରୁ ଜାଣିପାରିବେ।ପ୍ରଥମେ ଥାନାର ପରିସର ଭିତରେ କେମିତି ଫୁଲ ମାଳ ପିନ୍ଧା ପିନ୍ଧି ହେଉଛନ୍ତି। ପ୍ରେମ ଅନ୍ଧ ଆଉ ତାହାକୁ ପ୍ରମାଣିତ କରିଛି ଦୁଇ ଛୁଆର ମାକୁ ବିବାହ କରିଥିବା ରସକିଆ ପ୍ରେମିକ। ଦୁଇ ଛୁଆର ମାକୁ ଥାନା ପରିସର ଭିତରେ ଫୁଲ ମାଳ ଓ ସିନ୍ଦୂର ଦେଇ ବିବାହ କରିଛନ୍ତି ଏଇ ପ୍ରେମିକ ଜଣକ। କଥାଟି ଜାଣିବା ପରେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ କଥାଟି ସତ।

ଦୁଇଟି ଛୁଆର ମା ଯିଏକି ବିଧବା ଜଣକ ଏଇ ପ୍ରେମିକକୁ ପ୍ରେମ କରୁଥିଲେ। ହେଲେ ଏଇ ବାବୁ ଜଣକ ଏପଟେ ସମ୍ପର୍କ ରଖିବା ସହିତ ଅନ୍ୟ ଆଡେ ମଧ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲେ ଆଉ ତାପରେ ଏମିତି ଏକ ଘଟଣା ଘଟିଥିଲା ଯାହା ଆଜି ବାହା ହେବାକୁ ବାଧ୍ୟ ହେଲେ ଏଇ ଯୁବକ ଜଣକ।

ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ବଡ଼ବାଳିଆ ଅଞ୍ଚଳର ମାନସ ମୁଦି ନାମକ ଜଣେ ଯୁବକ ବାରିପଦା ସହରରେ ରହୁଥିଲେ। ସେହି ସମୟରେ ଦୁଇ ସନ୍ତାନ ଥିବା ଜଣେ ବିଧବା ମହିଳାଙ୍କ ସହ ଗଢି ଉଠିଥିଲା ପ୍ରେମ ସମ୍ପର୍କ ଏବଂ ସେହି ପ୍ରେମ ଏତେ ନିବିଡ଼ ହେଲା ଯେ ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ। ହେଲେ କିଛିଦିନ ଧରି ପ୍ରେମ ବହୁତ ସୁନ୍ଦର ଭାବେ ଚାଲିଥିଲା ସତ କିନ୍ତୁ ପରେ ରସକିଆ ପ୍ରେମିକର ମନ ଟିକେ ବଦଳି ଯାଇଥିଲା ପ୍ରେମ ପୁଣି ଅନ୍ୟ ଏକ ମହିଳାଙ୍କୁ କରି ବସିଥିଲା। ଆଉ ସେଠାରେ ମଧ୍ୟ ସମ୍ପର୍କ ସ୍ଥାପନ କରିଥିଲା। ଆଉ ଏକଥାକୁ ଦେଖି ବିଧବା ମହିଳା ଜଣ5ସହି ପାରିଲେନି। ଏପଟେ ବିଧବା ମହିଳା ଜଣକ ଯାଇ ଥାନାରେ ଅଭିଯୋଗ କରିଥିଲେ।

ବାରିପଦା ଟାଉନ ଥାନାରେ ଦ୍ୱାରସ୍ଥ ହୋଇଥିଲେ ଏଏ6 ବିଧବା ମହିଳା ଜଣକ। ଥାନାର ଦ୍ୱାରସ୍ତ ହେବା ପରେ ପୋଲିସ ସେହି ରସକିଆ ପ୍ରେମିକ ଆଉ ବିଧବା ମହିଳାଙ୍କୁ ଡାକି ଏଭଳି ବାହାଘର କରାଇଥିଲେ। ଦୁହେଁ ଦୁହିଁଙ୍କୁ ଫୁଲମାଲ5ପିନ୍ଧାଇବା ସହ ବିଧବା ମହିଳାଙ୍କ ମଥାରେ ସିନ୍ଦୂର ଦେଇ ବିବାହ କରିଛନ୍ତି ଏଇ ଯୁବକ ଜଣକ। ଆଉ କଥା ଦେଇଛନ୍ତି ଖୁସିରେ ରଖିବେ।ତେବେ ଏଇ ଘଟଣାଟି ବାରିପ6ସହର ଏବଂ ମୟୁରଭଞ୍ଜ ଜିଲ୍ଲାରେ ବେସ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଦେଖାଯାଉ ଏ ପ୍ରେମ ସମ୍ପର୍କ ବିବାହ ଆଗକୁ କେମିତି ଗଡୁଛି।

Leave a Reply

Your email address will not be published. Required fields are marked *