କଥାବାର୍ତ୍ତାରେ ଟିକେ ଶାଳୀନତା ର-କ୍ଷା କର ! ଏପରି କିଛି ବାବୁଶାନ ଏବଂ ପ୍ରକୃତି ମିଶ୍ରଙ୍କ ଉଦ୍ଦେଶ୍ୟରେ କହିଲେ ସୋହମ ସିଂହ :-

ଗତ କିଛିଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରିର ଦୁଇ ତାରକାଙ୍କୁ ନେଇ ଯେଉଁ ବି-ବାଦ ଦେଖା ଦେଇଛି ତାହା ଉପରେ ବର୍ତ୍ତମାନ କଳାକାର ସୋହମ ସିଂହ ନିଜର ମତ ରଖିଛନ୍ତି । ମିଡ଼ିଆ ଏବଂ ବ୍ୟକ୍ତିଗତ ଚ୍ୟାନେଲ ମାନଙ୍କରେ ପ୍ରକାଶ ପାଉଥିବା ଭିନ୍ନ ଭିନ୍ନ ନ୍ୟୁଜ ଦୃଷ୍ଟିକୋଣକୁ ଆକ୍ଷେପ କରି ସେ କହିଛନ୍ତି । ବିଶେଷ କରି ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ କାହାରି ବିଷୟରେ ହେଉ , ସେ ପୁରୁଷ ହେଉ କିମ୍ବା ନାରୀ କାହାରି ବିଷୟରେ କହିବା ପୂର୍ବରୁ ଟିକିଏ ଶାଳୀ-ନତା ର-କ୍ଷା କରିବା ଉଚିତ ।

ତେବେ ଆପଣ ମାନେ ତ ସମସ୍ତେ ଜାଣିଥିବେ ଯେ ଗତ ୧୫ ଦିନ ହେବ ଓଲିଉଡ ସୁପରଷ୍ଟାର ବାବୁଶାନ , ତୃପ୍ତି ଶତପଥୀ ଏବଂ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ବି-ବାଦ ସୃଷ୍ଟି ହୋଇଛି । ଆଉ ସେହି ଘଟ-ଣାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଚାଲୁ ରହିଛି ।

ତେଣୁ ଏହାକୁ ନେଇ କାଳକାର ସୋହମ ସିଂହ ନିଜର ମତ ରଖିଛନ୍ତି । ତାଙ୍କ କହିବା କଥା ଯେ ପ୍ରଥମତଃ ଏପରି ଘ-ଟଣା ଆଜିକାଲି ସାଧରଣ ହୋଇ ଗଲାଣି । ସେଥିମଧ୍ୟରୁ କିଛି ଲୋକଲୋଚନକୁ ଆସିଥାଏ ଆଉ କିଛି ଆସି ନଥାଏ । କିନ୍ତୁ ଯେହେତୁ ବାବୁଶାନ ଏବଂ ପ୍ରକୃତି ଉଭୟ ଲୋକପ୍ରିୟ କଳାକାର ତେଣୁ ସେମାନଙ୍କ ମାମ-ଲା ଲୋକଲୋଚନକୁ ଆସିବା ସ୍ୱାଭାବିକ

କିନ୍ତୁ ସ୍ୱତନ୍ତ୍ର ଭାବରେ ଏହି ମାମ-ଲାରେ ଲୋକଙ୍କ ନଜର ପ୍ରକୃତିଙ୍କ ଉପରେ । ଅର୍ଥାତ ଲୋକେ ପ୍ରକୃତିଙ୍କ ବିରୋ-ଧରେ ଅଧିକ କହୁଛନ୍ତି । ଯେଉଁଠି ଉଭୟ କଳାକାରଙ୍କ ବିଷୟରେ ବିଶେଷ ଭାବରେ କେହିବି ଜାଣି ନାହାଁନ୍ତି । ତେଣୁ ବିନା କାହା ବିଷୟରେ ଜାଣି ଏତେ କିଛି କହିବା ଠିକ ନୁହେଁ । ସୋହମ ସିଂହଙ୍କ ଅନୁଯାୟୀ ପ୍ରକୃତି ଏବଂ ବାବୁଶାନ ଉଭୟେ ହିଁ ଭଲ ଏବଂ ଉଭୟେ ଖୁବ ସଂ-ଘର୍ଷ କରି ଭଲ ସ୍ଥାନରେ ପହଞ୍ଚିଛନ୍ତି । ତେଣୁ ଏପରି ସବୁ ପ୍ରତି-କ୍ରିୟା ତାଙ୍କ କ୍ୟାରିଅର ଉପରେ ବାଧା ସୃଷ୍ଟି କରୁଛି ।

ସୋହମ ନିର୍ଦିଷ୍ଟ ଭାବରେ କୌଣସିବି ମିଡ଼ିଆ କିମ୍ବା ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ଯେ – ଯଦି ସେମାନେ କେତେବେଳେ ବାବୁଶାନ ଏବଂ ପ୍ରକୃତିଙ୍କ ବିଷୟରେ କହୁଛନ୍ତି ତେବେ ଟିକେ ଶାଳୀ-ନତା ର-କ୍ଷା କରିବା ଉଚିତ । କାରଣ ଏପରି ସବୁ ପ୍ରତି-କ୍ରିୟା ସୋସିଆଲ ମିଡିଆରେ ଭାଇରଲ ହେବା ଦ୍ୱାରା ତାଙ୍କର ବଦ-ନାମୀ ହେଉଛି । ଯାହା ନିଶ୍ଚିତ ଭାବରେ ତାଙ୍କୁ କଷ୍ଟଦାୟକ ଅଟେ । ତେଣୁ ସେ ଏପରି କିଛି କହିବାକୁ କିମ୍ବା କରିବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *